ETV Bharat / bharat

କୋରୋନା ସଂକଟ ସହ ସଂଘର୍ଷରତ ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର

author img

By

Published : May 20, 2020, 1:50 PM IST

ଭାରତରେ ବିକାଶର ଅଭିବୃଦ୍ଧି ପୁନରୁଲ୍ଲେଖ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବା ଆଇଟି ଶିଳ୍ପକୁ ସର୍ବବ୍ୟାପୀ ମହାମାରୀର ଶକ୍ତ ଧକ୍କା ସହିବାକୁ ପଡ଼ିଛି । ଉତ୍ପାଦ ଓ ସେବା ଯୋଗାଣ ବାଧାପ୍ରାପ୍ତ ହେବା ସହିତ କାର୍ଯ୍ୟଧାରା ଠପ୍‌ ହୋଇଯାଇଛି । 1.5 ଲକ୍ଷ ନିଯୁକ୍ତି ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଆଇଟି ଶିଳ୍ପରେ ଏହା ଏକ ଅଭୂତପୂର୍ବ ସଂକଟ ।

INDIAS IT SECTOR
ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର

ଭାରତରେ ବିକାଶର ଅଭିବୃଦ୍ଧି ପୁନରୁଲ୍ଲେଖ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବା ଆଇଟି ଶିଳ୍ପକୁ ସର୍ବବ୍ୟାପୀ ମହାମାରୀର ଶକ୍ତ ଧକ୍କା ସହିବାକୁ ପଡ଼ିଛି । ଉତ୍ପାଦ ଓ ସେବା ଯୋଗାଣ ବାଧାପ୍ରାପ୍ତ ହେବା ସହିତ କାର୍ଯ୍ୟଧାରା ଠପ୍‌ ହୋଇଯାଇଛି । 1.5 ଲକ୍ଷ ନିଯୁକ୍ତି ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଆଇଟି ଶିଳ୍ପରେ ଏହା ଏକ ଅଭୂତପୂର୍ବ ସଂକଟ । ପୂର୍ବରୁ ଅର୍ଥନୈତିକ ମାନ୍ଦାବସ୍ଥା ସହ ସଂଘର୍ଷରତ ଏହି ଶିଳ୍ପ ପ୍ରତି ଗତ କିଛି ଦିନର ଘଟଣାକ୍ରମ ଶକ୍ତ ଆଘାତ ସଦୃଶ ହୋଇଛି । ଏବେ ଏହି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଅଗ୍ରସର ହେବା ହିଁ ସବୁଠାରୁ ବଡ଼ ଆହ୍ବାନ । ଆଇଟି ଏକ ଜ୍ଞାନଭିତ୍ତିକ ଶିଳ୍ପ, ଯାହାକି ମାନବୀୟ ଜୀବନଧାରାକୁ ରୂପାନ୍ତରିତ କରିବାରେ ବୃହତ୍‌ ଅବଦାନ ଦେଇଥାଏ । ଏକ ସଂଗଠିତ, କ୍ଷୀପ୍ର, ସହଜ, ସ୍ବଚ୍ଛ ଏବଂ ସମୃଦ୍ଧ ଶିଳ୍ପ ରୂପେ ପରିଗଣିତ ହେବା ବ୍ୟତୀତ ଏହା ଷ୍ଟାର୍ଟଅପ୍‌ କ୍ଷେତ୍ରକୁ ସାମର୍ଥ୍ୟ ପ୍ରଦାନ କରିଛି । ଆଧୁନିକ ଶାସନ ବ୍ୟବସ୍ଥା ଏବଂ ଡିଜିଟାଲ ଜଗତକୁ ଏହା ଦିଗ୍‌ଦର୍ଶନ ଦେଇଆସିଛି । ପ୍ରାୟ ପାଞ୍ଚ ଦଶନ୍ଧି ଧରି ଭାରତ ଆଇଟି କ୍ଷେତ୍ରରେ ଏକ ସକ୍ଷମ ସ୍ଥିତି ହାସଲ କରିଛି । ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ଏହାର ଅବଦାନ 7.7 ପ୍ରତିଶତ ।

