ETV Bharat / bharat

ଆଇପିଏଲ ପାଇଁ ଚାଲିଛି ସଟ୍ଟା ଖେଳ: 4 ଗିରଫ, 14 କୋଟି ଜବତ

author img

By

Published : Oct 22, 2020, 10:58 PM IST

ଚଳିତ ଆଇପିଏଲକୁ ନେଇ ଅନଲାଇନରେ ସଟ୍ଟା ଖେଳୁଥିବା 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏଥିସହ 4 କୋଟି 19 ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଆଇପିଏଲ ପାଇଁ ଚାଲିଛି ସଟ୍ଟା ଖେଳ
ଆଇପିଏଲ ପାଇଁ ଚାଲିଛି ସଟ୍ଟା ଖେଳ

ଜୟପୁର: ଚଳିତ ଆଇପିଏଲକୁ ନେଇ ଅନଲାଇନରେ ସଟ୍ଟା ଖେଳୁଥିବା 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏଥିସହ 4 କୋଟି 19 ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଏପରି ଏକ ଘଟଣା ରାଜସ୍ଥାନର ଜୟପୁରରେ ଦେଖିବାକୁ ମିଳିଛି ।

ଏହି ରାକେଟରେ ଜଡିତ ଲୋକମାନେ ଏକ ହ୍ବାଟ୍ସଆପ୍ ଗ୍ରୁପ୍ କରି ଏଠାରେ କ୍ରିକେଟ୍ ବେଟିଂ ପାଇଁ ଅନଲାଇନ୍ ସାଇଟରେ ଆଇଡି ଏବଂ ପାସୱାର୍ଡ ପଠାଯିବା ବାବଦରେ କୋର୍ଡ ଭାଷାରେ ଆଲୋଚନା କରୁଥିଲେ ।

ସୂଚନା ଅନୁଯାୟୀ ଦୁବାଇରୁ ଏହି ରାକେଟ୍ ଆରମ୍ଭ ହୋଇଛି ଏବଂ ବିଭିନ୍ନ ହ୍ବାଟ୍ସଆପ ଗ୍ରୁପ୍ ବ୍ୟବହାର କରି ଲୋକଙ୍କୁ ଆଇପିଏଲ୍ ମ୍ୟାଚରେ ଅନଲାଇନ୍ ବେଟିଂରେ ଭାଗ ନେବାକୁ କୁହାଯାଇଛି ।

ସହକାରୀ କମିଶନର ଅଫ୍ ପୋଲିସ୍ (ଏସିପି) ଚାନ୍ଦ ମୀନା କହିଛନ୍ତି ଯେ, କୋଟୱାଲୀ ପୋଲିସ ଷ୍ଟେସନ କମିଶନରେଟ୍ ସ୍ପେଶାଲ୍ ଟିମ୍ ସହିତ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଚାରିଜଣ ଅଭିଯୁକ୍ତଙ୍କୁ କିଶାନପୋଲ ବଜାରରେ ଗିରଫ କରାଯାଇଛି । ପୋଲିସ ରଣବୀର ସିଂ, କ୍ରିପଲ ସିଂ, ତୋଦରମାଲ ରାଠୋର ଏବଂ ଇଶ୍ବର ସିଂଙ୍କୁ ଗିରଫ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.