ETV Bharat / bharat

ଟିକଟକର ବିକଳ୍ପ ଇନଷ୍ଟାଗ୍ରାମ ରିଲ୍ସ, କିଛି ଘଣ୍ଟା ପରେ ଲଞ୍ଚ - ଆମ୍ମି ଭିର୍କ

ଫେସବୁକ୍ ଅଧୀନରେ ଥିବା ଇନଷ୍ଟାଗ୍ରାମ ଆଣିଛି ନିଜର ନୂଆ ଫିଚର । ଏହାକୁ ଟିକଟକର ବିକଳ୍ପ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ଟିକଟକର ବିକଳ୍ପ ଇନଷ୍ଟାଗ୍ରାମ ରିଲ୍ସ, କିଛି ଘଣ୍ଟା ପରେ ଲଞ୍ଚ

author img

By

Published : Jul 8, 2020, 7:20 PM IST

ହାଇଦ୍ରାବାଦ: ଫେସବୁକ୍ ଅଧୀନରେ ଥିବା ଇନଷ୍ଟାଗ୍ରାମ ଆଣିଛି ନିଜର ନୂଆ ଫିଚର । ଏହାକୁ ଟିକଟକର ବିକଳ୍ପ ବୋଲି କୁହାଯାଉଛି । ଏହି ଫିଚରର ନାମ ରହିଛି ଇନଷ୍ଟାଗ୍ରାମ ରିଲ୍ସ । ବୁଧବାର ସନ୍ଧ୍ୟା ସାଢେ 7ଟାରେ ଏହା ଭାରତୀୟ ୟୁଜର୍ସଙ୍କ ପାଇଁ ଲଞ୍ଚ ହେବାକୁ ଯାଉଛି ବୋଲି ସୂଚନା ରହିଛି ।

instagram-extended-the-testing-of-reels-to-india-features-of-instagram-reels-testing
ଟିକଟକର ବିକଳ୍ପ ଇନଷ୍ଟାଗ୍ରାମ ରିଲ୍ସ, କିଛି ଘଣ୍ଟା ପରେ ଲଞ୍ଚ

କିଛି ଦିନ ତଳେ ଇନଷ୍ଟାଗ୍ରାମ ଏହାକୁ ଟେଷ୍ଟ କରୁଥିବା ଖବର ରହିଥିଲା । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଭାରତରେ କିଛି ୟୁଜର୍ସ ଏହି ଫିଚର ପାଇସାରିଥିବା ଜଣାପଡିଛି । ସନ୍ଧ୍ୟାରେ ଏହା ଅଫିସିଆଲ ଘୋଷଣା ହେବ ବୋଲି ସୂଚନା ମିଳିଛି । ଗତବର୍ଷ ବ୍ରାଜିଲରେ ଏହାକୁ ଆରମ୍ଭ କରିଥିଲା ଇନଷ୍ଟାଗ୍ରାମ । ନିକଟରେ ଫ୍ରାନ୍ସ ଓ ଜର୍ମାନୀରେ ଏହାର ଶୁଭାରମ୍ଭ ହୋଇଛି । ଏହା ଏପରି ସମୟରେ ଭାରତକୁ ଆସିଛି ଯେବେ ସମସ୍ତ ଘରୋଇ କମ୍ପାନୀ ଟିକଟକର ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି । ଭାରତ ସରକାର ଟିକଟକ୍ ସମେତ 59ଟି ଆପ୍ ବ୍ୟାନ୍ କରିବା ପରେ ବିଭିନ୍ନ କମ୍ପାନୀ ଏହିଭଳି ପ୍ଲାଟଫର୍ମ ବନାଇବା ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ୟୁଟ୍ୟୁବ ମଧ୍ୟ ନିଜର ଏହିଭଳି ଏକ ଫିଚର ବାହାର କରିଛି ।

ତେବେ ଇନଷ୍ଟାଗ୍ରାମ ରିଲ୍ସ ଆଣିବାର ଯୋଜନା କମ୍ପାନୀ ପୂର୍ବରୁ କରିଥିଲା ବୋଲି ଫେସବୁକ୍ ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସମସ୍ତ ପୋଷ୍ଟ ମଧ୍ୟରେ ଭିଡିଓ ପ୍ରାୟ ଏକ ତୃତୀୟାଂଶରୁ ଅଧିକ ରହିଥାଏ । ଏଥିରୁ ସର୍ଟ ଭିଡିଓ ଯାହା 15 ସେକେଣ୍ଡରୁ କମ ପ୍ରାୟ 45 ପ୍ରତିଶତ ରହିଥାଏ ବୋଲି ଅଜିତ କହିଛନ୍ତି । ସେଥିପାଇଁ କମ୍ପାନୀ ଏପରି ଏକ ଫିଚର ବାହାର କରିବା ବିଷୟରେ ସ୍ଥିର କରିଛି ବୋଲି ସେ ମତ ଦେଇଛନ୍ତି । ଏହାଦ୍ବାରା କ୍ରିଏଟର୍ସଙ୍କୁ ଏକ ପ୍ଲାଟଫର୍ମ ଦେବା ପାଇଁ ଯୋଜନା କରିଛି ଇନଷ୍ଟାଗ୍ରାମ । ଯେପରି ଟିକଟକରେ ସେମାନେ ନିଜର ଭିଡିଓ ପୋଷ୍ଟ କରୁଥିଲେ ଏଠାରେ ସେପରି ବ୍ୟବସ୍ଥା ରହିବ । ଏଥିପାଇଁ କିଛି କ୍ରିଏଟର୍ସଙ୍କ ସହ ପାର୍ଟନରସିପ୍ କରିଛି କମ୍ପାନୀ ।

