ETV Bharat / bharat

ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଜାତୀୟ ଦିବସ, ସ୍ବାସ୍ଥ୍ୟ ସୁରକ୍ଷା ଦିନର ମୁଖ୍ୟ ଉଦ୍ଦେଶ୍ୟ - ଅନ୍ତର୍ଜାତୀୟ ଦିବସ

14 ଡିସେମ୍ବର 1990 ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଅକ୍ଟୋବର 1 କୁ ଅନ୍ତର୍ଜାତୀୟ ବୃଦ୍ଧ ଦିବସ ଭାବରେ ମନୋନୀତ କରାଗଲା । ଭିଏନା ଇଣ୍ଟରନ୍ୟାସନାଲ ପ୍ଲାନ ଅଫ୍ ଆକ୍ସନ ଅଫ୍ ଏଜିଂ ଦ୍ବାରା ଏଭଳି ପଦକ୍ଷେପ ଗ୍ରହଣ କରାଗଲା ।

ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଜାତୀୟ ଦିବସ
ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଜାତୀୟ ଦିବସ
author img

By

Published : Oct 1, 2020, 3:43 PM IST

ହାଇଦ୍ରାବାଦ: 14 ଡିସେମ୍ବର 1990 ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଅକ୍ଟୋବର 1 କୁ ଅନ୍ତର୍ଜାତୀୟ ବୃଦ୍ଧ ଦିବସ ଭାବରେ ମନୋନୀତ କରାଗଲା । ଭିଏନା ଇଣ୍ଟରନ୍ୟାସନାଲ ପ୍ଲାନ ଅଫ୍ ଆକ୍ସନ ଅଫ୍ ଏଜିଂ ଦ୍ବାରା ଏଭଳି ପଦକ୍ଷେପ ଗ୍ରହଣ କରାଗଲା । ଏହାକୁ 1982ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ବାରା ଅନୁମୋଦିତ ହୋଇଥିଲା।

2020ରେ ବୃଦ୍ଧ ବ୍ୟକ୍ତିଙ୍କ ଆନ୍ତର୍ଜାତୀୟ ଦିବସର 30 ତମ ବାର୍ଷିକୀ ପାଳନ କରାଯାଉଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ଙ୍କ ଅନୁଯାୟୀ କୋଭିଡ-19 ମହାମାରୀ ସମଗ୍ର ବିଶ୍ବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଭୟ ଓ ଯନ୍ତ୍ରଣା ସୃଷ୍ଟି କରୁଛି। ଏହାର ତୁରନ୍ତ ସ୍ବାସ୍ଥ୍ୟ ପ୍ରଭାବ ବୟସ୍କ ଲୋକଙ୍କୁ ଦାରିଦ୍ର, ଭେଦଭାବ ଏବଂ ବିଚ୍ଛିନ୍ନତାର ଅଧିକ ବିପଦରେ ପକାଉଛି। ବିକାଶଶୀଳ ଦେଶମାନଙ୍କରେ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ଘାତକ ପ୍ରଭାବ ପଡିବାର ସମ୍ଭାବନା ରହିଛି।

2020 ଦିବସ ପାଳନ ସୁସ୍ଥ ବାର୍ଦ୍ଧକ୍ୟ (2020-2030) କୁ ପ୍ରୋତ୍ସାହିତ କରିବ । ଜାତିସଂଘର ବିଶେଷଜ୍ଞ, ନାଗରିକ ସମାଜ, ସରକାର ଏବଂ ସ୍ବାସ୍ଥ୍ୟ ବୃତ୍ତିଗତମାନଙ୍କୁ ଏକତ୍ର କରିବାରେ ସାହାଯ୍ୟ କରିବ । ଗ୍ଲୋବାଲ୍ ଷ୍ଟ୍ରାଟେଜୀ ସ୍ବାସ୍ଥ୍ୟ ଉପରେ ଆକ୍ସନ ପ୍ଲାନର 5ଟି ରଣନୀତିକ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବ।

