ETV Bharat / bharat

ଚୀନ୍ ନୌସେନାରେ ଭାରତର 2 ଶକ୍ତିଶାଳୀ ଜାହାଜ - ଆଇଏନଏସ-କୋଲକତା

ଚୀନ୍ ନୌସେନାର ୭୦ ତମ ବାର୍ଷିକ ସମାରୋହରେ ଭାରତର ସବୁଠୁ ଶକ୍ତିଶାଳୀ ଦୁଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଓ ଆଇଏନଏସ ଶକ୍ତି । ଏହି ସମାରୋହରେ ଯୋଗ ଦେବନି ପାକିସ୍ତାନ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Apr 22, 2019, 10:52 PM IST

ନୂଆଦିଲ୍ଲୀ: ଚୀନ୍ ନୌସେନାର ୭୦ ତମ ବାର୍ଷିକ ସମାରୋହ । ଏହି ପ୍ରଦର୍ଶନୀରେ ସାମିଲ ହେବ ଭାରତର ସବୁଠୁ ଶକ୍ତିଶାଳୀ ଦୁଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଓ ଆଇଏନଏସ ଶକ୍ତି । ଏପ୍ରିଲ 23ରେ ହେବାକୁ ଥିବା ଏହି ସମାରୋହରେ ଭାରତ, ଋଷ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମା ସମେତ 10ଟି ଦେଶ ସାମିଲ ହେବେ । କିନ୍ତୁ ଚୀନର ଅତି ନିକଟତର ଘନିଷ୍ଠ ଦେଶ ପାକିସ୍ତାନ ହୋଇଥିବାବେଳେ ଏହି ସମାରୋହରେ ଯୋଗ ଦେବନି ପାକ୍ । ଯାହା ଏବେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି ।

ତେବେ ଆଇଏନଏସ କୋଲକାତା ଚୀନର କାଙ୍ଗଦାଓରେ ପହଞ୍ଚି ସାରିଥିବାବେଳେ ଆଇଏନଏସ ଶକ୍ତି ଏପ୍ରିଲ 26 ତାରିଖରେ ଚୀନ ଅଭିମୁଖେ ଯାତ୍ରା କରିବ । ତେବେ ଏହି ଆଇଏନଏସ କୋଲକାତାର ନେତୃତ୍ବ ନେଇଛନ୍ତି କ୍ୟାପଟେନ ଆଦିତ୍ୟ ହାରା ଓ ଆଇଏନଏସ ଶକ୍ତିର ନେତୃତ୍ବ ନେଇଛନ୍ତି କ୍ୟାପଟେନ ଶ୍ରୀରାମ ଅମୁର ।

ଆଇଏନଏସ କୋଲକାତା ୨୦୧୪ ମସିହା ଅଗଷ୍ଟ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଆଇଏନଏସ କୋଲକାତା ହେଉଛି ସ୍ବଦେଶୀ ଜ୍ଞାନକୌଶଳ ଦ୍ବାରା ନିର୍ମିତ ଏକ ଶକ୍ତିଶାଳୀପୂର୍ଣ୍ଣ ଜାହାଜ । ଏହି ଜାହାଜ ଉପରେ ବାରାକ୍ ମିସାଇଲ୍ ଲାଗିଛି । ଏଥିରେ ଖଞ୍ଜା ଯାଇଥିବା ଅଧିକରୁ ଅଧିକ ଯନ୍ତ୍ରପାତି ଓ ସେନ୍ସର ସ୍ବଦେଶୀ ଅଟେ । ଏହାକୁ ନିର୍ମାଣ କରିବାପାଇଁ ଭାରତ ସରକାର 26 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାର ଘଣ୍ଟା ପ୍ରତି ବେଗ 30 ନୌଟିକାଲ ମାଇଲ୍ସ ଥିବାବେଳେ 290 କିଲୋମିଟର ପର୍ଯ୍ୟନ୍ତ ଏହା ତୀକ୍ଷ୍ଣ ନଜର ରଖିପାରିବ । ଏହାସହ 15 ହଜାର କିଲୋମିଟର ଯାଏଁ ଏହାର ଅପରେସନ କ୍ଷମତା ରହିଛି । ବ୍ରହ୍ମୋସ ମଧ୍ୟ ଏହି ଜାହାଜ ଉପରେ ଓହ୍ଲାଇଥାଏ ।

