ନୂଆଦିଲ୍ଲୀ: ବିଶ୍ବ ଉପରେ କୋରୋନାର କଳାନଜର। ସମସ୍ତେ ଭାଇରସ ଭୟରେ ଛଟପଟ ହେଉଛନ୍ତି। ତେବେ ଏଭଳି ସମୟରେ ଦେଶ ପାଇଁ ଆସିଛି ଏକ ଭଲ ଖବର। କେନ୍ଦ୍ର ସରକାରଙ୍କ ଦୃଢ କାର୍ଯ୍ୟାକାରିତା ଓ କୋଭିଡ୍ ବିରୋଧରେ ଲଢେଇ ପାଇଁ ଦେଶକୁ ଏହି ଆଶ୍ବସ୍ତି ମିଳିଛି।
ତେବେ ସଂକ୍ରମଣ ହାର ବଢୁଥିବା ,ତାଳ ଦେଇ ବଢୁଛି ସୁସ୍ଥ ହାର। ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ତୁଳନାରେ ଭାରତରେ ସୁସ୍ଥତା ହାର ଭଲ ରହିଛି । ଭାଇରସ ପାଇଁ ଆମେରିକା, ବାଜ୍ରିଲ, ରୁଷିଆ ସ୍ଥିତି ଶୋଚନୀୟ ରହିଛି।
ବିଗତ ୧୧ ଦିନ ମଧ୍ୟରେ କରୋନା ଭାଇରସ ମହାମାରୀରୁ ୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଭାରତରେ କରୋନାରୁ ୫୦ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି ।