ହାଇଦ୍ରାବାଦ: ୟୁନେସ୍କୋ ଦ୍ବାରା ପ୍ରତି ବର୍ଷ ସେପ୍ଟେମ୍ବର 8କୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ରୂପେ ପାଳନ କରାଯାଇଥାଏ । ବ୍ୟକ୍ତିଗତ, ସମ୍ପ୍ରଦାୟ, ସମାଜ ପାଇଁ ସାକ୍ଷରତାର ମହତ୍ତ୍ୱ ବିଷୟରେ ସୂଚାଇ ଦେବା ପାଇଁ 1966 ମସିହାରୁ ଏହି ଦିବସ ପାଳନ କରାଯାଉଛି । ସାକ୍ଷରତା ପ୍ରସଙ୍ଗ ହେଉଛି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଜାତିସଂଘର ସ୍ଥାୟୀ ବିକାଶ ପାଇଁ 2030 ଏଜେଣ୍ଡାର ଏକ ପ୍ରମୁଖ ଉପାଦାନ ।
ସେପ୍ଟେମ୍ବର 2015 ରେ ବିଶ୍ବର ନେତାଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଜାତିସଂଘର ସ୍ଥାୟୀ ବିକାଶ ଏଜେଣ୍ଡା, ଗୁଣାତ୍ମକ ଶିକ୍ଷା ତଥା ଲୋକଙ୍କ ଜୀବନରେ ଶିକ୍ଷାର ସୁଯୋଗ ପାଇଁ ସର୍ବଭାରତୀୟ ପ୍ରବେଶକୁ ପ୍ରୋତ୍ସାହିତ କରେ । ଏହା ଯୁବକ ସାକ୍ଷରତା ଓ ଦକ୍ଷତା ଅଭାବ ଥିବା ବ୍ୟକ୍ତିଙ୍କୁ ସେମାନଙ୍କୁ ଲକ୍ଷ୍ୟ ହାସଲ କରିବାର ସୁଯୋଗ ଦେଇଥା । ଶିକ୍ଷାଗତ ପ୍ରଶ୍ନଗୁଡିକର ଅନୁସନ୍ଧାନ କରି ଆନ୍ତର୍ଜାତୀୟ ସାକ୍ଷରତା ଦିବସ 2020 ପାଳନ ହେବ ।
ଏହି ଦିନ ଶିକ୍ଷାବିତଙ୍କ ଭୂମିକାକୁ ବିଶ୍ଳେଷଣ କରିବାର ସୁଯୋଗ ପ୍ରଦାନ କରିବା ସହିତ ପ୍ରଭାବଶାଳୀ ନୀତି, ପ୍ରଣାଳୀ, ଶାସନ ଓ ପଦକ୍ଷେପ ଯାହା ଶିକ୍ଷାବିତ୍ ତଥା ଶିକ୍ଷଣକୁ ସମର୍ଥନ କରିପାରିବ, ସେ ନେଇ ଭର୍ଚୁଆଲ୍ ସମ୍ମିଳନୀରେ ଆଲୋଚନା କରାଯିବ । ୟୁନେସ୍କୋ SDG4 ହାସଲ ଦିଗରେ କୋଭିଡ୍-19 ଯୁଗରେ ଯୁବକଙ୍କ ଶିକ୍ଷା ଓ ଶିକ୍ଷଣକୁ ପୁନଃଚିତ୍ରଣ କରିବା ପାଇଁ ଏକ ସାମୂହିକ ବିଶ୍ୱ ଆଲୋଚନା ଆରମ୍ଭ କରିବ ।
‘COVID-19 ସଙ୍କଟ ମଧ୍ୟରେ ଶିକ୍ଷା ଓ ସାକ୍ଷରତା’
ବିଗତ ଦଶନ୍ଧି ମଧ୍ୟରେ ସାକ୍ଷରତା କ୍ଷେତ୍ରରେ ବିଶ୍ୱର ଅଗ୍ରଗତି ସ୍ଥିର ରହିଛି । ତଥାପି, ସର୍ବଭାରତୀୟ ସ୍ତରରେ 773 ନିୟୁତ ଯୁବକଙ୍କର ମୌଳିକ ସାକ୍ଷରତା ଦକ୍ଷତା ଅଭାବ ରହିଛି ।