ନିକଟ ଅତୀତରେ ଅଭିବୃଦ୍ଧି ହାରରେ ଆଖିଦୃଶିଆ ଗତିପଥ ନିର୍ଣ୍ଣୟ କରିଥିବା ଭାରତ, ଆଇଟି କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକାରେ ନିଜକୁ ସ୍ଥାପନ କରିଛି । ସାରା ବିଶ୍ବର ଆଇଟି ସେବା କ୍ଷେତ୍ରରେ ଆମର ବଜାର ଅଂଶ 55 ପ୍ରତିଶତ ରହିଛି । ସମଗ୍ର ବିଶ୍ବର ପ୍ରାୟ 80ଟି ଦେଶରେ 200 ଭାରତୀୟ ଆଇଟି ସଂସ୍ଥା କାର୍ଯ୍ୟରତ ଅଛନ୍ତି । ବିଶ୍ବରେ 75 ପ୍ରତିଶତ ଡିଜିଟାଲ ସେବା ଭାରତ ପ୍ରଦାନ କରେ । ଭାରତର ଆଇଟି ଏବଂ ଆଇଟିଇଏସ୍‌ ବା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳନାକ୍ଷମ ସେବା ଶିଳ୍ପ କ୍ଷେତ୍ରର ଆକାର 181 ବିଲିଅନ୍‌ (ଶହ କୋଟି) ଆମେରିକୀୟ ଡଲାର ମୂଲ୍ୟର ବୋଲି 2018-19ରେ ଆକଳନ କରାଯାଇଥିଲା । ଏଥିରେ 137 ବିଲିଅନ୍‌ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନୀ ସମ୍ମିଳିତ । ଭାରତୀୟ ଆଇଟି ଶିଳ୍ପ ଧୀରେ ଧୀରେ ସଂପ୍ରସାରିତ ହେଉଛି ଏବଂ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷଣ କରୁଛି । 2000 ଏବଂ 2019 ମସିହା ଭିତରେ ହାର୍ଡୱେୟାର ଏବଂ ସଫ୍‌ଟୱେୟାର କ୍ଷେତ୍ରରେ 43 ବିଲିଅନ୍‌ ଆମେରିକୀୟ ଡଲାର ମୂଲ୍ୟର ବିଦେଶୀ ପୁଞ୍ଜିନିବେଶ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ନିଯୁକ୍ତି ସୁଯୋଗ ଦୃଷ୍ଟିକୋଣରୁ ମଧ୍ୟ ଏହି ଶିଳ୍ପ କାୟାବିସ୍ତାର କରିଛି ।

ଘରୋଇ କ୍ଷେତ୍ରରେ ଭାରତୀୟ ଆଇଟି ଶିଳ୍ପ 46 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ବିଦେଶରେ ଆଉ 20 ଲକ୍ଷ କର୍ମଚାରୀ ଅବସ୍ଥାପିତ ହୋଇଛନ୍ତି । ଗତ ଦୁଇ ଦଶନ୍ଧି ଧରି ନିଯୁକ୍ତି ପ୍ରାଥମିକତା ତାଲିକାର ପ୍ରଥମ ପାହ୍ୟାରେ ଆଇଟି ରହିଛି । ବୃତ୍ତିଗତ ଅଗ୍ରଗତି ସୁଯୋଗ ଏବଂ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ କାରଣରୁ ଅଧିକାଂଶ ବ୍ୟକ୍ତି ଆଇଟି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ହେଲେ, ଆକାଶଛୁଆଁ ଆଇଟି ଶିଳ୍ପକୁ ମଧ୍ୟ ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆର୍ଥିକ ସଂକଟ, ଖର୍ଚ୍ଚ ନିୟନ୍ତ୍ରଣ ପଦକ୍ଷେପ, ରୋବୋଟିକ୍‌ସ ଏବଂ ଡାଟା ଆନାଲିଟିକ୍‌ସ ଭଳି ସମସ୍ତ କାରଣ, ଆଇଟିର ପତନ କ୍ଷେତ୍ରରେ ଭୂମିକା ନିର୍ବାହ କରିଛନ୍ତି । ଡୋନାଲ୍‌ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦବୀକୁ ନିର୍ବାଚିତ ହେବା ପରେ ପରିବର୍ତ୍ତନର ଧାରା ଆରମ୍ଭ ହେଲା । ସେ ଏଭଳି କେତେକ ବୃହତ୍‌ ନିଷ୍ପତ୍ତି ନେଲେ, ଯାହା ଦ୍ବାରା ଭାରତରେ ଆଇଟି ବିଶେଷଜ୍ଞ ଏବଂ ନିଯୁକ୍ତିକାମୀ ଯୁବକଙ୍କ ଭାଗ୍ୟ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଲା । ମାନ୍ଦାଳିଆ ସ୍ଥିତି କାରଣରୁ କ୍ୟାମ୍ପସ୍‌ ଚୟନ ବଳରେ ନିଯୁକ୍ତି ଏବଂ ନୂତନ ଚାକିରିର ସଂଖ୍ୟା ହ୍ରାସ ସହିତ ଏହି କ୍ଷେତ୍ର ଅଗମ୍ୟ ହୋଇପଡ଼ିଲା । ବିଶେଷଜ୍ଞମାନେ ଏବେ ନିଯୁକ୍ତି ହରାଇବା ଆଶଙ୍କା କରୁଛନ୍ତି ।

