ETV Bharat / bharat

202 ଭାରତୀୟଙ୍କୁ ନେଇ ମାଲଦ୍ବୀପ ଛାଡିଲା INS ମଗର୍ - 200 people from maldives to kochi

ଭାରତୀୟ ନୌସେନାର INS ମଗର୍ ଯୁଦ୍ଧ ଜାହାଜ ମାଲଦ୍ବୀପର ରାଜଧାନୀ ମାଲେରୁ 200 ଜଣଙ୍କ ସହ କୋଚି ଅଭିମୁଖେ ଯାତ୍ରା କରିଛି। ଅନ୍ୟପକ୍ଷେ ପ୍ରଥମ ଯୁଦ୍ଧ ଜାହାଜ INS ଜଲାଶ୍ବା ରବିବାର ସକାଳେ 698 ଜଣଙ୍କୁ ନେଇ କୋଚିରେ ପହଞ୍ଚିଥିଲା ।

INS magar
ମାଲଦ୍ବୀପ ଛାଡିଲା INS ମଗର୍
author img

By

Published : May 11, 2020, 10:25 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର INS ମଗର୍ ଯୁଦ୍ଧ ଜାହାଜ ମାଲଦ୍ବୀପର ରାଜଧାନୀ ମାଲେରୁ 200 ଜଣଙ୍କ ସହ କୋଚି ଅଭିମୁଖେ ଯାତ୍ରା କରିଛି। ଅନ୍ୟପକ୍ଷେ ପ୍ରଥମ ଯୁଦ୍ଧ ଜାହାଜ INS ଜଲାଶ୍ବା ରବିବାର ସକାଳେ 698 ଜଣଙ୍କୁ ନେଇ କୋଚିରେ ପହଞ୍ଚିଥିଲା ।

ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲଙ୍କ ଅନୁଯାୟୀ, ପ୍ରବଳ ବର୍ଷା ଓ ଖରାପ ପାଗରେ ବି INS ମଗର୍ ରବିବାର ସନ୍ଧ୍ୟାରେ 202 ଜଣ ଭାରତୀୟଙ୍କୁ ନେଇ ମାଲେ ଛାଡିଛି । ଏହି ବ୍ୟାଚରେ 24 ଜଣ ମହିଳା ଓ 2 ଶିଶୁ ଅଛନ୍ତି । ଯୁଦ୍ଧ ଜାହାଜ ପହଞ୍ଚିବା ପୂର୍ବରୁ ସମସ୍ତ ଭାରତୀୟଙ୍କ ମେଡିକାଲ୍ ସ୍କ୍ରିନିଂ କରାଯାଇଥିଲା ଓ ସେମାନଙ୍କର ସମସ୍ତ ଜିନିଷକୁ ସାନିଟାଇଜ୍ କରାଯାଇଥିଲା।

ଶୁକ୍ରବାର ମାଲେ ଠାରୁ 698 ଜଣଙ୍କୁ ନେଇ INS ଜଲାଶ୍ବା ରବିବାର ସକାଳେ କୋଚିରେ ପହଞ୍ଚିଥିଲେ। ଏଠାରେ ସମସ୍ତ ଲୋକଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ୍ କରାଯିବ । କୋରୋନା ନେଗେଟିଭ୍ ରିପୋର୍ଟ ଆସିବା ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବ ।

ଏହି ସମୟରେ ନୌସେନା ମିଶନ ସାଗର ଅଧୀନରେ ଥିବା INS କେସରୀକୁ ମାଲଦ୍ବୀପ, ମରିସସ୍, ସେଲେଲ୍ସ, ମେଦାଗାସ୍କର ଓ କୋମୋରୋସକୁ ମଧ୍ୟ ପଠାଇଛି । ଏହି ଯୁଦ୍ଧ ଜାହାଜରେ, HCQ ଟାବଲେଟ୍, ଔଷଧ ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଅଛି । ଆୟୁର୍ବେଦ ଔଷଧ ସହ 600 ଟନ୍ ଖାଦ୍ୟ ସାମଗ୍ରୀ ମାଲଦ୍ବୀପକୁ ପଠାଯାଇଛି ।

କମାଣ୍ଡର ମଧୱାଲଙ୍କ କହିବାନୁସାରେ, ଭାରତ ମହାସାଗରର ସମସ୍ତ ବନ୍ଧୁତ୍ବପୂର୍ଣ୍ଣ ଦେଶମାନଙ୍କ ସହିତ ସମ୍ପର୍କକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସାଗର’ (ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଫର ଅଲ୍ ଇନ୍ ରିଜନ୍) ପ୍ରକଳ୍ପ ଅଧୀନରେ ମିଶନ-ସାଗର ଆରମ୍ଭ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.