ETV Bharat / bharat

ଲକ୍ଷ୍ନୌ ସହ ମିରଟରେ ଇଣ୍ଟରନେଟ ସେବା ସ୍ବାଭାବିକ

ସିଏଏ ତାତିକୁ ନେଇ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଓ ମିରଟରେ ଇଣ୍ଟରନେଟ ସେବା 2 ଦିନ ତଳେ ବନ୍ଦ ରହିଥିଲା । ମାତ୍ର ପରିସ୍ଥିତିକୁ ନଜରରେ ରଖି ଶୁକ୍ରବାର ସନ୍ଧ୍ୟା ବେଳକୁ ପୁଣିଥରେ ଏହି ସେବାକୁ ସ୍ବାଭାବିକ କରାଯାଇଛି । ଅଧିକ ଖବର ପଢନ୍ତୁ...

ଲକ୍ଷ୍ନୌ ସହ ମିରଟରେ ଇଣ୍ଟରନେଟ ସେବା ସ୍ବାଭାବିକ
ଲକ୍ଷ୍ନୌ ସହ ମିରଟରେ ଇଣ୍ଟରନେଟ ସେବା ସ୍ବାଭାବିକ
author img

By

Published : Dec 28, 2019, 4:14 AM IST

ଲକ୍ଷ୍ନୌ: ଦେଶରେ ସିଏଏ ତାତି ଦେଖାଦେଇଥିବା ବେଳେ ହିଂସାକୁ ରୋକିବାକୁ ନେଇ ସରକାର ନେଉଛନ୍ତି ସତର୍କତା ମୂଳକ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଓ ମିରଟରେ ଇଣ୍ଟରନେଟ ସେବା 2 ଦିନ ତଳେ ବନ୍ଦ ରହିଥିଲା । ମାତ୍ର ପରିସ୍ଥିତିକୁ ନଜରରେ ରଖି ଶୁକ୍ରବାର ସନ୍ଧ୍ୟା ବେଳକୁ ପୁଣିଥରେ ଏହି ସେବାକୁ ସ୍ବାଭାବିକ କରାଯାଇଛି ।

ମାତ୍ର ହିଂସାର ବାତାବରଣକୁ ନଜରରେ ରଖି ବୁଲନ୍ଦସହରରେ ଶନିବାର ସକାଳ ଅର୍ଥାତ ଆଜି 6ଟା ଯାଏଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସହରର ବିଭିନ୍ନ ସ୍ଥାନରୁ ଶୁକ୍ରବାର ସନ୍ଧ୍ୟା ସମୟ ଯାଏଁ ଏହି ସେବା ଯୋଗାଇ ଦିଆଯାଇଥିବା ବେଳେ ବିଜନୋରରେ ମଧ୍ୟ ଶନିବାର ରାତି ଯାଏଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ।

ସେପଟେ ରାଜ୍ୟର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁ ତାଲିକାରେ ରହିଛି 498 ଜଣଙ୍କ ନାଁ । ଯେଉଁମାନେ ଆଇନକୁ ବିରୋଧ କରି ଲକ୍ଷ୍ନୌ, ମିରଟ, ସମ୍ଭଲ, ରାମପୁର, ମୁଜାଫରପୁର, ଫିରୋଜାବାଦ, କାନପୁର ନଗର , ମଉ ଓ ବୁଲନ୍ଦସହରରେ ଲଙ୍କାକାଣ୍ଡ ଘଟାଇ ସର୍ବସାଧାରଣ ସମ୍ପତ୍ତିର କ୍ଷୟକ୍ଷତି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.