617 ନିୟୁତରୁ ଅଧିକ ଶିଶୁ ଗଣିତ ଓ ପଢାରେ ଦୁର୍ବଳ ।
- ସାମ୍ପ୍ରତିକ କୋଭିଡ-19 ସଙ୍କଟ ସମୟରେ ବର୍ତ୍ତମାନର ସାକ୍ଷରତା ଆହ୍ବାନ ଏକ ଉଚିତ୍ କାର୍ଯ୍ୟ । ଏହା ପାଠପଢା ଓ ଆଜୀବନ ଶିକ୍ଷାର ସୁଯୋଗକୁ ଗଭୀର ଭାବରେ ପ୍ରଭାବିତ କରି ଯୁବକଙ୍କ ଠାରେ ସାକ୍ଷରତା କୌଶଳ ବୃଦ୍ଧି କରିବ ।
- କୋଭିଡ-19ର ପ୍ରାଥମିକ ସମୟରେ ବିଶ୍ବର ପ୍ରାୟ 190 ଦେଶରେ ସ୍କୁଲ, କଲେଜ ବନ୍ଦ ହୋଇଗଲା । ପ୍ରାୟ 63ମିଲିୟନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଲା ।
- ବିଶେଷ କରି ଶିଶୁ ଓ ଯୁବକଙ୍କ ପାଇଁ ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ରରେ ସରକାର ଭର୍ଚୁଆଲ୍ ଶିକ୍ଷାଦାନକୁ ମହତ୍ତ୍ବ ଦେଲେ । ଅନଲାଇନ୍ ପାଠ୍ୟକ୍ରମ ଓ ଟିଭି, ରେଡିଓ ଦ୍ବାରା ଶିକ୍ଷାଗ୍ରହଣ ସମୟରେ ଅନେକ ସମସ୍ୟାର ସମ୍ମୁଖିନ ମଧ୍ୟ ହେବାକୁ ପଡିଲା ।
- ଏହା ଯୁବକ ଓ ବୟସ୍କଙ୍କ ସାକ୍ଷରତା କ୍ଷେତ୍ରକୁ ପ୍ରଭାବିତ କଲା ।
- ଫଳରେ ବହୁ ଯୁବକ ଓ ବୟସ୍କଙ୍କ ମଧ୍ୟରେ ପାଠପଢାର ଇଚ୍ଛଶକ୍ତି କମିବାକୁ ଲାଗିଲା । ଅନେକ ପାଠପଢା ମଧ୍ୟ ଛାଡିଦେଇଥିଲେ ।
ସାକ୍ଷରତା-
1946 ମସିହାରୁ ସର୍ବଭାରତୀୟ ସାକ୍ଷରତା ପ୍ରୟାସରେ ୟୁନେସ୍କୋ ସର୍ବପ୍ରଥମରେ ରହିଆସିଛି। ଏହା ଶିକ୍ଷା ଅଧିକାରର ଏକ ଅନ୍ତର୍ନିହିତ ଅଂଶ ଭାବରେ ଜୀବନସାରା ସାକ୍ଷରତା କୌଶଳ ହାସଲ ଓ ଉନ୍ନତି କରିବାକୁ ଚେଷ୍ଟିତ ।
ସାକ୍ଷରତାର ଗୁଣ ଲୋକଙ୍କୁ ସଶକ୍ତ କରିଥାଏ, ସେମାନଙ୍କୁ ସମାଜରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ସକ୍ଷମ କରିଥାଏ ଏବଂ ଜୀବିକା ନିର୍ବାହରେ ସହାୟକ ହୋଇଥାଏ । ନିରନ୍ତର ବିକାଶ ପାଇଁ ସାକ୍ଷରତା ଏକ ଡ୍ରାଇଭର ସଦୃଶ୍ୟ । ଏହା ଶିଶୁ ଏବଂ ପରିବାରର ସ୍ୱାସ୍ଥ୍ୟ, ପୁଷ୍ଟିକର ଉନ୍ନତି, ଦାରିଦ୍ର୍ୟତା ହ୍ରାସ କରେ ।
