ETV Bharat / bharat

କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ସହ ସାକ୍ଷାତକାର - congress leader sandeep dixit

ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ତିନି ଦଳର ମଙ୍ଗୁଆଳ ଆରୋପ ପ୍ରତ୍ୟାରୋପରେ ମାତିବା ସହ ନିଜ ଦଳର ଗୁଣଗାନ କରିଚାଲିଛନ୍ତି। ଦିଲ୍ଲୀର ଏହି ନିର୍ବାଚନୀ ଯୁଦ୍ଧ ସମୟରେ କ'ଣ ରହିଛି ଦିଲ୍ଲୀ ପାଣିପାଗ ଏନେଇ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ଖବର ପଢନ୍ତୁ...

Interview with congress leader
କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତଙ୍କ ସହ ସାକ୍ଷାତକାର ଅମିତ ଅଗ୍ନିହୋତ୍ରୀ
author img

By

Published : Feb 8, 2020, 7:45 PM IST

ପ୍ରଶ୍ନ: ଆପଣଙ୍କ ମା’ ତଥା ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କ ସମୟରେ ଦିଲ୍ଲୀରେ ହୋଇଥିବା ବିକାଶକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯାଉଛି ଓ ଏହାର ନେତାମାନେ ଭୋଟ୍‌ ମାଗୁଛନ୍ତି। ଆପଣ ଏହି ନିର୍ବାଚନ ସମୟରେ ଆବଶ୍ୟକ ଅନୁସାରେ କ୍ରିୟାଶୀଳ ହୋଇଥିବା ପରି ଲାଗୁ ନାହାନ୍ତି, କାହିଁକି?

ଉତ୍ତର: ଦିଲ୍ଲୀ କଂଗ୍ରେସର ଅନେକ ଛାମୁଆ ନେତା ତଥା ସଭାପତିଙ୍କ ସଙ୍ଗେ ମୋର ଭଲ ସମ୍ପର୍କ ନାହିଁ। ଯେତେବେଳେ ମୋ ମା’ ଶୀଲା ଦୀକ୍ଷିତ ରାଜ୍ୟ ସଭାପତି ଥିଲେ ମୁଁ ସେତେବଳେ ତାଙ୍କୁ କଂଗ୍ରେସ ସଙ୍ଗଠନ ପାଇଁ କିଛି ଦିନ ସାହାଯ୍ୟ କରୁଥିଲି। ହେଲେ ଗଲା ୫/୬ ବର୍ଷ ହେଲା ମୁଁ କଂଗ୍ରେସରେ ଆଉ ସେତେଟା କ୍ରିୟାଶୀଳ ନାହିଁ। କିନ୍ତୁ ପ୍ରଚ୍ଛଦପଟରେ କଂଗ୍ରେସ ପାଇଁ ଆବଶ୍ୟକ ରାଜନୀତିକ କାର୍ଯ୍ୟ କରୁଛି।

ପ୍ରଶ୍ନ: ୨୦୧୫ ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ସିଟ୍‌ ହାସଲ କରିବାରେ ସମର୍ଥ ହୋଇ ନଥିଲା। ଆଶ୍ଚର୍ଯ୍ୟର କଥା ଯେ, ଏଥର କଂଗ୍ରେସ ନିର୍ବାଚନ ଲଢ଼ିବା ଭଳି ବି ଦେଖାଯାଇ ନାହିଁ। ଏହିଭଳି ଏକ ସ୍ଥିତିରେ ଆପଣ ଏ ନିର୍ବାଚନ ଫଳାଫଳରେ କଂଗ୍ରେସର ସଫଳତା କିପରି ରହିବ ବୋଲି ଭାବୁଛନ୍ତି?

