ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆବଶ୍ୟୟକୀୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆସିବା ଓ ଯିବାକୁ ଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବାତିଲ କରିଦିଆଯାଇଛି ।
ଦେଶରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯେଉଁମାନେ ଫ୍ଲାଇଟ ଯୋଗେଁ ବିଦେସ ଯାତ୍ରାରୁ ଫେରୁଛନ୍ତି, ଅଧିକାଂଶ ସେମାନଙ୍କଠାରେ ହିଁ କୋରୋନା ପଜିଟିଭ ଦେଖିବାକୁ ମିଳୁଛି । ଏ ନେଇ ଆଇଜିଆଇ ଏୟାରପୋର୍ଟରେ ସମସ୍ତ ଅନ୍ତରାଷ୍ଟ୍ରୀୟ ଉଡାଣ ସେବା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