ଏହି ଯୁଦ୍ଧପୋତରେ ଇଡବ୍ଲୁଏସ(EWS) ଏଲୋରା ଓ ଏକେ-360 ଭଳି ଭୟଙ୍କର ତୋପ ଖଞ୍ଜାଯାଇଛି । ଏହାସହ ସବ୍ ମେରାଇନର ଖବର ରଖିବା ପାଇଁ ଜାହାଜରେ 4ଟି ଟାରପୋଡ ଓ 2ଟି ଆଣ୍ଟି ସବ୍ ମରିନ ରକେଟ ଖଞ୍ଜାଯାଇଛି । ଏହାର ସବୁଠୁ ବଡ ଶକ୍ତି ହେଉଛି ନିଜର ଷ୍ଟେଲଥ ଟେକ୍ନୋଲୋଜି । ବିଶେଷକରି ଏହାର ଡିଜାଇନ ପାଇଁ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଛି । ଏହାର ଡିଜାଇନ ଏପରି କରାଯାଇଛି ଯେ, କୌଣସି ରାଡାର ନିକଟବର୍ତ୍ତୀ ହେଲେ ଏହା ଏକ ଛୋଟ ନୌକା ଭଳି ପ୍ରତୀୟମାନ ହୋଇଥାଏ । ଯାହା ଶତ୍ରୁ ପାଇଁ ବେଶ କ୍ଷତିକାରକ ହୋଇଥାଏ ।

