ETV Bharat / bharat

ଚୀନ ସାମଗ୍ରୀକୁ ନାଁ, ବିଜେପି ସାଂସଦ ପ୍ରସ୍ତୁତ କରୁଛନ୍ତି 1 ଲକ୍ଷ ସ୍ବଦେଶୀ ରାକ୍ଷୀ - Indore BJP MP making 1 lakh rakhi for rakhi purnima

ଆଗକୁ ରାକ୍ଷୀ ପୂର୍ଣ୍ଣିମା । ଏନେଇ 22ଟି ଏନଜିଓ ସହ ମିଶି ସ୍ବଦେଶୀ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ଶଙ୍କର ଲାଲବାନି । ଅଧିକ ପଢନ୍ତୁ...

ଚୀନ ସାମଗ୍ରୀକୁ ନାଁ, ବିଜେପି ସାଂସଦ ପ୍ରସ୍ତୁତ କରୁଛନ୍ତି 1 ଲକ୍ଷ ସ୍ବଦେଶୀ ରାକ୍ଷୀ

author img

By

Published : Jul 12, 2020, 1:16 AM IST

ଭୋପାଳ: ଭାରତ-ଚୀନ ସଂଘର୍ଷ କୁ ନେଇ ଏବେବି ଲୋକଙ୍କ ମଧ୍ୟରେ ଚୀନ ସାମଗ୍ରୀକୁ ନେଇ ଆକ୍ରୋଶ ଭାବ ଜାରି ରହିଛି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ, ଏହି ସମୟରେ ଚୀନର ରାକ୍ଷୀକୁ ବ୍ୟବହାର ନକରିବା ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଛି । ଯାହାକୁ ନେଇ ଏମପିର ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ଶଙ୍କର ଲାଲବାନି ଶନିବାର କହିଛନ୍ତି ଯେ, ରାକ୍ଷୀ ପୂର୍ଣ୍ଣିମା ପର୍ବକୁ ଦୃଷ୍ଟିରେ ରଖି ସେ ରାଜ୍ୟରେ ଥିବା ଏନଜିଓ ମାନଙ୍କ ଦ୍ବାରା ଏକ ଲକ୍ଷ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।

ଲାଲବାନି କହିଛନ୍ତି ଯେ, ''ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବେଦନ ପରେ ଆମେ ଚୀନର ସ୍ଥାନୀୟ ମାର୍କେଟରକୁ ଚ୍ୟାଲେଞ୍ଜ କରିବା ପାଇଁ ସହରର 22ଟି ଏନଜିଓ ସହ ଜଡିତ ମହିଳାଙ୍କ ସହାୟତାରେ ଏକ ଲକ୍ଷ ସ୍ୱଦେଶୀ ରାକ୍ଷୀ ତିଆରି କରୁଛୁ"।

ସେ କହିଛନ୍ତି, "ଯଦିଓ ବିଭିନ୍ନ ପ୍ରକାରର ଚୀନ ସାମଗ୍ରୀ ଆର୍ଥିକ ବିକଳ୍ପ ବିକଶିତ କରିବାକୁ ସ୍ବଦେଶୀ ନିର୍ମାତାଙ୍କୁ କିଛି ସମୟ ଲାଗିବ । କିନ୍ତୁ ସ୍ଥାନୀୟ ଗ୍ରାହକଙ୍କ ମନରେ ଚୀନର ସାମଗ୍ରୀକୁ ବହିଷ୍କାର କରିବାର ଭାବନା ଦୃଢ ହେଉଛି"। ଲାଲବାନି କହିଛନ୍ତି ଯେ ସ୍ବଦେସୀ ମାକ୍ଷୀ ଗୁଡିକୁ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ। ଏଗୁଡ଼ିକୁ ଅନଲାଇନରେ ବିକ୍ରି କରିବାର ଯୋଜନା ମଧ୍ୟ ଅଛି । ଏହି ବିକ୍ରିରୁ ମିଳିଥିବା ଅର୍ଥକୁ ରାକ୍ଷୀ ତିଆରି କରୁଥିବା ଏନଜିଓକୁ ଦିଆଯିବ ।

ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏନଜିଓମାନେ ସ୍ୱତନ୍ତ୍ର ରାଖୀ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗତ ମାସରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚୀନ ସହିତ ସଂଘର୍ଷ ସମୟରେ ଭାରତୀୟ ସେନାର 20 ଜଣ ଜବାନ ସହିଦ ହୋଇଥିଲେ । ଯାହା ପରଠାରୁ ଦେଶରେ ଚୀନ ସାମଗ୍ରୀକୁ ବୟକଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଭାରତବାସୀଙ୍କ ମଧ୍ୟରେ ଚୀନ ସାମଗ୍ରୀକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.