ପଢିବା, ଲେଖିବା ଓ ଗଣନା କରିବାର ଶିକ୍ଷା ଯେତିକି ସହାୟ ହୋଇଥାଏ ସେତିକି ଚରିତ୍ର ଗଠନରେ ମଧ୍ୟ ସହାୟକ ହୋଇଥାଏ । ସର୍ବଭାରତୀୟ ସ୍ତରରେ ଅତିକମରେ 750 ନିୟୁତ ଯୁବକ ଓ ବୟସ୍କ ପଢିଲେଖିପାରିବେ ନାହିଁ ଏବଂ 250 ନିୟୁତ ଶିଶୁ ମୌଳିକ ସାକ୍ଷରତା ଦକ୍ଷତା ହାସଲ କରିବାରେ ବିଫଳ ହେଉଛନ୍ତି । ଏହାଦ୍ୱାରା ନିମ୍ନ ସାକ୍ଷର ତଥା ନିମ୍ନ କୁଶଳୀ ଯୁବକ ସେମାନଙ୍କ ସମ୍ପ୍ରଦାୟ ଏବଂ ସମାଜରେ ପୂର୍ଣ୍ଣ ଅଂଶଗ୍ରହଣରୁ ବାଦ ପଡିଛନ୍ତି ।
ଆଜୀବନ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସାକ୍ଷରତାକୁ ଆଗକୁ ବଢାଇବା ଓ ସ୍ଥାୟୀ ବିକାଶ ପାଇଁ 2030 ଏଜେଣ୍ଡା ଗୁରୁତ୍ବ ଦେଉଛି ।
- ବାଲ୍ୟକାଳରୁ ଯତ୍ନ ଓ ଶିକ୍ଷା ମାଧ୍ୟମରେ ଦୃଢ ଭିତ୍ତିଭୂମି ନିର୍ମାଣ ।
- ସମସ୍ତ ଶିଶୁଙ୍କ ପାଇଁ ଗୁଣାତ୍ମକ ମୌଳିକ ଶିକ୍ଷା ପ୍ରଦାନ ।
- ସାକ୍ଷରତା ପରିବେଶର ବିକାଶ
ବିଶ୍ବ ସାକ୍ଷରତା ଦିବସର ଇତିହାସ-
- ଅନ୍ତର୍ଜାତୀୟ ସାକ୍ଷରତା ଦିବସ ୟୁନେସ୍କୋ ଦ୍ବାରା ପ୍ରଥମେ ନଭେମ୍ବର 7, 1965ରେ ସ୍ଥିର କରାଯାଇଥିଲା ।
- ପରେ ଏହାକୁ 1966 ସେପ୍ଟେମ୍ବର 8ରେ ପାଳନ କରାଗଲା ।
- ୟୁନେସ୍କୋର ଡାଟା ଅନୁସାରେ ପ୍ରାୟ 84 ପ୍ରତିଶତ ବିଶ୍ବ ଜନସଂଖ୍ୟା ଶିକ୍ଷିତ ।
- ବିଶ୍ବର ଏକ ତୃତୀୟାଂଶ ବା 775 ମିଲିୟନ ଶିକ୍ଷିତ ଏହି 10ଟି ଦେଶରୁ ଆସିଥାନ୍ତି । ଯଥା, ଭାରତ, ଚାଇନା, ପାକିସ୍ତାନ, ବାଂଲାଦେଶ, ନାଇଜେରିଆ, ଇଥୋପିଆ, ଇଜିପ୍ଟ, ବ୍ରାଜିଲ, ଇଣ୍ଡୋନେସିଆ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ।
- ପ୍ରାୟ 250 ମିଲିୟନ ଶିଶୁ ଏବେବି ଅଶିକ୍ଷିତ ।
- ମିଳିତ ଜାତିସଂଘର ଆକଳନ ଅନୁସାରେ ପ୍ରତି 5 ଜଣରେ ଜଣେ ଅଶିକ୍ଷିତ । 75 ମିଲିୟନ ଶିଶୁ ସ୍କୁଲରେ ପାଦ ମଧ୍ୟ ଦେଇନାହାଁନ୍ତି ।
ସାକ୍ଷରତାକୁ ନେଇ ଭାରତର ସତ୍ୟତା-
