ETV Bharat / bharat

ଗୋଟିଏ ଟ୍ବିଟରେ 23ଟି ଭାଷାର ନାମ ଲେଖିଲେ ରାହୁଲ ଗାନ୍ଧୀ, ଜାଣନ୍ତୁ କାହିଁକି... - rahul gandhi comes against one nation one language

ଗୋଟିଏ ଦେଶ-ଗୋଟିଏ ଭାଷାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଭିନ୍ନ ଭାଷା ରହିବା କୌଣସି ଦୁର୍ବଳତାର ଚିହ୍ନ ନୁହେଁ ବୋଲି କହିଛନ୍ତି ସେ ।

ଫାଇଲ ଫଟୋ
author img

By

Published : Sep 17, 2019, 9:58 AM IST

ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ଭାଷାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି ଅନେକ ନେତା । କମଲ ହାସନଙ୍କ କଡା ଚେତାବନୀ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାହାଙ୍କ ବିଚାରଧାରାକୁ ବିରୋଧ କରିଛନ୍ତି । ତ୍ରିରଙ୍ଗା ଚିତ୍ର ସହ 23 ଟି ଭାଷାର ନାମ ଲେଖି ଗୋଟିଏ ଦେଶ-ଗୋଟିଏ ଭାଷାକୁ ବିରୋଧ କରିଛନ୍ତି ରାହୁଲ ଗାନ୍ଧୀ ।

rahul gandhi
ଫଟୋ ସୌଜନ୍ୟ: ଟ୍ବିଟର@RahulGandhi

ସେ ଟ୍ବିଟ କରି ଲେଖିଛନ୍ତି, ଓଡିଆ, ମରାଠୀ, କନ୍ନଡ, ହିନ୍ଦୀ, ତାମିଲ, ଇଂଗ୍ରାଜୀ, ଗୁଜୁରାତି, ବଙ୍ଗାଳି, ଉର୍ଦ୍ଦୁ, ପଞ୍ଜାବୀ, କୋଙ୍କଣୀ, ମାଲାୟଲମ, ତେଲୁଗୁ, ଆସାମୀ, ବଡୋ, ଡୋଗରୀ, ମୈଥିଲୀ, ନେପାଳୀ, ସଂସ୍କୃତ, କାଶ୍ମୀରୀ, ସିନ୍ଧୀ, ସାନ୍ଥାଳୀ, ମଣିପୁରୀ । ଭାରତରେ ଭିନ୍ନ ଭାଷା ଭାରତର ଦୁର୍ବଳତା ନୁହେଁ ।

ସୂଚନାଯୋଗ୍ୟ ଯେ, ଗତ 14 ତାରିଖରେ ହିନ୍ଦୀ ଦିବସ ଅବସରରେ ଗୃହମନ୍ତ୍ରୀ ଏମିତ ଶାହ ହିନ୍ଦୀ ଭାଷା ହିଁ ଦେଶକୁ ଏକଜୁଟ କରି ପାରିବ ବୋଲି କହିଥିଲେ । ସେ କହିଥିଲେ, ହିନ୍ଦୀ ଆମର ରାଷ୍ଟ୍ରଭାଷା । ଆମ ଦେଶରେ ଅନେକ ଭାଷା ରହିଛି, କିନ୍ତୁ ଏଭଳି ଏକ ସ୍ବତନ୍ତ୍ର ଭାଷା ରହିବା ଆବଶ୍ୟକ ଯାହା ବିଶ୍ବରେ ଭାରତକୁ ପରିଚିତ କରିବ ।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.