||ବରଗଡ ||
ଭାରତୀୟ ସମ୍ବିଧାନରେ ମତଦାନ କରିବା ସମସ୍ତ ନାଗରିକଙ୍କ ମୌଳିକ ଅଧିକାର ରହିଥିବା ବେଳେ ରାଜ୍ୟ ସରକାର ଓ ନିର୍ବାଚନ କମିଶନ ପକ୍ଷରୁ ଲୋକଙ୍କୁ ମତଦାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବରଗଡ ଜିଲ୍ଲାରେ ଘାତିଯାଇଛି ଏକ ଅଭାବନୀୟ ଘଟଣା | ମତଦାନ କରିଥିବାରୁ ଦୁଇ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି |ଏନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି ଉଭୟ ପରିବାର |
  ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଖରାମୁଣ୍ଡା ପଞ୍ଚାୟତର ତରାକନା ଗ୍ରାମବାସୀ ଓ ରସାଳୀ ଗ୍ରାମବାସୀଙ୍କ ମଧ୍ୟରେ  କୌଣସି କାରଣକୁ ନେଇ ଗଣ୍ଡଗୋଳ ଲାଗିରହିଥିଲା | ତେବେ ସାଧାରଣ ନିର୍ବାଚନରେ ରସାଳୀ ଗ୍ରାମବାସୀ ଙ୍କ ପୋଲିଙ୍ଗ ବୁଥ ତରାକନା ଗ୍ରାମରେ ରହିଥିବାରୁ ରସାଳୀ ଗ୍ରାମବାସୀ ତାଙ୍କ ନିଜ ଗ୍ରାମରେ ମତଦାନ ପାଇଁ ସ୍ଵତନ୍ତ୍ର ବୁଥ ର ବ୍ୟବସ୍ଥା କରାଯାଉ ବୋଲି ଦାବିକରିଥିଲେ ଏବଂ  ବୁଥ ନାହି ତ ଭୋଟ ବି ନାହି ବୋଲି ବରଗଡ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ | ହେଲେ ନିର୍ବାଚନକୁ ଆଉ ଅଳ୍ପ ମାତ୍ର  ଦିନ ବାକି ରହିଥିବା ବେଳେ ଅନ୍ୟ ବୁଥ କରାଯାଇପାରିବ ନାହି କିନ୍ତୁ ରସାଳୀ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଯୋଗାଇଦିଆଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା | ମାତ୍ର ଗ୍ରାମବାସୀ ଜିଦରେ ଅଡି ବସିଥିଲେ ଏବଂ ଦ୍ଵିତୀୟ ପର୍ଯ୍ୟାୟ ର ମତଦାନ ପାଇଁ ରସାଳୀ ଗ୍ରାମବାସୀ କେହି ମଧ୍ୟ ତରାକନା ବୁଥକୁ ଯାଇନଥିଲେ ହେଲେ ସେହି ଗ୍ରାମର ଦୁଇଟି ପରିବାର ର ଲୋକେ ତରାକନା ଗ୍ରାମକୁ ଯାଇ ନିଜର ମତଦାନ କରି ଫେରିଆସିଥିଲେ | ରସାଳୀ ଗ୍ରାମର ବିକାଶ ସାହୁ ତାଙ୍କ ବାପାଙ୍କୁ  ନେଇ ମତଦାନ କରିଥିବା ବେଳେ ସେହି ଗ୍ରାମର ଅନ୍ୟ ଜେନ ଭୋଟର ସଂଜୀବ ବୁଧିଆ ତାଙ୍କ ପରିବାରର 7 ଜଣଙ୍କୁ ନେଇ ତରାକନା ରେ ମତଦାନ କରିଥିଲେ | ତେବେ ରସାଳୀ ଗ୍ରାମରେ ସମୁଦାୟ ୬୫ ପରିବାର ରୁ ୨୯୦ ଭୋଟର ରହିଥିବା ବେଳେ ଦୁଇଟି ପରିବାର ର ମାତ୍ର ୯ ଜଣ ହିଁ ନିଜର ମତଦାନ କରିଥିଲେ | ସେମାନେ ଭୋଟ ଦେଇ ଫେରିବା ପରେ ଉଭୟ ପରିବାରଙ୍କ ବିରୋଧରେ ଗାଁ ସାରା ଏକତ୍ରିତ ହୋଇ ମିଟିଙ୍ଗ କରିଥିଲେ ଏବଂ ଉଭୟ ପରିବାରଙ୍କୁ ନିଆଁ ପାଣି , କଥାବାର୍ତ୍ତା , ଦୋକାନ ବଜାର ରେ ସାମଗ୍ରୀ ନଦେବା , ସେମାନଙ୍କ ସହିତ କୌଣସି ସମ୍ପର୍କ ନରଖି ଏକ ଘରିଆ କରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ |ତାଙ୍କ ସଙ୍ଗେ ଗ୍ରାମର କୌଣସି ବ୍ୟକ୍ତି ସମ୍ପର୍କ ରଖିଲେ ୧୦, ୦୦ ଟଙ୍କା ଜୋରିବାନା କରାଯିବାର ପ୍ରସ୍ତାବ ମଧ୍ୟ ନିଆଯାଇଥିବାରୁ ଉଭୟ ପରିବାର ଏକଘରିକିଆ ହୋଇ ବହୁ ଆସୁବିଧାର ସମ୍ମୁଖୀନ ହେଉଥିବା ବରଗଡ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ଆଣିଛନ୍ତି | 
 ବରଗଡ ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝୀ ଏହାର ସମାଧାନ ନିଶ୍ଚୟ କରାଯିବ ବୋଲି ଉଭୟ ପରିବାରଙ୍କୁ ଆଶ୍ଵାସନା ନିଶ୍ଚୟ ଦେଇଛନ୍ତି କିନ୍ତୁ ନିର୍ବାଚନରେ ମତଦାନ କରିବା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ବୋଲି ଭାରତୀୟ ସମ୍ବିଧାନରେ ରହିଥିବା ବେଳେ ରସାଳୀ ଗ୍ରାମରେ ସମ୍ବିଧାନର ହତ୍ୟା କରାଯାଇଥିବା ପରିଲକ୍ଷିତ ହୋଇଛି |
ବାଇଟ ଓ ଭିଡିଓ FTP ରେ ଯାଇଛି |
slug- ODbargarh_baasanda_rajesh_200419
 ବାଇଟ ୧- ସଂଜୀବ ବୁଧିଆ (  ବାସନ୍ଦ ହୋଇଥିବା ମତଦାତା )
ବାଇଟ ୨- ବିକାଶ ସାହୁ ( ବାସନ୍ଦ ହୋଇଥିବା ମତଦାତା )
ବାଇଟ ୩- ତପିରାମ ମାଝୀ ( ଅତିରିକ୍ତ ଜିଲ୍ଲାପାଳ )
     
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.