- 2011 ଜନଗଣନା ଅନୁସାରେ, ଭାରତର ସାକ୍ଷରତା ହାର 74.04 ପ୍ରତିଶତ
- 2011 ଜନଗଣନା ଅନୁସାରେ, କେରଳରେ ସର୍ବାଧିକ ସାକ୍ଷରତା ହାର 93.91 ପ୍ରତିଶତ । ଏହାପରେ ଲାକ୍ଷାଦ୍ବୀପରେ 92.28 ପ୍ରତିଶତ । ମିଜୋରାମରେ 91.58 ପ୍ରତିଶତ, ତ୍ରୀପୁରାରେ 87.75 ପ୍ରତିଶତ ଓ ଗୋଆରେ 87.40 ପ୍ରତିଶତ ।
- ଭାରତରେ ପ୍ରାୟ 313 ଅଶିକ୍ଷିତ । ସେମାନଙ୍କ ମଧ୍ୟରୁ 59 ପ୍ରତିଶତ ମହିଳା ।
- 1983 ରୁ 2010 ମଧ୍ୟରେ ଶିକ୍ଷା, କର୍ମକ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ପାର୍ଥକ୍ୟରେ ପରିବର୍ତ୍ତନ ଆସିଛି ।
- ଭାରତରେ ଏବେ ପ୍ରାୟ 186 ମିଲିୟନ ମହିଳା ଏବେବି ଲେଖିପଢି ଜାଣନ୍ତିନି ।
- ବର୍ତ୍ତମାନର ରିପୋର୍ଟ ଅନୁସାରେ, ଶିଶୁ ଓ ଯୁବକଙ୍କ ମଧ୍ୟରେ ସାକ୍ଷରତା ହାର 93 ପ୍ରତିଶତ ଓ 94 ପ୍ରତିଶତ ରହିଛି ।
ସରକାରଙ୍କ ଦ୍ବାରା ପଦକ୍ଷେପ-
1988 ରେ ଆରମ୍ଭ ହୋଇଥିବା ଜାତୀୟ ସାକ୍ଷରତା ମିଶନ୍ (NLM) ଏହାର ପ୍ରମୁଖ ଉପାଦାନ ଭାବରେ ଶିକ୍ଷାକୁ ପ୍ରୋତ୍ସାହିତ କରେ । 15-35 ବର୍ଷ ବୟସରେ ଅଣ-ସାକ୍ଷରମାନଙ୍କୁ ସାକ୍ଷରତା ପ୍ରଦାନ ଉପରେ ଧ୍ୟାନ ଦେଇଥାଏ । ମି-ଡେ ମିଲ୍ ଯୋଜନା (1995), ସର୍ବ ଶିକ୍ଷା ଅଭିଯାନ୍ (2001) ଓ ଆରଟିଇ (ରାଇଟ୍ ଟୁ ଏଜୁକେସନ୍ ଆକ୍ଟ, 2009) ସାକ୍ଷରତା ବୃଦ୍ଧିରେ ଯଥେଷ୍ଟ ଅବଦାନ ରହିଛି ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ପ୍ରକାଶିତ ଶିକ୍ଷା ଉପରେ ଏକ ରିପୋର୍ଟ -
ସର୍ବୋତ୍ତମ 5 ରାଜ୍ୟ-
କେରଳ- 96.2 %
ଦିଲ୍ଲୀ-88.7 %
ଉତ୍ତରାଖଣ୍ଡ-87.6 %
ହିମାଞ୍ଚଳପ୍ରଦେଶ-86.6%
ଆସାମ-85.9 %
ସର୍ବନିମ୍ନ 5 ରାଜ୍ୟ-
ଉତ୍ତରପ୍ରଦେଶ-73%
ତେଲେଙ୍ଗାନା-72.8%
ବିହାର-70.9%
ରାଜସ୍ଥାନ- 69.7%
ଆନ୍ଧ୍ରାପ୍ରଦେଶ-66.4%
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