ଥୀରୁଅନନ୍ତପୁରମ୍: କେରଳରେ ପୁଣି ଏକ ହାତୀ ମୃତ୍ୟୁ ହୋଇଛି । ଗୁରୁତର ଭାବେ ଆହତ ହୋଇଥିବା ଏକ ଅଣ୍ଢିରା ହାତୀଟି ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛି । ହାତୀଟି ଗୁରୁତର ଭାବେ ଗତ ସପ୍ତାହ ଆର୍ଥାଲାକୁନୁରେ ଦେଖିବାକୁ ମିଳିଥିଲା । ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା ଆରମ୍ଭ କରିଥିଲେ ।
ଚିକିତ୍ସା କରିବା ଦ୍ବାରା ହାତୀର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା। ଏହାର ଜୀବନ ବଞ୍ଚାଇବା ପାଇଁ ଆମର ଉଦ୍ୟମ ସଫଳ ହୋଇପାରିଲା ନାହିଁ ବୋଲି ମନାର୍କଡ (ଦକ୍ଷିଣ) ବିଭାଗୀୟ ବନ ଅଧିକାରୀ ସାଜିକ କୁମାର କହିଛନ୍ତି ।
ସେ କହିଛନ୍ତି ଯେ ହାତୀଟି ମଣିଷ ଦ୍ବାରା ନୁହେଁ ବରଂ ଅନ୍ୟ ଏକ ଟସ୍କର(ହାତୀ ଭଳି ଜୀବ) ସହିତ ସଂର୍ଘଷ କରିବା ପରେ ଗୁରୁତର ହୋଇପଡିଥିଲା ।
"ମଖାନା (ଟସ୍କଲେସ୍ ପୁରୁଷ ହାତୀ) ଅନ୍ୟ ଟସ୍କର୍ ସହିତ ଲଢେଇ ସମୟରେ ନିଶ୍ଚିତ ଭାବରେ ଆଘାତ ପାଇଥିବେ। ଏହାର ପେନିସ୍, ଜିଭ ଏବଂ ପେଟରେ ଆଘାତ ଲାଗିଛି। ଜଙ୍ଗଲ ପ୍ରାଣୀ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି ଯେ ସଂର୍ଘଷରୁ ହାତୀଟି ଗୁରୁତର ହୋଇଥିଲା ।
ମୁଖ୍ୟ ପ୍ରାଣୀ ଚିକିତ୍ସା ସର୍ଜନ ଅରୁଣ ସାକରିଆ ଏବଂ ପ୍ରାଣୀ ଚିକିତ୍ସକ ମିଥୁନଙ୍କ ତତ୍ତ୍ବାବଧାନରେ ହାତୀର ଚିକିତ୍ସା କରାଯାଇଥିଲା । ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟର ଡାକ୍ତରମାନଙ୍କର ଏକ ଟିମ ଏକ ପୋଷ୍ଟ ମର୍ଟମ କରିବେ, ଯାହା ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