ବାସ୍ତବରେ ବିଧାନସଭାରେ ଜଣେ ବିଧାୟକ କଂଗ୍ରେସ ପକ୍ଷରୁ ନରହିବା ଏବଂ ମ୍ୟୁନିସିପାଲିଟି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନପାରିବା କଂଗ୍ରେସ ପାଇଁ ଏକ ଉଦ୍‌ବେଗର ବିଷୟ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଭଲ ପ୍ରଦର୍ଶନ କରିଥିଲା। ୭ଟିରୁ ୫ଟି ଆସନରେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଆଉ ଦୁଇଟି ସ୍ଥାନରେ ଯଦି ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରାଯାଇ ଥାଆନ୍ତା, ଆମେ ଅଧିକ ସଫଳତା ପାଇପାରି ଥାଆନ୍ତୁ। ଏଇ କିଛିଦିନ ପୂର୍ବେ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ଦିଲ୍ଲୀ କଂଗ୍ରେସ ପାଇଁ ଅନେକ ଆହ୍ବାନରେ ସାମ୍ନା କରାଇଛି। ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଆମ ଆଗରେ ମୁଖ୍ୟତଃ ଦୁଇଟି ଚ୍ୟାଲେଞ୍ଜ ରହିଛି।

ପ୍ରଥମଟି ହେଉଛି ବିଜେପି ଓ ଆପ୍‌ ଭଳି ଆମ ପାଖରେ ଖର୍ଚ୍ଚ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ନାହିଁ। ଦ୍ଵିତୀୟ କଥାଟି ହେଉଛି ରାଜ୍ୟର ମିଡିଆ ସାଲିସ କରିସାରିଛି। ଆପ୍‌ ବିକାଶ ମୂଳକ ପ୍ରସଙ୍ଗକୁ ନେଇ ଯେଉଁପରି ଭାବେ ପ୍ରଚାର କରୁଛି ସେସବୁ କେବଳ ପ୍ରହେଳିକା ଆଧାରିତ। ସେମାନେ ଏହି ନିର୍ବାଚନ ବିକାଶ ପୃଷ୍ଠଭୂମିରେ ଲଢ଼ାଯାଉଛି ବୋଲି ଦାବି କରୁଛନ୍ତି, କିନ୍ତୁ ତାହା ସତ ନୁହେଁ । ଆପ୍‌ ଏକ ମଧ୍ୟମ ଧରଣର ସରକାର ଗଠନ କରିଥିଲା। ଏହି ସରକାର ଯେଉଁ ସ୍କୁଲ୍‌ରେ ସଂସ୍କାର ଆଣି ଭଲ ଫଳାଫଳ କରାଯାଇପାରିଛି ବୋଲି ପ୍ରଚାର କରୁଛି, ଶୀଲାଙ୍କ ସମୟରେ ମଧ୍ୟ ସେହି ସ୍କୁଲ୍‌ସବୁ ଭଲ ଫଳାଫଳ ଦେଉଥିଲେ। ଏଣୁ ଆପ୍‌ ଯେଉଁ କଥା କହି ବୁଲୁଛି ତାହାକୁ ମିଥ୍ୟା ପ୍ରଚାର ବୋଲି କହିବା ଉଚିତ ହେବ। ଏବେ ରାଜ୍ୟରେ ଡିଟିସି ବସ୍‌ ସଂଖ୍ୟା କମିଛି। ରାଜ୍ୟରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ଯାହା କୁହାଯାଉଛି ତାହା ସମ୍ପୂଣ୍ଣ ଭାବେ ମିଥ୍ୟା। ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ କମିଛି ବୋଲି କେଜ୍ରିୱାଲ୍‌ ଯାହା କହୁଛନ୍ତି ତାହା ସମ୍ପୂଣ୍ଣ ବକ୍‌ବାସ।

ପ୍ରଶ୍ନ: କିନ୍ତୁ କଂଗ୍ରେସ ପ୍ରଚାରରେ କାହିଁକି ଚମକ ଜଣାପଡ଼ୁନି?

