ETV Bharat / bharat

ମାଲେରୁ 700 ଭାରତୀୟଙ୍କୁ ଧରି ପହଞ୍ଚିଲା INS ଜଲଶ୍ବା

author img

By

Published : Jun 7, 2020, 3:05 PM IST

ମାଲେରେ ଫସିଥିବା 700 ଭାରତୀୟଙ୍କୁ ଧରି ରବିବାର ତାମିଲନାଡୁର ଟ୍ୟୁଟିକୋରିନ ବନ୍ଦରରେ ସୁରକ୍ଷିତ ଭାବରେ ଆଣି ପହଞ୍ଚାଇଛି ଭାରତୀୟ ନୌସେନା ଜାହାଜ ଜଲଶ୍ବା ।

jalashwa
700 ଭାରତୀୟ ନାଗରିକ ଧରି ଫେରିଲା ଜାହାଜ ଜଲଶ୍ବା

ନୂଆଦିଲ୍ଲୀ: 700 ଭାରତୀୟଙ୍କୁ ଆଣି ତାମିଲନାଡୁରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ ଜଲଶ୍ବା । ମାଲେରେ ଫସିଥିବା 700 ଭାରତୀୟଙ୍କୁ ରବିବାର ତାମିଲନାଡୁର ଟ୍ୟୁଟିକୋରିନ ବନ୍ଦରରେ ସୁରକ୍ଷିତ ଭାବରେ ଆଣି ପହଞ୍ଚାଇଛି ଭାରତୀୟ ନୌସେନା ଜାହାଜ ଜଲଶ୍ବା । ଅପରେସନ ସମୁତ୍ର ସେତୁରେ ଆଇଏନଏସ ଜଲଶ୍ବା ମାଲଦ୍ୱୀପ ଏବଂ ଶ୍ରୀଲଙ୍କାରୁ ପ୍ରାୟ 2700 ଭାରତୀୟଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଗତ ଜୁନ 1ରେ ଜାହାଜଟି ଶ୍ରୀଲଙ୍କାର କଲମ୍ବୋରୁ 700 ଭାରତୀୟଙ୍କୁ ଧରି ତାମିଲନାଡୁର ଟୁଟିକୋରିନରେ ପହଞ୍ଚିଛି । ଆଇଏନଏସ ଜଲଶ୍ବା ଦ୍ୱାରା ମାଲଦ୍ୱୀପକୁ ଏହା ହେଉଛି ତୃତୀୟ ଯାତ୍ରା । ସମୁଦ୍ର ସେତୁ ଅପରେସନ ବନ୍ଦେ ଭାରତ ମିଶନର ଏକ ଅଂଶ । ଯାହା ମେ 8 -ମେ 16 ମଧ୍ୟରେ ମାଲରୁ ଦୁଇଥର ପ୍ରାୟ 2700 ଲୋକଙ୍କୁ ଉଦ୍ଧାର କରିଛି ।

ନୌସେନା ଉଦ୍ଧାର ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଶାଖାପାଟନମ ସ୍ଥିତ ଆଇଏନଏସ ଜଲଶ୍ବା ମାଲ ପରେ ବାନ୍ଦର ଅବାସ (ଇରାନ) କୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାତ୍ରା କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.