ସମସ୍ୟା ଜର୍ଜରିତ ଶିଳ୍ପ ପ୍ରତି ଏହି ସର୍ବବ୍ୟାପୀ ମହାମାରୀ ଅଚାନକ ଏକ ଧକ୍କା ସଦୃଶ ହେଲା । ଅନେକ ଦେଶରେ ତାଲାବନ୍ଦ ବା ଲକ୍‌ଡାଉନ୍‌ ଜାରି କରାଯିବା ଫଳରେ ସାରା ବିଶ୍ବରେ ଆଇଟି ସେବା ଅକାମୀ ହୋଇପଡ଼ିଲା । କୋରୋନା ସଂକଟ ଯୋଗୁଁ କେବଳ ଭାରତରେ 1.5 ଲକ୍ଷ ବ୍ୟକ୍ତି ନିଯୁକ୍ତି ହରାଇବେ ବୋଲି ଆକଳନ କରାଯାଇଛି । ରାଜସ୍ବ ଆଦାୟ ନିମ୍ନଗାମୀ ହେବା ସହିତ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଆଉ କେତେକ ବେତନ କାଟ୍‌ ଘୋଷଣା କରିଛନ୍ତି । ଅଧିକାଂଶ ବୃହତ୍‌ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ଉତ୍ସାହିତ କରିଛନ୍ତି । ନୂତନ ପ୍ରକଳ୍ପର ପଥ ଅବରୁଦ୍ଧ ହେଲା । ଭାରତର 75 ପ୍ରତିଶତ ଆଇଟି ସେବା ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାର ବଜାରକୁ ଲକ୍ଷ୍ୟରେ ରଖି ଚାଲେ ଏବଂ ଏହି ବିଶ୍ବ ମହାମାରୀ କାରଣରୁ ଉଭୟ ଏବେ ଅସ୍ଥିର ଅବସ୍ଥାରେ ଅଛନ୍ତି । ଏହି ଅବସ୍ଥାରୁ ତୁରନ୍ତ ମୁକୁଳିବାର ଆଶା କ୍ଷୀଣ ହୋଇଥିବାରୁ ଆଗକୁ ଆଇଟି କ୍ଷେତ୍ରର ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ଉପୁଜିଛି ।

ଆଗକୁ ହୁଏତ ନୂତନ ନିଯୁକ୍ତି ଦୁର୍ଲଭ ହୋଇପାରେ । ଗ୍ରାହକ ସଂସ୍ଥା ପକ୍ଷରୁ ନୂତନ ପ୍ରକଳ୍ପକୁ ବାତିଲ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ଆଶଙ୍କା ଏବେ ଚିନ୍ତାର କାରଣ ହୋଇଛି । ଆଇଟି ଦ୍ବାରା ପରିଚାଳନାକ୍ଷମ ସେବା କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ଅଗ୍ରଣୀ ସ୍ଥାନରେ ରହିଛନ୍ତି । ପ୍ରତି ବର୍ଷ ଆଇଟି ଏବଂ ତତ୍‌ସଂପର୍କିତ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ବିଶ୍ବରେ ବିଭିନ୍ନ ପ୍ରମୁଖ ଆଇଟି ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଏହି ଦୁଇ ରାଜ୍ୟର ଛାତ୍ରଛାତ୍ରୀ ଅବସ୍ଥାପିତ ହୋଇଛନ୍ତି । ବୃହତ୍‌ ଆଇଟି କମ୍ପାନୀ ମାଇକ୍ରୋସଫ୍‌ଟର ସିଇଓ ହେଉଛନ୍ତି ସତ୍ୟ ନାଦେଲା । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର 6 ଲକ୍ଷ ଲୋକ ଆଇଟି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି । ଉଭୟ ରାଜ୍ୟର ସରକାର ଡିଜିଟାଲ ସେବା ଏବଂ ଇ-ଗଭର୍ଣ୍ଣାସ୍‌କୁ ଅଗ୍ରାଧିକାର ଦେଇଛନ୍ତି । ଗୁଗ୍‌ଲ, ମାଇକ୍ରୋସଫ୍‌ଟ, ଆଇବିଏମ୍‌, ଓରାକ୍‌ଲ ଏବଂ ଆମାଜନ୍‌ ଭଳି ବିଶ୍ବବିଖ୍ୟାତ କମ୍ପାନୀ ସମୂହର ପ୍ରମୁଖ କାର୍ଯ୍ୟକ୍ଷେତ୍ର ହାଇଦ୍ରାବାଦରେ ରହିଛି ।