ଆମେ ପୋଷ୍ଟର ଓ ମିଡିଆରରେ ନାହୁଁ। ଶୀଲାଙ୍କ ସରକାର ଦିଲ୍ଲୀରେ ଏହିଭଳି ପ୍ରଚାର କରୁ ନଥିଲେ। ଆମେ ଏମିତି ପ୍ରଚାର ପାଇଁ ବଜେଟ୍‌ ବ୍ୟବସ୍ଥା ବି କରୁ ନଥିଲୁ ଯେମିତି ଏବେ କେଜ୍ରିୱାଲ୍‌ କରୁଛନ୍ତି। ଦିନେଛଡ଼ା ଦିନେ ପୂରା ପୃଷ୍ଠା ବିଜ୍ଞାପନ ଖବରକାଗଜରେ ପ୍ରସାର କରୁଛନ୍ତି କେଜ୍ରିୱାଲ୍‌। ଏହା ସରକାରୀ ଅର୍ଥର ଅପବ୍ୟବହାର। ଏ ଭିତରେ ଯାହା ଆମକୁ ଏହି ପ୍ରକାର ଅପପ୍ରଚାରକୁ ରୋକ୍‌ ଦେବାରେ ସାହାଯ୍ୟ କରିବ, ତାହା ହେଲା ବିଗତ ଦିନରେ କଂଗ୍ରେସ ଶାସନ ସମୟର ସୁବଣ୍ଣ ମୁହୂର୍ତ୍ତ। ଆମେ ଆମର କର୍ମୀଙ୍କ ଦ୍ଵାରା ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛୁ। ମୁଁ ଭାବୁଛି ଭୋଟର ଏହାକୁ ଅନୁଭବ କରିଥିବେ। ହେଲେ ଯେଉଁମାନେ କଂଗ୍ରେସର ଶାସନକୁ ଦେଖି ନାହାଁନ୍ତି, କେବଳ ଆପ୍‌ର
ଅପପ୍ରଚାର ହିଁ ଶୁଣୁଛନ୍ତି ସେମାନଙ୍କ ଭୋଟ୍‌ ଆମ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଅର୍ଥାତ୍‌ ୧୮-୩୫ ବର୍ଷ ବୟସର ଭୋଟର ୧୯୯୮ ବେଳରେ ଦିଲ୍ଲୀର ସୁବଣ୍ଣ ଶାସନକୁ ଅନୁଭବ କରି ନାହାନ୍ତି। ଏଣୁ ସେମାନେ ବର୍ତ୍ତମାନର ପରିସ୍ଥିତିକୁ ଠିକଣା ଭାବେ ବୁଝିବା ସମ୍ଭବ ନୁହେଁ।

କଂଗ୍ରେସ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କ ନାଁ ଘୋଷଣା କଲା ନାହିଁ, କାହିଁକି?

ଆମେ କେବେ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନାହିଁ। କଂଗ୍ରେସ ସବୁବେଳେ ସଂସଦୀୟ ବ୍ୟବସ୍ଥାକୁ ଅନୁକରଣ କରି ଆସିଛି। ଆମେ ରାଷ୍ଟ୍ରପତି ନିର୍ବାଚନ ଭଳି ଆଗ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନାହୁଁ। ଏମିତିକି ଶୀଲାଜୀ ବଞ୍ଚିଥିବା ବେଳେ ଏପରି ହେଉ ନଥିଲା ୨୦୦୩ ଓ ୨୦୦୮ ନିର୍ବାଚନରେ ଶୀଲାଜୀ ଜିତିଥିଲେ ବି ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବରୁ ଘୋଷଣା ହୋଇ ନଥିଲା।

ତାହେଲେ କଂଗ୍ରେସ କାହା ସହ ବାସ୍ତବରେ ଲଢ଼ୁଛି, ଆପ୍‌ ନା ବିଜେପି ସହ? ଆଉ ଆପଣଙ୍କ ମତରେ କେଜ୍ରିୱାଲ୍‌ ସତରେ କ’ଣ ସଫ୍ଟ ହିନ୍ଦୁତ୍ଵ କାର୍ଡ଼ ଖେଳୁଛନ୍ତି?

