ETV Bharat / bharat

ଭାରତର ଚନ୍ଦ୍ରମିଶନ: ଏକ ଗବେଷଣାତ୍ମକ ବିଶ୍ଳେଷଣ (ଭାଗ-2)

author img

By

Published : Sep 13, 2019, 7:53 PM IST

ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ହୋଇଥିବା ଚନ୍ଦ୍ର ମିଶନକୁ ନେଇ ମନରେ ଉଠେ ଅନେକ ପ୍ରଶ୍ନ । କାହିଁକି ଏହି ମିଶନ ହୁଏ, ଏଥିରୁ ଦେଶକୁ କଣ ଲାଭ ମିଳେ । ମିଶନ ସଫଳ ହେଲେ ସେଥିରୁ କଣ ଲାଭ ହୁଏ ଇତ୍ୟାଦି । ତେବେ ଆସନ୍ତୁ ଭାରତର ଚନ୍ଦ୍ର ମିଶନ ବିଷୟରେ ଜାଣିବା କିଛି ତଥ୍ୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @isro

ଏବେ ଆପଣ ଭାବୁଥିବେ ଯେ ଚନ୍ଦ୍ରୟାନ-1 ପରେ ଚନ୍ଦ୍ରୟାନ-2 ର ଆବଶ୍ୟକତା କାହିଁକି ପଡିଲା । ଯଦିଓ ପଡିଲା ତେବେ କିପରି ଆରମ୍ଭ ହେଲା ଏହି ଚନ୍ଦ୍ର ମିଶନ । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରୟାନ-2 ବିଷୟରେ ସବିଶେଷ ତଥ୍ୟ ।

india's mission to moon, research and analysis, chandrayan-2, chandrayan-1, vikran lander, pragyan rover, orbiter,  ଭାରତର ଚନ୍ଦ୍ର ମିଶନ, ଗବେଷଣାତ୍ମକ ବିଶ୍ଳେଷଣ, ବିକ୍ରମ ଲାଣ୍ଡର, ପ୍ରଜ୍ଞାନ ରୋଭର
ଫାଇଲ ଫଟୋ

ଚନ୍ଦ୍ରାୟାନ-2

22 ଜୁଲାଇ, 2019 ରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପୁଣିଥରେ ଚନ୍ଦ୍ର ଅଭିମୁଖେ କରିଥିଲା ତାର ଦ୍ଵିତୀୟ ପ୍ରୟାସ ଏବଂ ମିଶନର ନାମ ଦିଆଯାଇଥିଲା ଚନ୍ଦ୍ରୟାନ-2 । ଏହି ଚନ୍ଦ୍ରୟାନ-2 ଟି 978 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ତେବେ ଚନ୍ଦ୍ରାୟାନ-2 କୁ ମଧ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସଏଲଭି (GSLV) ରକେଟ ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ କ୍ଷେପଣ କରାଯାଇଥିଲା । ଉଲେଖଯୋଗ୍ୟ ଯେ ଅଦ୍ୟାବଧି ପୃଥିବୀର କୌଣସି ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ପାରିନାହାନ୍ତି ।

କେମିତି ଗଢ଼ା ହୋଇଛି ଚନ୍ଦ୍ରୟାନ-2

ଚନ୍ଦ୍ରୟାନ-2 ର ଗଠନ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ । ଲୁନାର ଅରବିଟର, ବିକ୍ରମ ଲାଣ୍ଡର ଓ ପ୍ରଜ୍ଞାନ ରୋଭର ।

ଲୁନାର ଅରବିଟର

ଲୁନାର ଅରବିଟରର କାର୍ଯ୍ୟ ହେଉଛି ଚନ୍ଦ୍ରର ଦକ୍ଷିଣମେରୁର ନିକଟତମ କକ୍ଷରେ ପରିଭ୍ରମଣ କରି ଏଥିରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ କ୍ୟାମେରା ଦ୍ବାରା ଚନ୍ଦ୍ରପୃଷ୍ଠର ବିଭିନ୍ନ କୋଣଅନୁକୋଣର ସ୍ଥିର ଚିତ୍ର ସଂଗ୍ରହ କରି ଇସ୍ରୋକୁ ଯୋଗାଇବା ଏବଂ ବିକ୍ରମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବା । ଲୁନାର ଅରବିଟରର କାର୍ଯ୍ୟକାଳ ଏକ ବର୍ଷ ଧାର୍ଯ୍ୟ କରାଯାଇଛି କିନ୍ତୁ ଆବଶ୍ୟକ ସ୍ଥଳେ ଏହାମଧ୍ୟ 7.5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ ।

