ETV Bharat / bharat

ରୋଗୀ ଅଭାବରୁ ବନ୍ଦ ହେବ ଦେଶର ସର୍ବବୃହତ କୋଭିଡ୍ କେୟାର ସେଣ୍ଟର - Covid care centre in Bengaluru to shut down

ରୋଗୀ ଆସୁ ନ ଥିବାରୁ ଖୁବ୍ ଶିଘ୍ର ବନ୍ଦ ହେବାକୁ ଯାଉଛି ବେଙ୍ଗାଲୁରୁରେ ଥିବା ଭାରତର ସର୍ବ ବୃହତ କୋଭିଡ୍ କେୟାର ସେଣ୍ଟର । 10,100 ଶଯ୍ୟା ବିଶିଷ୍ଟ ବେଙ୍ଗାଲୁରୁ ଆନ୍ତର୍ଜାତିକ ପ୍ରଦର୍ଶନୀ କେନ୍ଦ୍ରରେ ଖୋଲିଥିବା କେୟାର୍‌ ସେଣ୍ଟର୍‌ ସେପ୍ଟେମ୍ବର ୧୫ରୁ ବନ୍ଦ ‌କରାଯିବ। ଅଧିକ ପଢନ୍ତୁ...

ରୋଗୀ ଅଭାବରୁ ବନ୍ଦ ହେବ ଦେଶର ସର୍ବବୃହତ କୋଭିଡ୍ କେୟାର ସେଣ୍ଟର

author img

By

Published : Sep 8, 2020, 5:14 PM IST

ବେଙ୍ଗାଲୁରୁ: ରୋଗୀ ଆସୁ ନ ଥିବାରୁ ଖୁବ୍ ଶିଘ୍ର ବନ୍ଦ ହେବାକୁ ଯାଉଛି ବେଙ୍ଗାଲୁରୁରେ ଥିବା ଭାରତର ସର୍ବ ବୃହତ କୋଭିଡ୍ କେୟାର ସେଣ୍ଟର । 10,100 ଶଯ୍ୟା ବିଶିଷ୍ଟ ବେଙ୍ଗାଲୁରୁ ଆନ୍ତର୍ଜାତିକ ପ୍ରଦର୍ଶନୀ କେନ୍ଦ୍ରରେ ଖୋଲିଥିବା ଭାରତର ବୃହତ୍ତମ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ସେପ୍ଟେମ୍ବର ୧୫ରୁ ବନ୍ଦ ‌କରାଯିବ। ତେବେ କୋଭିଡ୍ କେୟାର ସେଣ୍ଟର(ସିସିସି) ଟାସ୍କଫୋର୍ସର ମୁଖ୍ୟ ରାଜେନ୍ଦ୍ର କୁମାର କାଟରିଆ ଏହାକୁ ବନ୍ଦ କରିବାକୁ ପରାମର୍ଶ ଦେବା ପରେ ବେଙ୍ଗାଲୁରୁ ନାଗରିକ ସଂଗଠନ ଏହି ନିଷ୍ପତ୍ତି ନେଇଛି।

ଏହି କେନ୍ଦ୍ର ଲାଗି ଆସିଥିବା ଶଯ୍ୟା, ଗଦି, ପେଡେଷ୍ଟାଲ୍ ପଙ୍ଖା, ଡଷ୍ଟ୍‌ବିନ୍, ପାଣି ବିଶୋଧକ ଆଦି ସାମଗ୍ରୀ ସବୁକୁ ମାଗଣାରେ ସରକାରଙ୍କ ଦ୍ବାରା ଚାଳିତ ହଷ୍ଟେଲ୍ ଓ ଡାକ୍ତରଖାନାମାନଙ୍କୁ ଦେଇଦିଆଯିବ। ହଷ୍ଟେଲ୍‌ ନିମନ୍ତେ ସାମାଜିକ କଲ୍ୟାଣ ବିଭାଗକୁ ୨୫୦୦ ଆସବାବ୍‌ପତ୍ର ଦିଆଯିବ। ସେହିଭଳି ବଗଲକୋଟ୍‌ରେ ଥିବା କୃଷି ବିଶ୍ବବିଦ୍ୟାଳୟ ହଷ୍ଟେଲ୍, ସଂଖ୍ୟାଲଘୁ କଲ୍ୟାଣ ହଷ୍ଟେଲ୍‌ ଏବଂ ବେଙ୍ଗାଲୁରୁର ‘ଜିକେଭିକେ’କୁ ୧୦୦୦ଟି ଲେଖାଏଁ ଆସବାବ୍‌ପତ୍ର ଦିଆଯିବ। ଅନ୍ୟ କୌଣସି ସରକାରୀ ଡାକ୍ତରଖାନା ଓ ହଷ୍ଟେଲ୍‌ ଅନୁରୋଧ କଲେ ବାକି ଆସବାବପତ୍ର ପ୍ରଦାନ କରାଯିବ।

ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣଯୁକ୍ତ କରୋନାଭାଇରସ୍ ଆକ୍ରାନ୍ତମାନେ ହୋମ୍‌ଆଇସୋଲେସନ୍‌ରେ ରହିବାକୁ ସରକାର ନିଷ୍ପତ୍ତି ନେବା ପରେ ଏହି କେନ୍ଦ୍ରରେ ଭର୍ତ୍ତି ହେବାକୁ ଲୋକେ ପ୍ରାୟ ଆସିଲେ ନାହିଁ। ଏହି କାରଣରୁ ଶେଷରେ ଏହାକୁ ବନ୍ଦ କରିବାକୁ ପଡ଼ିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.