ଦେଖନ୍ତୁ କେଜ୍ରିୱାଲ୍‌ ଗୋଟିଏ ଦୁଷ୍ଟ ଚରିତ୍ର। ମୋ ମତରେ ସେ ଜଣେ ନୀଳବଣ୍ଣ ଶୃଗାଳ। ପ୍ରକୃତରେ ସେ ଜଣେ ଆର୍‌ଏସ୍‌ଏସ୍‌ ସମର୍ଥକ। ହେଲେ ନିଜକୁ ଆଉ କିଛି ବୋଲି ମୁଖା ପିନ୍ଧି ଦେଖାଇବାକୁ ଚେଷ୍ଟା କରୁଛନ୍ତି। ସେ କ୍ଷମତା ପିପାସୁ ଆଉ ସେ ହେଲେ ଜଣେ ବିଜେପିର ମୁଖା। ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସମୟରେ କେଜ୍ରିୱାଲ୍‌ ବିଜେପି ନେତା ଅରୁଣ ଜେଟ୍‌ଲୀ ଓ ସୁଷମା ସ୍ଵରାଜଙ୍କ ଅତି ନିକଟତର ଥିଲେ। ଏବେ ସେ ଭଗବତ ଗୀତା ଓ ହନୁମାନ ଚାଳିସା ପଢ଼ୁଛନ୍ତି। ମୁଁ କହୁନି ଯେ, ଏହି ପବିତ୍ର ଗ୍ରନ୍ଥସବୁ ଆପଣଙ୍କୁ ରାସ୍ତା ଦେଖାଏ ନାହିଁ, କିନ୍ତୁ କିନ୍ତୁ ଏଠି ସେ ତାହାକୁ ପଢ଼ିବା ତଥା ଗାଇବାର ଅର୍ଥ ହେଉଛି ସେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି, ଆଉ କହିବାକୁ ଚାହୁଁଛନ୍ତି ଯେ ବିଜେପି ଭଳି ସେ ହିନ୍ଦୁ। ମୁଁ ଚାହୁଁଛି ଜଣେ ଭଲ ଲୋକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କିନ୍ତୁ ଆପଣ ( କେଜ୍ରିୱାଲ୍‌) କ’ଣ ଭାରତୀୟ ସମ୍ବିଧାନ ଯେମିତି ଚାହୁଁଛି ସେହିଭଳି ନେତା? ସେଥିପାଇଁ ମୁଁ କେଜ୍ରିୱାଲ୍‌ଙ୍କୁ ଜଣେ ଦୁଷ୍ଟ ପ୍ରକୃତିର ଲୋକ ବୋଲି କହେ।

ନୂଆ ନାଗରିକତ୍ଵ ଆଇନ ଦିଲ୍ଲୀ ନିର୍ବାଚନରେ କିଛି ପ୍ରଭାବ ପକାଇବ କି?

ମୁଁ ସେମିତି କିଛି ଭାବୁ ନାହିଁ। ନାଗରିକତ୍ଵ ଆଇନରେ ସଂଶୋଧନ ଏକ ଜାତୀୟ ପ୍ରସଙ୍ଗ। ଏହି ପ୍ରସଙ୍ଗରେ କଂଗ୍ରେସ ଗୋଟିଏ ମାତ୍ର ପାର୍ଟି ଯିଏ ବିରୋଧ କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏହି ଅଇେନକୁ ବିରୋଧ କରୁଥିଲେ ମଧ୍ୟ ଏହା ସ୍ପଷ୍ଟ କରି ନାହାନ୍ତି ଯେ ସେ ଏନ୍‌ଆର୍‌ସି ଲାଗୁ କରିବେ ବା ନାହିଁ। ଗୋଟିଏ ସାକ୍ଷାତକାରରେ ସେ କହିଲେ ତାଙ୍କ ପାଖରେ ଯଦି ପୁଲିସ ବଳ ଥାଆନ୍ତା ସେ ଶାହୀନବାଗ୍‌ ଆନ୍ଦୋଳନକୁ ଦୁଇଘଣ୍ଟା ଭିତରେ ଭଗାଇ ଦେଇଥାଆନ୍ତେ। ହେଲେ କେମିତି? ଏ ବିଷୟ ସ୍ପଷ୍ଟ କଲେ ନାହିଁ। ଏହି ପରିପ୍ରେକ୍ଷୀରେ ତ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବି ଯେ, ସେମାନେ ଆନ୍ଦୋଳନରେ କୌଣସି ବିଭ୍ରାଟ କରିବାକୁ ଚେଷ୍ଟା କରି ନାହାଁନ୍ତି। ଏଣୁ କ୍ରେଜିୱାଲ୍‌
ବିଜେପି ନେତା ପ୍ରବେଶ ବର୍ମାଙ୍କ ଭାଷା ହିଁ କହୁଛନ୍ତି।

