କୋଭିଡ୍-19ର ପ୍ରକୋପ ଅବ୍ୟାହତ ରହିଥିବା ସମୟରେ ଡ୍ରଗ୍ସ ପ୍ରତି ଆସକ୍ତି ଓ ନିଶାଯୁକ୍ତ ପଦାର୍ଥ ସେବନ ବଢ଼ିବାରେ ଲାଗିଛି । ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନିଶାସକ୍ତ ବ୍ୟକ୍ତିମାନଙ୍କର ବଦଭ୍ୟାସ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଥିବା ବେଳେ ଲକଡାଉନ ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସେମାନଙ୍କୁ ଏକ ନୂଆ ମୋଡ଼ରେ ପହଞ୍ଚାଇଛି ।
2019ର ବିଶ୍ବ ଡ୍ରଗ୍ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଡ୍ରଗ୍ ସେବନକାରୀଙ୍କ ସଂଖ୍ୟା 2009 ତୁଳନାରେ 30 ପ୍ରତିଶତ ଅଧିକ ହୋଇଛି । ଏଥିରେ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି ଯେ ଆଫ୍ରିକା, ଏସିଆ, ୟୁରୋପ ଏବଂ
ଉତ୍ତର ଆମେରିକାରେ ଅଫିମଜାତ ନିଶାଦ୍ରବ୍ୟର ପ୍ରଚଳନ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, 2009ରେ ନିଶାଦ୍ରବ୍ୟ ସେବନ 30 ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ସାରା ବିଶ୍ବରେ 3.5 କୋଟି ଲୋକ ବିଭିନ୍ନ ନିଶାଦ୍ରବ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ ।
ଭାରତରେ, 2004 ତୁଳନାରେ ହେରୋଇନ ଏବଂ ଅଫିମ ସେବନ ପାଞ୍ଚଗୁଣ ବୃଦ୍ଧି ପାଇଛି । ମିଳିତ ଜାତିସଂଘ ପକ୍ଷରୁ ଏହି ଉଦ୍ବେଗଜନକ ପରିସଂଖ୍ୟାନ ପ୍ରକାଶିତ ହେବା ପୂର୍ବରୁ ଭାରତରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଦୁଇଟି ସର୍ଭେ କରାଯାଇଥିଲା ଏବଂ 15 ପ୍ରତିଶତ ଭାରତୀୟ ଆଲକହଲ ସେବନରେ ପୀଡ଼ିତ ହୋଇଥିବା ବେଳେ 8 ପ୍ରତିଶତ ଲୋକଙ୍କର ନିଶା ଆସକ୍ତି ଜନିତ ସାଂଘାତିକ ସମସ୍ୟା ଥିବା ଜଣାପଡ଼ିଥିଲା ।
ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, 5 କୋଟି ଭାରତୀୟ ବିଭିନ୍ନ ନିଶାଦ୍ରବ୍ୟ ଜନିତ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ପ୍ରତିଶତ ଲୋକଙ୍କୁ ମଧ୍ୟ ଡାକ୍ତରୀ ସୁବିଧା ଉପଲବ୍ଧ ହୋଇନଥିଲା । କିଛି ଦିନ ତଳେ ଜାମ୍ମୁ ଓ କାଶ୍ମୀର ପୋଲିସ 65 କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରିଥିଲେ ।
2019 ଡିସେମ୍ବରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ 1,300 କୋଟି ଟଙ୍କାର ଏକ ଅନ୍ତର୍ଜାତୀୟଡ୍ରଗ୍ସ କାରବାର ସଂପର୍କିତ ତଥ୍ୟ ପଦାକୁ ଆସିଥିଲା । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଏହି ରାକେଟ୍ ଏକ ବଡ଼ କାରବାରର କେବଳ ଏକ କ୍ଷୁଦ୍ର ଅଂଶ ମାତ୍ର । ବିକାଶଶୀଳ ଦେଶଗୁଡ଼ିକରେ ନିଶାଦ୍ରବ୍ୟର ଚୋରା କାରବାର ନିର୍ବିଘ୍ନରେ ଜାରି ରହିଛି । ସାରା ବିଶ୍ବରେ ଗଞ୍ଜେଇ ସେବନ ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଅତ୍ୟଧିକ