ETV Bharat / bharat

ଏନଏସଜି ଡିଜି ଭାବେ ଦାୟିତ୍ବ ନେଲେ ଆଇପିଏସ୍‌ ଅନୁପ କୁମାର ସିଂହ

1985 ବ୍ୟାଚର ଆଇପିଏସ୍‌ ଅଧିକାରୀ ଅନୁପ କୁମାର ସିଂହ ଏନଏସଜିର ଡିଜି ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ସେ 30 ଡିସେମ୍ବର 2020 ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧିକ ପଢନ୍ତୁ...

author img

By

Published : Oct 29, 2019, 6:31 PM IST

ଫଟୋ ସୌଜନ୍ୟ: ଏଏନଆଇc

ନୂଆଦିଲ୍ଲୀ: ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅନୁପ କୁମାର ସିଂହ ମଙ୍ଗଳବାର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ର ମହାନିର୍ଦ୍ଦେଶ(ଡିଜି) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

IPS Anup Kumar Singh takes charge as new NSG chief
ଫଟୋ ସୌଜନ୍ୟ: ଏଏନଆଇ

ଅକ୍ଟୋବର 18 ତାରିଖରେ ଶୁକ୍ରବାର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବ ପରେ କ୍ୟାବିନେଟ ନିଯୁକ୍ତି ସମିତି 1985 ବ୍ୟାଚର ଆଇପିଏସ୍‌ ଅଧିକାରୀ ଅନୁପଙ୍କୁ ଏନଏସଜି ଡିଜି ଦାୟିତ୍ବ ଭାର ପ୍ରଦାନ କରିଛନ୍ତି । ସେ 30 ଡିସେମ୍ବର 2020 ପର୍ଯ୍ୟନ୍ତ ଏହି ପଦରେ ରହିବେ ।

ଆଇପିଏସ ଅଧିକାରୀ ଅନୁପ କୁମାର ସିଂହ, ‘ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ’ ବାହିନୀର ଡିଜି ପଦ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ଦ୍ବାରା ଅନୁପଙ୍କୁ ଡିଜି ପଦ ଭାର ସମ୍ଭାଳିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ଡିଜାଇନ ଫଟୋ

ଏଠାରେ ସୂଚନା ଯୋଗ୍ୟ ଯେ 1984ରେ ଏନଏସଜିର ସ୍ଥାପନା କରାଯାଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳାୟ ଗୁରଗାଓଁରେ ଅବସ୍ଥିତ । ଏହାର ନାରା ହେଉଛି ସର୍ବତ୍ର ସର୍ବୋତ୍ତମ ସୁରକ୍ଷା, ନେଭର୍‌ ସେ ଗିଭ୍‌ ଅପ୍‌ । ଏମାନଙ୍କୁ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଓ ଏନ୍‌ଏସ୍‌ଜି ମଧ୍ୟ କୁହାଯାଏ ।

Intro:Body:

yyy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.