ETV Bharat / bharat

ଗଙ୍ଗା ଘାଟରେ 'ଅଦାଲତ': ଫାଶୀ ଖୁଣ୍ଟରେ ଝୁଲିଲା ନିର୍ଭୟା ଦୋଷୀଙ୍କ ପୁତ୍ତଳିକା - convicts effigy hanged

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗା ଘାଟରେ ‘ଅଦାଲତ’ ବସିଥିଲା । ଏଥିରେ ଉଭୟ ପଟେ ଅଭିନେତା ମାନେ ଆଇନଜୀବୀ ଏବଂ ବିଚାରପତି ଭାବେ ଅଭିନୟ କରିଥିଲେ । ଜଣେ ଅଭିନେତ୍ରୀ ନିର୍ଭୟାଙ୍କ ମା'ଙ୍କ ଭୂମିକାର ଅବତୀର୍ଣ୍ଣ ମଧ୍ୟ ହୋଇଥିଲେ । ଯିଏକି ନିର୍ଭୟାର ଚାରିଜଣ ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 8, 2020, 9:16 PM IST

ବାରଣାସୀ: ନିର୍ଭୟାର ଚାରି ଦୋଷୀଙ୍କୁ ମୃତ୍ୟୁର ଫାଶରେ ଟାଙ୍ଗି ଦିଆଯାଇଛି । ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିର୍ଭୟାର ସୈତାନଙ୍କୁ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ମାର୍ଚ୍ଚ 20 ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏକ ନୂତନ ଡେଥ ୱାରେଣ୍ଟ ଜାରି କରାଯାଇଛି । ମାତ୍ର ଏହାପୂର୍ବରୁ କିଭଳି ସେମାନଙ୍କୁ ଫାଶୀ ଦିଆଗଲା ? ପ୍ରଶ୍ନର ଉତ୍ତର ଏହିପରି । ବନାରସ ଘାଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ପୁତ୍ତଳିକାକୁ ଖୁଣ୍ଟରେ ସମ୍ପୂର୍ଣ୍ଣ ନାଟକୀୟ ଢଙ୍ଗରେ ଫାଶୀ ଦିଆଯାଇଛି ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗା ଘାଟରେ ‘ଅଦାଲତ’ ବସିଥିଲା । ଏଥିରେ ଉଭୟ ପଟେ ଅଭିନେତା ମାନେ ଆଇନଜୀବୀ ଏବଂ ବିଚାରପତି ଭାବେ ଅଭିନୟ କରିଥିଲେ । ଜଣେ ଅଭିନେତ୍ରୀ ନିର୍ଭୟାଙ୍କ ମା'ଙ୍କ ଭୂମିକାର ଅବତୀର୍ଣ୍ଣ ମଧ୍ୟ ହୋଇଥିଲେ । ଯିଏକି ନିର୍ଭୟାର ଚାରିଜଣ ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭାୟ ଅପରାଧୀଙ୍କ ଫାଶୀ ତାରିଖକୁ ଅନେକ ଥର କୋର୍ଟ ସ୍ଥଗିତ ରଖିସାରିଲେଣି । ତେବେ ନିର୍ଭୟା ମାମଲାର ଚାରିଜଣ ଦୋଷୀ ବିରୋଧରେ ଦିଲ୍ଲୀ କୋର୍ଟ ଏକ ନୂତନ ଡେଥ ୱାରେଣ୍ଟ ଜାରି କରିଛନ୍ତି । ମାର୍ଚ୍ଚ 20 ରେ ସକାଳ 5.30 ରେ ଏହି ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.