ETV Bharat / bharat

ସତ ଉଗାଳି ପାକିସ୍ତାନର ମୁଖା ଖୋଲିଲେ ମୁଶାରଫ୍‌

ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ -ମହମ୍ମଦ ଭିତରେ ମଧୁଚନ୍ଦ୍ରିକା ରହିଥିବା କଥା ସେ କହିଛନ୍ତି। ଅନ୍ଦର ମହଲରେ କଣ ସବୁ ଚାଲିଛି ସେ ସବୁକ କଳା ସତକୁ ସାମନାକୁ ଆଣିଛନ୍ତି ମୁଶାରଫ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ସହ ନିଜ ବାର୍ତ୍ତାଳାପରେ ପାକିସ୍ତାନର ଅସଲ ଚେହେରାକୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପଦାରେ ପକାଇଛନ୍ତି ।

author img

By

Published : Mar 7, 2019, 3:14 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଖାଣ୍ଟି ସତ କଥା କହିଛନ୍ତି । ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ -ମହମ୍ମଦ ଭିତରେ ମଧୁଚନ୍ଦ୍ରିକା ରହିଥିବା କଥା ସେ କହିଛନ୍ତି । ଅନ୍ଦର ମହଲରେ କଣ ସବୁ ଚାଲିଛି ସେ ସବୁକଳା ସତକୁ ସାମନାକୁ ଆଣିଛନ୍ତି ମୁଶାରଫ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ସହ ନିଜ ବାର୍ତ୍ତାଳାପରେ ପାକିସ୍ତାନର ଅସଲ ଚେହେରାକୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପଦାରେ ପକାଇଛନ୍ତି ।

ସେ କହିଛନ୍ତି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଙ୍ଗଠନକୁ ବ୍ୟବହାର କରୁଛି ପାକିସ୍ତାନ । ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈଶ ଜରିଆରେ ଭାରତରେ ବିସ୍ଫୋରଣ କରାଉଛି । ଏହାସହ ଇମ୍ରାନ ସରକାରଙ୍କୁ ଜୈଶ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସ୍ବାଗତ କରିଛନ୍ତି ।

ଏହାସହ ମୁଶାରଫ ଆହୁରି କହିଛନ୍ତି ଯେ, ଜୈଶ ସଙ୍ଗଠନ ତାଙ୍କୁ ଦୁଇଦୁଇ ଥର ମଧ୍ୟ ହତ୍ୟା କରିବା ଲାଗି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା । ଡିସେମ୍ବର ୨୦୦୩ ମସିହାରେ ତାଙ୍କ ଉପରେ ହୋଇଥିବା ଆକ୍ରମଣର ଘଟଣା ସମ୍ପର୍କରେ ମଧ୍ୟ ମୁଶାରଫ ଖୁଲାସା କରିଛନ୍ତି ।

Slug,, protest , avb , Puri , 6.3.19

Anchor,, ପୁରୀ ଜିଲା ସତ୍ୟବାଦୀ ବ୍ଲକ ବଳପୁର ର ଜଣେ ଦଳିତ ବିଧବା ମହିଳା ସୋନି ଗୋଛୟତ ସତ୍ୟ ବାଦୀ ବ୍ଲକ କାର୍ଯ୍ୟଳୟ ସମୂଖ ରେ ଆତ୍ମାହୁତ ଦେବା ପାଇଁ ପୁରୀ ଜିଲା ପାଳ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସ୍ୱାମୀ ସରୋଜ ଗୋଛୟତ ଙ୍କ ମୃତ୍ୟୁ ର ଦେଢ଼ ବର୍ଷ ପରେ ମଧ୍ୟ ତାଙ୍କ ପତ୍ନୀ ଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ନେଇ ସେ ନିରାଶ ହେବା ପରେ ଆତ୍ମହୁତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବ୍ଲକ ପ୍ରଶାସନ ଠାରୁ ଆରଂଭ କରି ଜିଲା ପ୍ରଶାସନ ଯାଏଁ ବିଭିନ୍ନ ସମୟରେ ତାଙ୍କୁ ସହାୟତା ନେଇ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ନାମକ ଏକ ସଂଗଠନ ଆଜି ପୁରୀ ଜିଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଏହି ପ୍ରସଂଗ କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ଉକ୍ତ ମହିଳା ଙ୍କୁ ସମସ୍ତ ସହାୟତା ଦେବାକୁ ଦାବି କରିଛି । ନ ହେଲେ ଉକ୍ତ ମହିଳା ଆତ୍ମହୁତି ଦେଲେ ଜିଲା ପ୍ରଶାସନ ଏଥି ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ସଂଗଠନ କହିଛି। 

ବାଇଟ ,, 1,, ଗୋବିନ୍ଦ ଚନ୍ଦ୍ର ମହାପାତ୍ର,, ସମାଜସେବୀ
ବାଇଟ,,2,, ସୋନି ଗୋଛୟତ , ମୃତକ ଙ୍କ ପତ୍ନୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.