ETV Bharat / bharat

ଆଜି ନୌସେନାରେ ସାମିଲ୍ ହେବ INS କଭାରତି - indian navy commissioning ceremony

ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଭାରତୀୟ ନୌସେନା ଗୁରୁବାର INS କଭାରତିକୁ ସେନାରେ ସାମିଲ କରିବ । ଅଧିକ ପଢନ୍ତୁ...

INS କଭରତୀ
INS କଭରତୀ
author img

By

Published : Oct 22, 2020, 1:04 PM IST

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଭାରତୀୟ ନୌସେନା ଗୁରୁବାର INS କଭାରତିକୁ ସେନାରେ ସାମିଲ କରିବ । ଏହା ଏକ ଆଣ୍ଟି-ସବମରିନ୍ ଯୁଦ୍ଧ ଜାହାଜ, ଯାହା ବର୍ତ୍ତମାନ ଭାରତୀୟ ନୌସେନାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶାଖାପାଟନମର ନାଭାଲ୍ ଡକୟାର୍ଡରେ ଏକ କାର୍ଯ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଯିବ ।

ଏହି ଯୁଦ୍ଧ ଜାହାଜର ବିଶେଷତ୍ବ ​​ହେଉଛି ଏଥିରେ 90 ପ୍ରତିଶତରୁ ଅଧିକ ସ୍ବଦେଶୀ ଉପକରଣ ରହିଛି। ଭାରତୀୟ ନୌସେନା ଅନୁଯାୟୀ ଏହା ଭାରତୀୟ ନୌସେନାର ନାଭାଲ୍ ଡିଜାଇନ୍ ଟିମ୍ ଦ୍ବାରା ଡିଜାଇନ୍ କରାଯାଇଛି । ପ୍ରୋଜେକ୍ଟ -28 ଅଧୀନରେ 4 ଟି ସ୍ବଦେଶୀ ନିର୍ମିତ ଆଣ୍ଟି-ସବମରିନ୍ ଯୁଦ୍ଧ ଜାହାଜ ମଧ୍ୟରୁ ଏହା ହେଉଛି ଶେଷ ଜାହାଜ । 3 ଟି ଯୁଦ୍ଧ ଜାହାଜ ଭାରତୀୟ ନୌସେନାକୁ ପୂର୍ବରୁ ହସ୍ତାନ୍ତର କରାଯାଇଛି ।

ପ୍ରୋଜେକ୍ଟ-28, 2003 ରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ INS କାମରୋତା, INS କଦମତ୍, INS କିଲଟନ୍ ନୌସେନାରେ ସାମିଲ ହୋଇସାରିଛି । INS କଭାରତିରେ, 90 ପ୍ରତିଶତ ଉପକରଣ ସ୍ବଦେଶୀ ଅଟେ । ଏଥିରେ ଏକ ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀ ଅଛି ଏବଂ ସେନ୍ସର ମଧ୍ୟ ରହିଛି ଯାହା ସହଜରେ ଶତ୍ରୁ ସବମରିନକୁ ଚିହ୍ନଟ କରାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.