ETV Bharat / bharat

ଜାପାନ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଆଲୋଚନା - ଭାରତ-ଜାପାନ ସମ୍ପର୍କ

ଆଗାମୀ ଦିନରେ 2 ଦେଶ ମଧ୍ୟରେ ଇଣ୍ଡୋ-ପାସିଫିକ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ଜାପାନ ବୈଦେଶିକ ମନ୍ତ୍ରୀଙ୍କ ସହ ଏନେଇ ସନ୍ତୋଷଜନକ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଜାପାନ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଆଲୋଚନା

author img

By

Published : May 8, 2020, 12:20 AM IST

ନୂଆଦିଲ୍ଲୀ: ଗୁରୁବାର ଜାପାନ ପ୍ରତିପକ୍ଷଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଥାବାର୍ତ୍ତା କରିଛନ୍ତି । ଏନେଇ ସେ ଟ୍ବିଟରରେ ସୂଚନା ଦେଇଛନ୍ତି । ଜାପାନ ବୈଦେଶିକ ମନ୍ତ୍ରୀ ମୋଟେଗିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଟ୍ବିଟରେ ଜୟଶଙ୍କର ଲେଖିଛନ୍ତି ଯେ ଆଗାମୀ ଦିନରେ 2 ଦେଶ ମଧ୍ୟରେ ଇଣ୍ଡୋ-ପାସିଫିକ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ଜାପାନ ବୈଦେଶିକ ମନ୍ତ୍ରୀଙ୍କ ସହ ଏନେଇ ସନ୍ତୋଷଜନକ ଆଲୋଚନା ହୋଇଛି । ଉଭୟ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଉପରେ କଥାବାର୍ତ୍ତା କରିଛୁ । କୋଭିଡ 19 ମୁକାବିଲା ପାଇଁ ମେଡିକାଲ ସହାୟତା ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ସେହିପରି ଜାପାନରେ ଫସିଥିବା ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ କଥା ହୋଇଥିବା ଜୟଶଙ୍କର କହିଛନ୍ତି ।

ଗତ ମାସରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଥିଲେ । ଉଭୟ ଦେଶରେ କୋରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ଦୁଇ ନେତା ପ୍ରଶଂସା କରିଥିଲେ । ନିଜ ନିଜ ଦେଶରେ ଫସିଥିବା ପ୍ରବାସୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ ସେମାନେ କଥାବାର୍ତ୍ତା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.