ବିକ୍ରମ ଲାଣ୍ଡର

ବିକ୍ରମ ଲାଣ୍ଡର ଏକ ଅବତରଣ ଯାନ ଯାହାର ନାମ ଭାରତୀୟ ଅନ୍ତରୀକ୍ଷ ଗବେଷଣାର ପିତା କୁହାଯାଉଥିବା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମରେ ନାମିତ କରାଯାଇଛି । ଏହି ଲାଣ୍ଡର ଦ୍ବାରା ପ୍ରଜ୍ଞାନ ରୋବରକୁ ଚନ୍ଦ୍ରପୃଷ୍ଠରେ ଅତି ସହଜରେ ଅବତରଣ (ସଫ୍ଟ ଲାଣ୍ଡିଙ୍ଗ) କରାଯିବାର ଯୋଜନା ରଖା ଯାଇଥିଲା । ବିକ୍ରମ ଲାଣ୍ଡରରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲ ମାଧ୍ୟମରେ ଏହା ସୂର୍ଯ୍ୟଙ୍କ ଆଲୋକକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତିତ କରି ବିନା ଇନ୍ଧନରେ ମଧ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଏ । ବିକ୍ରମ ଲାଣ୍ଡରର କାର୍ଯ୍ୟକାଳ ୧୪ଦିନ ଧାର୍ଯ୍ୟ କରାଯାଇଛି ।

ପ୍ରଜ୍ଞାନ ରୋଭର

ପ୍ରଜ୍ଞାନ ରୋଭର ଏକ ସୌରଶକ୍ତି ଚାଳିତ, 27 କିଗ୍ରା ଓଜନ ଏବଂ 6ଟି ଚକ ବିଶିଷ୍ଟ ଭ୍ରମଣକାରୀ ଯନ୍ତ୍ର ଯାହା ଚନ୍ଦ୍ରପୃଷ୍ଠରେ 1 ସେ.ମି/ସେକେଣ୍ଡ ବେଗରେ 500 ମିଟର ଦୂରତା ପର୍ଯ୍ୟନ୍ତ ଭ୍ରମଣ କରି ବିଭିନ୍ନ ରାସାୟନିକ ବିଶ୍ଳେଷଣ କରିପାରିବା ପାଇଁ ସମର୍ଥ । ପ୍ରଜ୍ଞାନ ରୋଭର ରାସାୟନିକ ବିଶ୍ଳେଷଣ ଦ୍ବାରା ସଂଗୃହିତ ସମସ୍ତ ତଥ୍ୟ ବିକ୍ରମ ଲାଣ୍ଡରକୁ ପଠାଇଥାଏ ଯାହା ବିକ୍ରମ ଲାଣ୍ଡର ଲୁନାର ଅରବିଟର ସହାୟତାରେ ଇସ୍ରୋକୁ ଯୋଗାଇ ଦିଏ । ପ୍ରଜ୍ଞାନ ରୋଭରରେ ଅତ୍ୟାଧୁନିକ କ୍ୟାମେରା ସହ ଅନେକ ବୈଜ୍ଞାନିକ ଉପକରଣ ଖଞ୍ଜା ଯାଇଛି ଓ ଏହାର କାର୍ଯ୍ୟକାଳ ମଧ୍ୟ ୧୪ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ବର୍ତମାନ ପରିସ୍ଥିତିରେ ଲୁନାର ଅରବିଟର ତାର ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ କରୁଛି । ଏହା ଚନ୍ଦ୍ରର ପରିକ୍ରମା କରିବା ସହ ଚନ୍ଦ୍ରର ବିଭିନ୍ନ ଭାଗର ସ୍ଥିର ଚିତ୍ର ତଥା ଅନ୍ୟାନ୍ୟ ତଥ୍ୟ ଇସ୍ରୋକୁ ପଠାଉଛି । ଏହି ଅରବିଟର ସାହାଯ୍ୟରେ ହିଁ ଇସ୍ରୋ ସହ ସମ୍ପର୍କ ବିଛିନ୍ନ ହେଲାପରେ ବିକ୍ରମ ଲାଣ୍ଡରର ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିଛି । ଇସ୍ରୋର ଅନୁମାନ ଅନୁଯାୟୀ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ତାର ବେଗରେ ନିୟନ୍ତ୍ରଣ ହରାଇଛି ଓ ଚନ୍ଦ୍ରପୃଷ୍ଠରେ ସଠିକ ଭାବେ ଅବତରଣ (ସଫ୍ଟ ଲାଣ୍ଡିଙ୍ଗ) କରିପାରିନାହିଁ, ଯାହା ଫଳରେ ଇସ୍ରୋ ସହ ଏହାର ସମ୍ପର୍କ ବିଛିନ୍ନ ହୋଇଛି । ତେବେ ଅରବିଟର ପଠାଇଥିବା ଫଟୋ ଅନୁଯାୟୀ ବିକ୍ରମ ଲାଣ୍ଡରର କୌଣସି ଭୌତିକ କ୍ଷତି ହୋଇନଥିବା ପରି ଜଣାପଡୁଛି କିନ୍ତୁ ଏହା ଓଲଟା ଭାବରେ ଚନ୍ଦ୍ରପୃଷ୍ଠରେ ପଡିଥିବାର ଦେଖାଯାଉଛି । ତେବେ ଇସ୍ରୋର ବୈଜ୍ଞାନିକ ମାନେ ବିକ୍ରମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଯଦି ବୈଜ୍ଞାନିକ ମାନେ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୁଅନ୍ତି ତେବେ ପ୍ରଜ୍ଞାନ ରୋଭର ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ରାସାୟନିକ ତଥ୍ୟ ସଂଗ୍ରହରେ ସେମାନେ ସଫଳ ହୋଇପାରିବେ ବୋଲି ଇସ୍ରୋର ବୈଜ୍ଞାନିକ ମାନେ ଆଶା ରଖିଛନ୍ତି ।