ଇନଷ୍ଟାଗ୍ରାମରେ ସବୁବେଳେ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଲୋକମାନେ ଏଠାରେ ମନୋରଞ୍ଜନ ଏବଂ ସେମାନେ ଭଲ ପାଉଥିବା ଜିନିଷ ସେୟାର କରିଥାନ୍ତି । ଆମ ପାଇଁ ୟୁଜର୍ସ ସବୁବେଳେ ପ୍ରାଥମିକତା ଏବଂ ଆମେ କମ୍ୟୁନିଟିକୁ ପ୍ରାଧାନ୍ୟ ଦେଇଥାଉ । ସେମାନେ ଏହି ପ୍ଲାଟଫର୍ମରେ କିଛି ଛୋଟ ଭିଡିଓ ତିଆରି କରି ସେୟାର କରିବା ପାଇଁ ଇଚ୍ଛୁକ ଥିବା ଜଣାପଡିଥିଲା । ସେଥିପାଇଁ କମ୍ପାନୀ ଏପରି ବ୍ୟବସ୍ଥା ଆରମ୍ଭ କରିଛି ବୋଲି ଅଜିତ ମୋହନ ପ୍ରକାଶ କରିଛନ୍ତି । ଭାରତରେ ଏହି ରିଲ୍ସର ଟେଷ୍ଟ ସଫଳ ହେବ ବୋଲି ଆଶା ରହିଛି । ଆଗାମୀ ଦିନରେ ନୂଆ କ୍ରିଏଟର୍ସଙ୍କୁ ଏହାଦ୍ବାରା ଆମେ ଏକ ପ୍ଲାଟଫର୍ମ ପ୍ରଦାନ କରିବୁ । ଯେଉଁଥିରେ ସେମାନେ ନିଜର କ୍ରିଏଟିଭିଟି ପ୍ରଦର୍ଶନ କରିବେ । ବିଶ୍ବ ସାମନାରେ ନିଜର ପାରଦର୍ଶିତା ଦେଖାଇବାର ସୁଯୋଗ ଭାରତୀୟ କ୍ରିଏଟର୍ସଙ୍କୁ ଇନଷ୍ଟାଗ୍ରାମ ଦେବ ବୋଲି ଅଜିତ କହିଛନ୍ତି ।

ଲଞ୍ଚବେଳେ ଆମ୍ମି ଭିର୍କ, ଗିପ୍ପି ଗ୍ରେୱାଲ, କୋମଲ ପାଣ୍ଡେ ଏବଂ ଅର୍ଜୁନ କାନୁନଗୋଙ୍କ ଭଳି ଅନେକ କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଦେଖିପାରିବେ ୟୁଜର୍ସ । ଭାରତର ନେକ୍ସଟ ସୁପରଷ୍ଟାର ରିଲ୍ସ ଦ୍ବାରା ମିଳିପାରେ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି । କେବଳ 10 କିମ୍ବା 50 ଫଲୋୟର୍ସଙ୍କୁ ନେଇ ବି ରିଲ୍ସରେ ଜଣେ ନିଜ କଣ୍ଟେଣ୍ଟ ପ୍ରଦର୍ଶନ କରିପାରିବ । ଏଥିପାଇଁ ବଡ ଦର୍ଶକଙ୍କ ସଂଖ୍ୟାର ଆବଶ୍ୟକତା ନାହିଁ । ଭାରତୀୟ ମାର୍କେଟରୁ ଜଣେ ସୁପରଷ୍ଟାର ବାହାର କରି ତାଙ୍କୁ ବିଶ୍ବସ୍ତରରେ ଷ୍ଟାର ବନାଇବା ଆମର ଲକ୍ଷ୍ୟ ବୋଲି ଇନଷ୍ଟାଗ୍ରାମର ଉପସଭାପତି ପ୍ରକାଶ କରିଛନ୍ତି ।

ଇନଷ୍ଟାଗ୍ରାମ ରିଲ୍ସ ଟିକଟକ୍ ଠାରୁ ପ୍ରେରଣା ପାଇଛି ବୋଲି ଅନେକ ଦାବି କରୁଛନ୍ତି । କାରଣ ଏହାର ଫିଚର ସର୍ଟ ଭିଡିଓ ଆପ୍ ପୂର୍ବରୁ ଟିକଟକର ହିଁ ଥିଲା । ଏହା ଇନଷ୍ଟାଗ୍ରାମ ଷ୍ଟୋରୀ ସେକ୍ସନରେ ଏକ ଫିଚର ଭାବେ ସ୍ଥାନ ପାଇବ । ୟୁଜର୍ସମାନେ 15 ସେକେଣ୍ଡର ଭିଡିଓ ସୁଟ୍ କରି ମ୍ୟୁଜିକ୍ ଟ୍ରାକ୍ ଆଡ୍ କରି ଏଆର ଇଫେକ୍ଟ ଦେଇପାରିବେ । ବ୍ୟାକଗ୍ରାଉଣ୍ଡ ପାଇଁ ଗୀତ ଏବଂ ଫିଲଟରର ସୁବିଧା ଦେଇଛି ଇନଷ୍ଟାଗ୍ରାମ । ଏଥିରେ ଅଧିକ ଏଡିଟିଂ ଟୁଲ୍ସ ମଧ୍ୟ ରହିଛି । ଟାଇମର, ସ୍ପିଡ୍, ରିୱାଇଣ୍ଡ ସହ ପୋଷ୍ଟ ଭଳି ଏହାକୁ ସେୟାର କରିହେବ । ୟୁଜର୍ସଙ୍କ ପ୍ରୋଫାଇଲରେ ଏହା ପାଇଁ ଏକ ଅଲଗା ସେକ୍ସନ ତିଆରି କରାଯାଇଛି ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.