ଜାତୀୟ ସ୍ତରରେ କଂଗ୍ରେସ କି ପ୍ରକାର ଆହ୍ବାନ ସବୁ ସମ୍ମୁଖୀନ ହେଉଛି?

ଏକ ବ୍ୟାପକ ସାମାଜିକ ଗଣତାନ୍ତ୍ରିକ ଢାଞ୍ଚାରେ ଆମେ ବିଶ୍ଵାସ କରୁ। କିନ୍ତୁ ଏବେ ସମୟ ଆସିଛି ଏହାର ସଂଜ୍ଞା ନିରୂପଣ କରିବାକୁ ପଡ଼ିବ। ଲୋକେ ଜାଣିଛନ୍ତି କଂଗ୍ରେସ କେଉଁ ଆଦର୍ଶକୁ ପ୍ରତିନିଧିତ୍ଵ କରେ, ଏଣୁ ସେମାନେ ଏହା ଚାହୁଁଛନ୍ତି ଯେ, ଦଳ ମଧ୍ୟ ସେହି ବିଚାରଧାରାକୁ ଆଗକୁ ବଢ଼ାଉ। ହେଲେ ସମସ୍ୟା ସେଇଠି ଉଠୁଛି ଯେତେବେଳେ ଦଳ ତାହାର ପ୍ରତିଛବିକୁ ପରିବର୍ତ୍ତନ କରୁଛି। ଏବେ ଯାହାସବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟ ଯୋଜନା ଦେଖୁଛନ୍ତି ସେସବୁ ୟୁପିଏ ଯୋଜନା। କିନ୍ତୁ ଏହି ସରକାର ଏହି ଯୋଜନା ଗୁଡ଼ିକୁ ରୂପାନ୍ତର କରିବାକୁ ଲାଗି ଅଧିକ ଅର୍ଥ ଧାରଣ କରିଛି। ମୁଁ ତ କହିବି ଏ ସରକାରଙ୍କ କୌଣସି ଗୋଟିଏ ବି କାର୍ଯ୍ୟକ୍ରମ ମୋଦିଙ୍କ ନୁହେଁ। ବିଜେପି କେବଳ ହିନ୍ଦୁତ୍ଵ ମନ୍ତ୍ର ଜପୁଛି ଆଉ ନିଜସ୍ଵ ଜାତୀୟତାବାଦ ପ୍ରଚାର କରୁଛି। ତାଙ୍କର ହିନ୍ଦୁ ରାଷ୍ଟ୍ର ଚିନ୍ତାଧାରାରେ କିଛି ନାହିଁ। ଅତିବେଶୀରେ ସେମାନେ ମୁସଲ୍‌ମାନଙ୍କୁ ଭୋଟ୍‌ଦେବାର ଅଧିକାରରୁ ବିରତ କରୁଛନ୍ତି। କଂଗ୍ରେସ ଆଗରୁ କେବେ ଆକ୍ରମକ ହୋଇ ନାହିଁ। ହେଲେ ଏବେ ସମୟ ଆସିଛି ଦଳକୁ ଅଧିକ ସ୍ପଷ୍ଟ ହେବାକୁ ପଡ଼ିବ। ସମୟ ଅନୁସାରେ ଯେଉଁ ନୀତିଗୁଡ଼ିକ ପରୀକ୍ଷିତ ହୋଇଛି ତାହାକୁ ନୂଆ ଭାଷାରେ ଲୋକଙ୍କ ସାମ୍ନାକୁ ଆଣିବାକୁ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.