ETV Bharat / bharat

ଅଗଷ୍ଟ 31 ଯାଏଁ ଦେଶରେ ବନ୍ଦ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ସେବା - ଅନ୍ତରାଷ୍ଟ୍ରୀୟ ବିମାନ ସେବା

ତେବେ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ପୂନର୍ବାର ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ଅଗଷ୍ଟ 31 ଯାଏଁ ଦେଶରେ ବନ୍ଦ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ସେବା

author img

By

Published : Jul 31, 2020, 6:33 PM IST

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ କୋରୋନା କବଳରେ କବଳିତ ହୋଇଛି । ଦେଶରେ ମଧ୍ୟ ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ତେବେ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ପୂନର୍ବାର ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ସେବାରେ ଲାଗୁ ହୋଇଥିବା ପ୍ରତିବନ୍ଧକ ସମୟସୀମାକୁ ବଢାଇ ଦିଆଯାଇଛି । ତେବେ 31 ଅଗଷ୍ଟ ଯାଏଁ ଦେଶରୁ କୌଣସି ବି ଅନ୍ତରାଷ୍ଟ୍ରୀୟ ବିମାନ ଉଡିବ ନାହିଁ । ଏନେଇ ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତରାଷ୍ଟ୍ରୀୟ ବିମାନ ସେବାରେ ରୋକ କାରଣରୁ ଭାରଚ ସରକାର ବିଦେଶରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିସନ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ ଆଧାରରେ ବିଦେଶରେ ଫସିଥିବା ଲୋକଙ୍କୁ ପର୍ଯ୍ୟାୟକ୍ରମେ ଭାରତ ଅଣାଯାଉଛି । ତେବେ ଏଥିରେ ସରକାର ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସହଯୋଗ ନେଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.