ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ପର୍ଯ୍ୟଟନସ୍ଥଳୀର ରହିଛି ଢେର ମାନ୍ୟତା। ଏହା ନା ଯେ କେବଳ ଦେଶ ବିଦେଶରୁ ଲୋକଙ୍କୁ ଆକୃଷ୍ଟ କରିଥାଏ, ବରଂ ଏହା ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ନିକଟରେ ବିଶ୍ବ ଅର୍ଥନୀତିକୁ ନେଇ କରାଯାଇଥିବା ସର୍ଭେରୁ ଜଣା ପଡିଛି କି ଏକ ସୁଦୃଢ ବା ଶକ୍ତ ଅର୍ଥନୀତି ସହ ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି, ଟେକ୍ନୋଲୋଜିକାଲ ଡେଭେଲପମେଣ୍ଟ, ନୂଆ ବିଜନେସ୍ ମଡେଲ, ଶସ୍ତା ପରିବହନ ଖର୍ଚ୍ଚ ଓ ଭିସା ଫାସିଲିଟି ଆଦି ଜଡିତ ।
ତୃଣମୂଳ ସ୍ତରରେ ପ୍ରତ୍ୟେକର ଉନ୍ନତି ସହ ବିଶ୍ବ ଅର୍ଥନୀତିରେ ମଧ୍ୟ ଉନ୍ନତି ପରିଲକ୍ଷିତ କରାଯାଇଥାଏ । ଏହି ସର୍ଭେ ଅନୁଯାୟୀ 2018 ମସିହାରେ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟକଙ୍କ ମାତ୍ରା 5 ପ୍ରତିଶତ ବଢିଥିବା ଦେଖାଯାଇଛି । ଫଳରେ ୟୁଏନଡବ୍ଲୁଟିଓ (UNWTO) ଦ୍ବାରା କରାଯାଇଥିବା 1.4 ବିଲିୟନ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟକ ମାର୍କକୁ ଦୁଇ ବର୍ଷ ପୂର୍ବରୁ ହିଁ ହାସଲ କରାଯାଇପାରିଛି । ଅନ୍ୟପଟେ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନସ୍ଥଳରେ ହୋଇଥିବା ରପ୍ତାନୀ ଆୟ ମଧ୍ୟ 1.7 ଟ୍ରିଲିୟନ ଆମେରିକୀୟ ଡଲାର ବୃଦ୍ଧି ହୋଇଥିବା ଦେଖାଯାଇଛି ।
ପର୍ଯ୍ୟଟନ ବିଭାଗ ଦେଶର ଅର୍ଥନୀତିକୁ ସୁଦୃଢ କରିବା ସହ ଅନେକ ଲୋକଙ୍କୁ ଜୀବିକା ଯୋଗାଇବାରେ ସାହାଯ୍ୟ କରୁଛି । ଏହା ଉଭୟ ଉଦ୍ୟମୀ ଓ କିଛି ନୂଆ କରିବାର ଇଚ୍ଛା ରଖୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଜୀବିକାର ଏକ ଖୋରାକ ଯୋଗାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ଯୋଗାଇବାରେ ସାହାଯ୍ୟ କରିଥାଏ । କେବଳ ବ୍ୟକ୍ତିଗତ ନୁହେଁ ବରଂ ସାମାଜିକ ଉନ୍ନତିରେ ମଧ୍ୟ ଏହା ସହାୟକ ।
କ୍ରମାଗତ ସପ୍ତମ ବର୍ଷ ଭାବେ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନ ଦ୍ବାରା ରପ୍ତାନୀ ଆୟ ଅନ୍ୟ ବାଣିଜ୍ୟିକ ଆୟଠାରୁ ଢେର ଅଧିକ ବୋଲି ପ୍ରମାଣିତ ହୋଇ ସାରିଛି । ଯାହା ଦେଶ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଅଭାବକୁ ଦୂର କରିବା ନେଇ ଆଶା ପ୍ରକାଶ କରାଯାଇଛି । ତେବେ ଏହି ଆର୍ଥିକ ଅଭିବୃଦ୍ଧି ସମ୍ମାନ ସହ ଆଣିଦିଏ ଦାୟିତ୍ବ । ଏହି ଦାୟିତ୍ବ ସମ୍ମାନକୁ ବଜାୟ ରଖିବା ସହ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣର କରିବା ଓ ପର୍ଯ୍ୟଟନସ୍ଥଳୀରେ ଅଭାବ ଅସୁବିଧାକୁ ଦୂର କରିବା ।
ତେଣୁ ଏହି ଆର୍ଥିକ ଅଭିବୃଦ୍ଧି ଭବିଷ୍ୟତରେ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ସହ ସେହି ସ୍ଥାନରେ ସୁବିଧା ସୁଯୋଗ ପହଞ୍ଚାଇବାର ପଥ ପରିଷ୍କାର କରିଥାଏ । ସମ୍ପୃକ୍ତ ସ୍ଥାନମାନଙ୍କରେ ଡିଜିଟାଲାଇଜେସନ, ଇନୋଭେସନ, ମୋବାଇଲ ଆକ୍ସେସିବିଲିଟି ଓ ସାମାଜିକ ପରିବର୍ତ୍ତନ ଆଦି କରାଯିବା ଏକ ମୁଖ୍ୟ ଦାୟିତ୍ବ । ଏଥିସହ ଅନ୍ୟ ପର୍ଯ୍ୟଟନସ୍ଥଳ ତୁଳନାରେ ନିଜ ଦେଶର ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରାଯିବା ଦରକାର । ଯାହା ଆଗାମୀ ପୀଢିକୁ ଏକ ସ୍ବଚ୍ଛ ଭବିଷ୍ୟତ ସହ ପର୍ଯ୍ୟାପ୍ତ ଜୀବିକା ଯୋଗାଇବ ବୋଲି ଆଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