ETV Bharat / bharat

ଚଳିତବର୍ଷ ବରିଷ୍ଠ କର୍ମଚାରୀଙ୍କ ଦରମା 25% କମ୍: ଇଣ୍ଡିଗୋ

ଇଣ୍ଡିଗୋ ଗତ ଶୁକ୍ରବାର ତାର ବରିଷ୍ଠ କର୍ମଚାରୀଙ୍କ ଦରମାରୁ 5 ରୁ 25 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଅଧିକ ପଢନ୍ତୁ...

author img

By

Published : May 10, 2020, 1:44 PM IST

ଇଣ୍ଡିଗୋ ଏୟାରଲାଇନ୍ସ
ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଘରୋଇ ଇଣ୍ଡିଗୋ ଏୟାରଲାଇନ୍ସ ଶନିବାର ସ୍ପଷ୍ଟ କରିଛି ଯେ 2020-21 ଆର୍ଥିକ ବର୍ଷ ପାଇଁ ଏହାର ବରିଷ୍ଠ କର୍ମଚାରୀଙ୍କ ବେତନରେ 25 ପ୍ରତିଶତ ହ୍ରାସ ଲାଗୁ ହେବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି କର୍ମଚାରୀଙ୍କ ମୂଳ ଦରମା ଫେରସ୍ତ ପାଇଁ ଆର୍ଥିକ ବର୍ଷ ଶେଷରେ ନିଷ୍ପତ୍ତି ନିଆଯିବ।

ଇଣ୍ଡିଗୋ ଗତ ଶୁକ୍ରବାର ତାର ବରିଷ୍ଠ କର୍ମଚାରୀଙ୍କ ଦରମାରୁ 5 ରୁ 25 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହା ବ୍ୟତୀତ କମ୍ପାନୀ ମେ, ଜୁନ୍ ଏବଂ ଜୁଲାଇରେ ବରିଷ୍ଠ କର୍ମଚାରୀଙ୍କ ପାଇଁ ବିନା ଦରମା ଛୁଟି କାର୍ଯ୍ୟକ୍ରମ ଘୋଷଣା କରିଛି । କର୍ମଚାରୀମାନଙ୍କୁ ପଠାଯାଇଥିବା ଇ-ମେଲ ମାଧ୍ୟମରେ ବିମାନ ସେବା ଏହି ଘୋଷଣା କରିଛି। ତେବେ ଏହି ପରିପ୍ରେକ୍ଷୀରେ କମ୍ପାନୀ ଅନେକ ଥର ଆଭିମୁଖ୍ୟ ବଦଳାଇ ଆସୁଛି। କୋରୋନା ଦ୍ବାରା ଲକଡାଉନ୍ ହେତୁ ସମସ୍ତ ବ୍ୟବସାୟିକ ବିମାନ ବନ୍ଦ ରହିଛି । ତେଣୁ ଏହା ଘରୋଇ ବିମାନ ସେବା ପାଇଁ ଏକ ବଡ ସଙ୍କଟ ସୃଷ୍ଟି କରିଛି ।

ଇଣ୍ଡିଗୋ ଏୟାରଲାଇନ୍ କହିଛି ଯେ ଦରମା କାଟ ପ୍ରକ୍ରିୟା ମେ ମାସରୁ ସମଗ୍ର ଆର୍ଥିକ ବର୍ଷ 2020-21 ପର୍ଯ୍ୟନ୍ତ ଲାଗୁ ହେବ। କମ୍ପାନୀ କର୍ମଚାରୀମାନଙ୍କୁ ଏପ୍ରିଲ ମାସ ପାଇଁ ପୂର୍ଣ୍ଣ ଦରମା ଦେଇସାରିଛି । ବିମାନ ସେବା ପ୍ରଥମେ 19 ମାର୍ଚ୍ଚରେ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଥିଲା। ସେହି ସମୟରେ ନିଷ୍ପତ୍ତି ନିଆଗଲା ଯେ କୋଭିଡ-19 ହେତୁ ଏକ ବଡ଼ ସଙ୍କଟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ତେବେ ସରକାରଙ୍କ ଇଚ୍ଛାନୁସାରେ ବେତନ ହ୍ରାସ ଘୋଷଣା ପରେ କମ୍ପାନୀ ପ୍ରତ୍ୟାହାର କରି ନେଇଥିଲା।

ଏହା ପରେ ଏୟାରଲାଇନ୍ସ ଶୁକ୍ରବାର ସକାଳେ କହିଛି ଯେ, ଏହା ମେ ମାସ ପୂର୍ବରୁ ଘୋଷଣା କରାଯାଇଥିବା ଦରମା ହ୍ରାସ ଲାଗୁ କରିବ । ଇଣ୍ଡିଗୋର ସିଇଓ ରଣଞ୍ଜୟ ଦତ୍ତ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇ-ମେଲରେ କହିଛନ୍ତି ଯେ, ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ ଆମେ ସମ୍ପୂର୍ଣ୍ଣ ବେତନ ଦେଇଛୁ । କିନ୍ତୁ ମେ’ରୁ ବେତନ କଟାଯାଇଥିବା ମୂଳ ଘୋଷଣାକୁ କାର୍ଯ୍ୟକାରୀ କରିବା ଛଡା ଆମର କଣସି ବିକଳ୍ପ ନାହିଁ।

ଦତ୍ତା କହିଥିଲେ, ମୁଁ ବ୍ୟକ୍ତିଗତ ଭାବେ 25 ପ୍ରତିଶତ ଦରମା କାଟ କରିବି । ବରିଷ୍ଠ ଉପାଧ୍ୟକ୍ଷ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀମାନେ 20 ପ୍ରତିଶତ ହ୍ରାସ, ଅଧ୍ୟକ୍ଷ ଏବଂ କାକପିଟ୍ କ୍ରୁର ସଦସ୍ୟ 15 ପ୍ରତିଶତ, ସହକାରୀ ସହାୟକ ଉପାଧ୍ୟକ୍ଷ, ବ୍ୟାଣ୍ଡ ଡି ଏବଂ କ୍ୟାବିନ କ୍ରୁ ସଦସ୍ୟ 10 ପ୍ରତିଶତ ଏବଂ ବ୍ୟାଣ୍ଡ ସି କର୍ମଚାରୀଙ୍କର ବେତନ 5 ପ୍ରତିଶତ ହ୍ରାସ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.