ବିଜୟୱାଡ଼ା ଏବଂ ବିଶାଖାପାଟଣା ଭଳି ସହରରେ ଆଇଟି କ୍ଷେତ୍ର ଦ୍ରୁତ ଅଗ୍ରଗତି କରୁଛି । ଆଇଟି କ୍ଷେତ୍ରର ବୋଝ ହାଲୁକା କରିବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଆବଶ୍ୟକ । ଆଇଟି ବିଶେଷଜ୍ଞ ଏବଂ ନୀତି ପ୍ରଣେତାଙ୍କୁ ନେଇ ଗଠିତ ଟାସ୍କଫୋର୍ସ ନିଯୁକ୍ତ କରିବା ନିହାତି ଆବଶ୍ୟକ । ଯେ କୌଣସି କ୍ଷେତ୍ରରେ ସ୍ଥିରତା ହିଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ କମ୍ପାନୀଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଦିଗରେ ସରକାର ନିଶ୍ଚିତ ସହାୟତା ପ୍ରଦାନ କରିବା ଦରକାର । ବିଭିନ୍ନ ଘରୋଇ ଆଇଟି ସଂସ୍ଥା ମଧ୍ୟ ଗେମିଂ, ଆନିମେସନ୍‌, ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ପ୍ରସ୍ତୁତି ଏବଂ ଗ୍ରାମାଞ୍ଚଳରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଭଳି ଅଭିନବ କ୍ଷେତ୍ରରେ ଧ୍ୟାନ ଦେବା ଆବଶ୍ୟକ । ଏହି ସର୍ବବ୍ୟାପୀ ମହାମାରୀର ଅନ୍ତ ଘଟିବା ପରେ ବହୁ ଦେଶ ସେମାନଙ୍କର ମୂଳ କାର୍ଯ୍ୟସ୍ଥଳକୁ ଚୀନ୍‌ରୁ ହଟାଇବା ଦିଗରେ ବିଚାର କରିପାରନ୍ତି ।

ଭାରତ ଏହି ସୁଯୋଗର ସଦୁପଯୋଗ କରିବା ଉଚିତ । ସଦ୍ୟ ଗୃହୀତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, କେନ୍ଦ୍ର ସରକାର ପ୍ରଚଳିତ ନୀତିର ସମୀକ୍ଷା କରିବା ସହିତ ସଂସ୍କାର ଦିଗରେ ଧ୍ୟାନ ଦେବା ଦରକାର । ଆଇଟି ସଂସ୍ଥାମାନଙ୍କୁ ଆଶ୍ବସ୍ତ କରିବା ଦରକାର । ଏହି ସଂକଟ ଯୋଗୁଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରଭାବିତ ସଂସ୍ଥାକୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବା ଆବଶ୍ୟକ । ଜମି, ଶ୍ରମ ଏବଂ ଟିକସ ବ୍ୟବସ୍ଥାକୁ ନଜରରେ ରଖି ସ୍ବଳ୍ପମିଆଦି ଏବଂ ଦୀର୍ଘମିଆଦି ନୀତି ଅବଲମ୍ବନ କରିବା ଆବଶ୍ୟକ । ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ଋଣ ପ୍ରଦାନ କରିବା ଆବଶ୍ୟକ । ସଠିକ୍‌ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ସହିତ ସୁବିବେଚିତ ଦୀର୍ଘମିଆଦି ଯୋଜନା ବଳରେ ହିଁ ଭାରତର ଆଇଟି କ୍ଷେତ୍ରକୁ ପୁନରୁଜ୍ଜୀବିତ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.