ରୋହତକ: ସକାଳ ଜଳଖିଆ କଥା ଚିନ୍ତା କଲେ, ପ୍ରଥମେ ସମସ୍ତଙ୍କ ମନକୁ ଆସେ ଗରମ ଗରମ ପରଟା । ଆଉ ଘରୁ କାମରେ ବାହାରିବା ପୂର୍ବରୁ ଯଦି ଜଳଖିଆରେ ସ୍ବାଦିଷ୍ଟ ପରଟା ମିଳିଯାଏ ତ, ମନ ଆହୁରି ଖୁସି ହୋଇଯାଏ । ହେଲେ ଯଦି ଘର ତିଆରି ସାଧାରଣ ପରଟା ଠାରୁ କେତେ ଗୁଣା ଅଧିକ ବଡ ପରଟା ଖାଇବାକୁ ମିଳେ ତ ଆପଣଙ୍କୁ କେମିତି ଲାଗିବ । ଆଜି ଆମେ ହରିୟାଣା ରୋହତରେ ଥିବା ତପସ୍ୟା ପରଟା ଜଙ୍କସନ ବିଷୟରେ କହିବାକୁ ଯାଉଛୁ । ଯାହା ଭାରତର ସବୁଠୁ ବଡ ପରଟାର ଦାବି କରୁଛି ।
ଏହି ଅଢେଇ ଫୁଟ ଆକାର ପରଟାକୁ ଖାଇବାକୁ ଜଣେ କି ଦୁଇ ଜଣ ନୁହେଁ, ବରଂ ଚାରି ଚାରି ଜଣ ଲୋକ ଦରକାର ପଡେ । ଏନେଇ ତପସ୍ୟା ଜଙ୍କସନରେ ପଚରା ଉଚରା ପରେ ସେଠାରେ ବାସ୍ତବରେ ଭାରତର ସବୁଠୁ ବଡ ପରଟା ତିଆରି ହେଉଥିବା କଥା ଜଣାପଡିଥିଲା। ଯାହାର ଆକାର ଅଢେଇ ଫୁଟ ରହିଥିବାବେଳେ ଏଥିରେ ପାଖାପଖି 2କେଜି ସାମଗ୍ରୀ ଆବଶ୍ୟକ ହୁଏ । ଏହାକୁ ଖାଇବାକୁ ରୋହତକରୁ ନୁହେଁ ବରଂ ଦୂରଦୂରାନ୍ତରୁ ଲୋକେ ଆସନ୍ତି ।
ଅନ୍ୟପଟେ ପରଟା ଜଙ୍କସନର ମାଲିକଙ୍କ କହିବା କଥା, ସେ ନିଜ ଝିଅର ନାମ ଅନୁସାରେ ଏହି ପରଟା ରଖିବା ସହ ନିଜ ଝିଅର କହିବାରେ ଦିନେ ବଡ ପରଟା ତିଆରି କରିଥିଲେ । ସେହିଦିନ ଠାରୁ ସବୁଠୁ ବଡ ପରଟା ତିଆରି ଆରମ୍ଭ ହୋଇଥିଲା । ଏଥିପାଇଁ ତପସ୍ୟା ପରଟା ଭାରତର ସବୁଠୁ ବଡ ପରଟା ବୋଲି କୁହାଯାଉଛି ।
ତେବେ ବର୍ତ୍ତମାନ ତିଆରି ହେଉଥିବା ତପସ୍ୟା ପରଟାର ଆକାର ଅଢେଇ ଫୁଟ ଥିବାବେଳେ ଏହାଠାରୁ ବି ଅଧିକ ବଡ ଆକାରର ପରଟା ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କେହି ବ୍ୟକ୍ତି ଯଦି, 50 ମିନିଟରେ 3 ଟି ପରଟା ଖାଇବାରେ ସକ୍ଷମ ହୁଅନ୍ତି, ତାଙ୍କୁ ପୁରସ୍କାର ବାବଦରେ 1ଲକ୍ଷ ଟଙ୍କା ସହ ସାରା ଜୀବନ ମାଗଣା ଖାଇବା ଦେବାର ମଧ୍ୟ ତପସ୍ୟା ପରଟା ଜଙ୍କସନର ମାଲିକ ଦାବି କରିଛନ୍ତି ।