ତେବେ ଶେଷରେ ସବୁଠାରୁ ବଡ ପ୍ରଶ୍ନ ଭାରତ ଭଳି ଏକ ବିକାଶଶୀଳ ଦେଶର ଶହଶହ କୋଟି ଟଙ୍କା କରି ଚନ୍ଦ୍ରଯାନ, ମଙ୍ଗଳଯାନ ଓ ଗଗନଯାନ ପ୍ରସ୍ତୁତ କରିବାର କଣ ଆବଶ୍ୟକତା ରହିଛି?

ସାଧାରଣ ଭାବେ କୁହାଯାଏ ଯେ ଯେଉଁ ଦେଶର ବିଜ୍ଞାନ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ, ତେବେ ଆମ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) କେତେ ଯେ ସମର୍ଥ ତାହା ଇସ୍ରୋ ଦ୍ବାରା ସଫଳତାର ସହ ମାତ୍ର ୪୫୦ କୋଟି ଟଙ୍କା ବ୍ୟୟରେ କରାଯାଇଥିବା ମଙ୍ଗଳ ମିଶନରୁ ହିଁ କଳନା କରାଯାଇପାରିବ । ତେବେ ଅନ୍ତରୀକ୍ଷ ଗବେଷଣା ଦ୍ବାରା ନୂଆ ନୂଆ ଔଷଧର ଆବିଷ୍କାର ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ନୂଆ କୌଶଳର ଉଦ୍ଭାବନ, ପାଣିପାଗ ସମ୍ବନ୍ଧୀୟ ସୂଚନା, ବିଜ୍ଞାନ କ୍ଷେତ୍ରରେ ଅନେକ କର୍ମନିଯୁକ୍ତି ତଥା ଅନେକ ବୈଜ୍ଞାନିକ ପ୍ରୟୋଗରେ ସହାୟକ ହୋଇଥାଏ । ତେବେ ଇସ୍ରୋ ଅତି କମ ଖର୍ଚ୍ଚରେ ଉପଗ୍ରହ କ୍ଷେପଣ କରିପାରୁଥିବାରୁ ବିଶ୍ବର ଅନେକ ଦେଶ ତାଙ୍କର ଉପଗ୍ରହ ଗୁଡିକୁ ଇସ୍ରୋର ରକେଟ ସହାୟତାରେ ଉତକ୍ଷେପଣ କରୁଛନ୍ତି ଯାହା ଫଳରେ ଆମ ଦେଶକୁ ମଧ୍ୟ ତାହାର ଆର୍ଥିକ ଲାଭ ମିଳିପାରୁଛି । ଏଠାରେ ପ୍ରକାଶ ଥାଉକି ନିକଟ ଅତୀତରେ ଆମ ଇସ୍ରୋ ଏକା ସାଙ୍ଗରେ ୧୦୪ଟି ଉପଗ୍ରହ ଅନ୍ତରୀକ୍ଷକୁ କ୍ଷେପଣ କରି ଏକ ଐତିହାସିକ ବିଶ୍ବରେକର୍ଡ କରିଥିଲା ।

ବେଙ୍ଗାଲୁରୁରେ କାର୍ଯ୍ୟରତ ଲେଖକ ତଥା ଗବେଷକ ସାଗର ପ୍ରଧାନଙ୍କ ତଥ୍ୟ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.