ETV Bharat / bharat

ଶିଶୁ ମୃତ୍ୟୁ ମାମଲା: ଜେକେ ଲୋନ ହସ୍ପିଟାଲ ଗସ୍ତ କରିବ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଟିମ୍‌

ଶୁକ୍ରବାର ରାଜସ୍ଥାନର କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲ ଗସ୍ତ କରିବ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ। ଗତ ଡିସେମ୍ବର ମାସରେ ପାଖାପାଖି 100ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ଏଠାରେ ହୋଇ ସାରିଲାଣି। ଅଧିକ ପଢନ୍ତୁ...

kota-hospital
କୋଟା ଶିଶୁ ମୃତ୍ୟୁ: ଜେକେ ଲୋନ ହସ୍ପିଟାଲ ଗସ୍ତ କରିବ ସ୍ବାସ୍ଥ୍ୟମନ୍ତ୍ରାଳୟ ଟିମ୍‌
author img

By

Published : Jan 3, 2020, 9:38 AM IST

ନୂଆଦିଲ୍ଲୀ: ରାଜସ୍ଥାନ କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଏ ଘଟଣାର ଯାଞ୍ଚ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ଟିମକୁ ଏହି ହସ୍ପିଟାଲକୁ ପଠାଯାଇଛି। ଏହି ଟିମରେ ଯୋଧପୁର ଏମ୍ସର ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟ ଓ ଅର୍ଥ ନିର୍ଦ୍ଦେଶକ ପ୍ରମୁଖ ସାମିଲ ଅଛନ୍ତି। ଏହା ସହିତ ଜୟପୁର ବିଶେଷଜ୍ଞଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଛି। ଗତ ଡିସେମ୍ବର ମାସରେ ପାଖାପାଖି 100ରୁ ଊର୍ଦ୍ଧ୍ବ ଶିଶୁଙ୍କ ଏଠାରେ ମୃତ୍ୟୁ ହୋଇ ସାରିଲାଣି।

ଶିଶୁ ମୃତ୍ୟୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟଙ୍କ ସହ କଥା ହୋଇଛନ୍ତି। ଶିଶୁଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଯଥା ସମ୍ଭବ ସହଯୋଗ କରିବେ ବୋଲି ଜଣାଇଛନ୍ତି। ଗତ 2019-20 ଆର୍ଥିକ ବର୍ଷରେ ଜେକେ ଲୋନ ହସ୍ପିଟାଲକୁ 91 ଲକ୍ଷ ଟଙ୍କାର ସହାୟତା ଦିଆସରିଛି। ଏହି ଅର୍ଥ ନ୍ୟାସନାଲ ହେଲ୍‌ଥ ମିଶନ ଅଧିନରେ ହେଉଥିବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଯଦି କୋଟା ଜିଲ୍ଲା କଥା ବିରାକୁ ନିଆଯାଏ, ସ୍ବାସ୍ଥ୍ୟ ସେବା ପାଇଁ ଏହି ଜିଲ୍ଲାକୁ 2019-20 ବର୍ଷରେ ମୋଟ 27 କୋଟି 45 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି।

ଆହୁରି ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଆବଶ୍ୟକ ସ୍ଥଳେ ରାଜସ୍ଥାନ ସରକାର ଆର୍ଥିକ ସହାୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ପଠାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ମୁଖ୍ୟମନ୍ତ୍ରୀ ଗେହୋଲଟଙ୍କୁ ଜଣାଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.