ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଜେରା କରିବା ଜାରି ରଖିଛି ସିବିଆଇ । ଏ ଘଟଣାରେ ତାଙ୍କର ସମ୍ପୃକ୍ତିକୁ ନେଇ ଅଧିକ ତଥ୍ୟ ପାଇବା ପାଇଁ ସିବିଆଇ 5ଟି ଦେଶକୁ ଚିଠି ଲେଖିଛି ।
ଏନେଇ ବ୍ରିଟେନ, ମରିସସ, ବର୍ମୁଡା, ସ୍ବିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁପରକୁ ଚିଠି ଲେଖିଛି । ଅଧିକ ସାକ୍ଷ୍ୟ ପ୍ରମାଣ ପାଇଁ ସିବିଆଇ ଏ ସବୁ ଦେଶକୁ ଚିଠି ଲେଖିଛି। ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି 26 ଅଗଷ୍ଟରେ ହେବାକୁ ଥିବା ବେଳେ ବର୍ତ୍ତମାନ ସେ ସିବିଆଇ ହେପାଜତରେ ଅଛନ୍ତି ।