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଆବଶ୍ୟକତା ଏବଂ ସେମାନେ ରହୁଥିବା ସମାଜର କାର୍ଯ୍ୟକଳାପ ବିଷୟରେ ସେମାନଙ୍କର ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଚଳିତ ବର୍ଷର ମୁଖ୍ୟ ଉଦ୍ଦେଶ୍ୟ । ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ପାର୍ଥକ୍ୟ ହ୍ରାସ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ବୟସ୍କ ବ୍ୟକ୍ତିଙ୍କ ଉପରେ କୋଭିଡ-19 ର ପ୍ରଭାବ ଏବଂ ସ୍ବାସ୍ଥ୍ୟ ସେବା ନୀତି, ଯୋଜନା ଏବଂ ମନୋଭାବ ଉପରେ ଏହାର ପ୍ରଭାବ ବିଷୟରେ ବୁଝିବା ମୁଖ୍ୟ ଉଦ୍ଦେଶ୍ୟ ।

ଦିବସର ଉଦ୍ଦେଶ୍ୟ:-

1991 ରେ ସାଧାରଣ ସଭା ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ମିଳିତ ଜାତିସଂଘର ନୀତି ଗ୍ରହଣ କଲା । 2002 ରେ ବାର୍ଦ୍ଧକ୍ୟ ଉପରେ ଦ୍ବିତୀୟ ସାଧାରଣ ସଭା ଏକବିଂଶ ଶତାବ୍ଦୀରେ ଜନସଂଖ୍ୟା ବୃଦ୍ଧାବସ୍ଥାର ସୁଯୋଗ ତଥା ଆହ୍ବାନର ଜବାବ ଦେବା ଏବଂ ସମସ୍ତ ବୟସ ପାଇଁ ଏକ ସମାଜର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମାଡ୍ରିଡ୍ ଅନ୍ତର୍ଜାତୀୟ ଯୋଜନାକୁ ଗ୍ରହଣ କରାଗଲା । ସାମ୍ପ୍ରତିକ ଦଶନ୍ଧିରେ ବିଶ୍ବ ଜନସଂଖ୍ୟାରେ ପରିବର୍ତ୍ତନ ଆସିଛି । 1950 ରୁ 2010 ମଧ୍ୟରେ ସାରା ବିଶ୍ବରେ ବୟସସୀମା 46 ରୁ 68 ବର୍ଷକୁ ବୃଦ୍ଧି ପାଇଛି ।

ସର୍ବଭାରତୀୟ ସ୍ତରରେ 2019 ରେ 65 ବର୍ଷିୟ 703 ନିୟୁତ ବ୍ୟକ୍ତି ଥିଲେ। ପୂର୍ବାଞ୍ଚଳ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅଞ୍ଚଳରେ ସର୍ବାଧିକ ବୟସ୍କ ବ୍ୟକ୍ତି (261 ନିୟୁତ) ରହିଥିଲେ, ଏହାପରେ ୟୁରୋପ ଏବଂ ଉତ୍ତର ଆମେରିକା (200 ନିୟୁତରୁ ଅଧିକ) ରହିଥିଲେ। ପରବର୍ତ୍ତୀ ତିନି ଦଶନ୍ଧି ମଧ୍ୟରେ, ବିଶ୍ବବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ବିଗୁଣରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ବୟସ୍କ ବ୍ୟକ୍ତିଙ୍କ ଉପରେ କୋଭିଡ-19 ପ୍ରଭାବ-

ମନ୍ତ୍ରଣାଳୟର ତଥ୍ୟ ଦର୍ଶାଇଛି ଯେ ବରିଷ୍ଠ ନାଗରିକଙ୍କ ମଧ୍ୟରେ 51 ପ୍ରତିଶତ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟ୍ବିଟ୍ କରି କହିଛି, ‘54 ପ୍ରତିଶତ କୋଭିଡ-19 ମାମଲା 18-44 ବର୍ଷ ବୟସରେ ଅଛି କିନ୍ତୁ 51 ପ୍ରତିଶତ ମୃତ୍ୟୁ 60 ବର୍ଷରୁ ଅଧିକ ବୟସ୍କ ଅଛନ୍ତି’।

ବୟସ୍କ ବ୍ୟକ୍ତିଙ୍କ ଉପରେ କୋଭିଡ-19 ପ୍ରଭାବ
ବୟସ୍କ ବ୍ୟକ୍ତିଙ୍କ ଉପରେ କୋଭିଡ-19 ପ୍ରଭାବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.