ETV Bharat / bharat

ଆଇଆଇଟିରେ ପଢିବାକୁ ବଢୁଛି ଛାତ୍ରୀଙ୍କ ଆଗ୍ରହ - iit

ଦିନକୁ ଦିନ ବଢୁଛି ଶିକ୍ଷିତ ଛାତ୍ରୀଙ୍କ ସଂଖ୍ୟା । ଆଉ କେବଳ ସାକ୍ଷରତା ହେବାକୁ ଚାଁହୁନାହାନ୍ତି ଛାତ୍ରୀ

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
author img

By

Published : Feb 18, 2019, 11:42 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଶିକ୍ଷିତ ଛାତ୍ରୀଙ୍କ ସଂଖ୍ୟା । ଆଉ କେବଳ ସାକ୍ଷରତା ହେବାକୁ ଚାଁହୁନାହାନ୍ତି ଛାତ୍ରୀ। ବରଂ ଆଇଆଇଟି,ଏନଆଇଟି ଭଳି ଉନ୍ନତମାନର ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ଆଗ୍ରହ ଦେଖାଉଛନ୍ତି ଛାତ୍ରୀ । କିଛି ଏଭଳି ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ମିଳିଥିବା ରିପୋର୍ଟ ମୁତାବକ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରୀମାନେ ଆଇଆଇଟି ଓ ଏନଆଇଟିରେ ପଢିବା ପାଇଁ ଆବେଦନ କରୁଛନ୍ତି ।

୨୦୧୪ରେ ଛାତ୍ରୀଙ୍କ ଆବେଦନ ହାର ୭ ପ୍ରତିଶତ ଥିବାବେଳେ ୨୦୧୮ରେ ଏହି ହାର ୧୬ ପ୍ରତିଶତରେ ପହଞ୍ଚିଛି । ବଡ କଥା ହେଉଛି ଏହି ସମୟ ମଧ୍ୟରେ ଦେଶରେ କାର୍ଯ୍ୟକ୍ଷମ ହୋଇଛି ୧୪୧ଟି ବିଶ୍ୱବିଦ୍ୟାଳୟ।

ସେହିପରି ୭ଟି ଆଇଆଇଏମ, ୭ଟି ଆଇଆଇଟି, ୨ଟି ଆଇଜର, ୧୪ଟି ଆଇଆଇଆଇଟି ଓ ଗୋଟିଏ ଏନଆଇଟି ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇଛି । ସେହିପରି ବର୍ତମାନ ଦେଶରେ ୮୮୪ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ମୋଟା ୪୨୦୦୦ କଲେଜ ରହିଛି । ଯେଉଁଥିରେ ୩ କୋଟି ୭୦ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

Intro:Body:

ଅନାସ୍ଥା ପ୍ରସ୍ତାବ ଆଣିବା ମୁଡରେ ବିଜେପି

ବେଙ୍ଗାଲୁରୁ: ଥମିବାର ନାଁ ନେଉନାହିଁ କର୍ଣ୍ଣାଟକ ରାଜନୈତିକ ଡ୍ରାମା । ବଜେଟ ଅଧିବେଶନରେ ବିଜେପି ଆଣିପାରେ ଅନାସ୍ଥା ପ୍ରସ୍ତାବ । ଆଉ ଏଥିପାଇଁ ବାଚସ୍ପତିଙ୍କ ସମ୍ପର୍କରେ କଂଗ୍ରେସ । ସେପଟେ ବଜେଟ ବିଲ ପାରିତ କରିବା ପାଇଁ ବିଜେପି ଭୋଟ ଡିଭିଜନ ଦାବି କଲେ ଏହା ଜେଡିଏସ-କଂଗ୍ରେସ ସରକାର ପାଇଁ ନିଶ୍ଚିତ ଲଜ୍ଜ୍ୟାଜନକ ଘଟଣା ପାଲଟିବ । ବଜେଟ ଅଧିବେଶନରେ ହ୍ବିପ ଜାରି ହେବାର ସମ୍ଭାବନା ରହିଛି । 

ଏହା ଦ୍ବାରା ଦଳବଦଳ ଆଇନ ଉଲ୍ଲଙ୍ଘନ କରିଥିବା ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ସମସ୍ତ ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି । ଜେଡିଏସ-କଂଗ୍ରେସ ମେଣ୍ଟ ରେ ଅଛନ୍ତି 118 ବିଧାୟକ । ଏଥିମଧ୍ୟରୁ 4 ଜଣ ବାଗୀ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଜଣେ ବିଧାୟକ ଗଣେଷଙ୍କୁ ନିଲମ୍ବିତ କରାଯାଇଛି । କଂଗ୍ରେସ ମଧ୍ୟ ଏହି 5 ବିଧାୟକଙ୍କ ଭୋଟର ଆଶା ରଖିନାହିଁ । ତେବେ ଏସବୁକୁ ବାଦ ଦେଲେ କଂଗ୍ରେସର ସଂଖ୍ୟାବଳ 113 ରହିବ । ସରକାରରେ ରହିବା ପାଇଁ ମେଣ୍ଟକୁ ଏକମାତ୍ର ସଂଖ୍ୟା ଦରକାର । 

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ କଂଗ୍ରେସ-ଜେଡିଏସ ମଧ୍ୟରେ ସିଟବଣ୍ଟାକୁ ନେଇ ବୈଠକ ବସିବ । ବିଗତ କିଛି ଦିନ ମଧ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟରେ ଫାଟ ଧିରେଧିରେ ପଦାରେ ପଡିଲାଣି । ବିଧାୟକ ମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କଂଗ୍ରେସକୁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ସେହିପରି କଂଗ୍ରେସ ନେତାଙ୍କ ଟିପ୍ପଣୀ ପାଇଁ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ କହି ଦେଇଛନ୍ତି କୁମାରସ୍ବାମୀ ।        

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.