ହାଇଦ୍ରାବାଦ: ତେଲେଙ୍ଗାନା ନିର୍ମଲା ଜିଲ୍ଲାର ଭୈଂସାରେ 144 ଧାରା । ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଏଠାରେ 144 ଧାରା ଲାଗୁରହିଥିବାବେଳେ ଇଣ୍ଟରେନେଟ ସେବା ମଧ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି । ରବିବାର, ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏଠାରେ ଗଣ୍ଡଗୋଳ ହୋଇଥିବାରୁ 144 ଧାରା ଲାଗୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।
ତେଲେଙ୍ଗାନା ପୋଲିସ ଅନୁଯାୟୀ, ଜାନୁଆରୀ 12 ତାରିଖ ଦିନ ଦୁଇ ସମ୍ପ୍ରଦାୟ ପରସ୍ପର ଉପରେ ପଥର ଫିଙ୍ଗିଥିଲେ । ଗଣ୍ଡଗୋଳ ଏପରି ହୋଇଥିଲା ଯେ 13 ଘର ସମେତ 26ଟି ଗାଡି ଜଳିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଏସପିଙ୍କ ସମେତ ଡିଏସପି ଓ ପୋଲିସ ଟିମ୍ ପହଞ୍ଚିଥିଲେ ।
ପରିସ୍ଥିତିକୁ ଲକ୍ଷ୍ୟ କରି ଘଟଣାସ୍ଥଳରେ 144 ଧାରା ଲାଗୁ କରାଯାଇଛି । ଥାନାରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ସିସିଟିଭିକୁ ଅନୁଧ୍ୟାନ କରୁଛି। ସେପଟେ ଆଦିଲାବାଦ, ଆସିଫବାଦ, ନିର୍ମଲା ଏବଂ ମଞ୍ଚେରିଲାରେ ଇଣ୍ଟରନେଟ ବନ୍ଦ କରାଯାଇଛି ।
ସେହିପରି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ତୀକ୍ଷ୍ନ ନଜର ରଖାଯାଇଛି । ତେବେ ଏହି ଗଣ୍ଡଗୋଳ ବାଇକ ସାଉଣ୍ଡକୁ ନେଇ ହୋଇଥିବା ଜଣାପଡିଛି ।