ଚେନ୍ନାଇ: ତାମିଲନାଡୁର ଥେନକାସିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ଗୋଟିଏ 4 ଦିନର ଶିଶୁକୁ ଜୀବନ୍ତ ଜଳାଇଦିଆଯିବା ସହ ଏକ ଥିଏଟର କ୍ୟାମ୍ପସରେ ଫିଙ୍ଗି ଦିଆଯାଇଛି ।
ଥେନକାସିର ସଙ୍କରନକୋଭିଲ ରେଳବାଇ ପିଟର ରାସ୍ତା ନିକଟରେ ଅବସ୍ଥିତ ଏକ ଥିଏଟରରେ ଛୋଟ ଶିଶୁକୁ ଜଳାଇ ଦିଆଯାଇଥିଲା । ମହାମାରୀ ପରିସ୍ଥିତି ଯୋଗୁଁ ଥିଏଟର ବନ୍ଦ ରହିଥିଲା ବେଳେ ସ୍ଥାନୀୟ ଲୋକେ ଗନ୍ଧ ବାରି ପୋଲିସକୁ ଜଣାଇଥିଲେ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