ETV Bharat / bharat

ବ୍ରହ୍ମପୁତ୍ର ନଦୀରେ ଉଦଘାଟିତ ହେଲା ଭାରତର ଦୀର୍ଘତମ ରିଭର କ୍ରସିଂ ରୋପୱେ

ବ୍ରହ୍ମପୁତ୍ର ନଦୀରେ ଭାରତର ଦୀର୍ଘତମ ରିଭର କ୍ରସିଂ ରୋପୱେ ସୋମବାର ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 25, 2020, 12:12 AM IST

ବ୍ରହ୍ମପୁତ୍ର ନଦୀରେ ଉଦଘାଟିତ ହେଲା ଭାରତର ଦୀର୍ଘତମ ରିଭର କ୍ରସିଂ ରୋପୱେ
ବ୍ରହ୍ମପୁତ୍ର ନଦୀରେ ଉଦଘାଟିତ ହେଲା ଭାରତର ଦୀର୍ଘତମ ରିଭର କ୍ରସିଂ ରୋପୱେ

ଗୌହାଟୀ: ବ୍ରହ୍ମପୁତ୍ର ନଦୀରେ ଭାରତର ଦୀର୍ଘତମ ରିଭର କ୍ରସିଂ ରୋପୱେ ସୋମବାର ଉଦଘାଟିତ ହୋଇଛି । କେନ୍ଦ୍ରୀୟରୁ ଉତ୍ତର ଗୌହାଟୀ ପର୍ଯ୍ୟନ୍ତ 1.8 କିଲୋମିଟର ଲମ୍ବ ବିଶିଷ୍ଟ ଏହି ରୋପୱେ ନିର୍ମାଣରେ 56 କୋଟି ଟଙ୍କା ବ୍ୟୟ କରାଯାଇଛି । ନଦୀକୁ ପାରିହେବାକୁ ପୂର୍ବରୁ ଅଧିକ ସମୟ ଲାଗୁଥିବା ବେଳେ ବର୍ତ୍ତମାନ ମାତ୍ର ଆଠ ମିନିଟ ସମୟ ଲାଗିବ । ଡିସେମ୍ବର 2009ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ରୋପୱେରେ ଥିବା ପ୍ରତ୍ୟେକ କ୍ୟାବିନରେ ଏକାଥରେ 30 ଜଣ ଯିବା ଆସିବା କରିପାରିବେ । ପ୍ରାୟ 250 ଲୋକ ଏହା ସାହାଯ୍ୟରେ ପ୍ରତି ଘଣ୍ଟାରେ ନଦୀ ପାର ହେବାରେ ସକ୍ଷମ ହେବେ । ଏକ ପାଖିଆ ଯାତ୍ରା ପାଇଁ ରୋପୱେ ଟିକେଟ ମୂଲ୍ୟ 60 ଟଙ୍କା ରହିଥିବା ବେଳେ ଉଭୟ ପାର୍ଶ୍ବରେ ଯାତାୟାତ ପାଇଁ 100 ଟଙ୍କା ହେବାକୁ ହେବ । ସୋମବାର ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱଶର୍ମା, ମନ୍ତ୍ରୀ ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟ, ଅଶୋକ ସିଙ୍ଗଲ ଏବଂ ସାଂସଦ ରାଣୀ ଓଜା ଏହି ରୋପୱେ ସେବାକୁ ଉଦଘାଟନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.