ETV Bharat / bharat

ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପୁରା କରିବ ଭାରତର ଆଇସିିଟି ନୀତି: ଟ୍ରାଇ ଚେୟାରମ୍ୟାନ - India's ICT policy

ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପୁରା କରିବାକୁ ହେଲେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ଯୋଗାଯୋଗ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ । ଏନେଇ କହିଛନ୍ତି ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ର ଅଧ୍ୟକ୍ଷ ଆର ଏସ ଶର୍ମା । ଅଧିକ ପଢନ୍ତୁ...

ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପୁରା କରିବ ଭାରତର ଆଇସିିଟି ନୀତି : ଟ୍ରାଇ ଅଧ୍ୟକ୍ଷ

author img

By

Published : May 18, 2020, 5:16 PM IST

ନୂଆଦିଲ୍ଲୀ: ଦେଶରେ ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) କୁ ପୁରା କରିବ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା । ଏଥିପାଇଁ ICT କୁ ଗୁରୁତ୍ବ ଦେବାକୁ ପଡିବ । ଏହା ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି(NDCP) ଉଦ୍ଦେଶ୍ୟ ବୋଲି କହିଛନ୍ତି ଟ୍ରାଇ( ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ)ର ଅଧ୍ୟକ୍ଷ ଆର.ଏସ.ଶର୍ମା

51 ତମ ବିଶ୍ୱ ଟେଲିକମ ଏବଂ ସୂଚନା ସୋସାଇଟି ଦିବସ (WTISD) ଅବସରେ ଶର୍ମା କହିଛନ୍ତି, 2018ରେ ଭାରତ ନିର୍ଦ୍ଦିଷ୍ଟ ଋଣନୀତି ଉଦ୍ଦେଶ୍ୟ NDCPକୁ ଗ୍ରହଣ କରିଛି । ମିଳିତ ଜାତିସଂଘ ପ୍ରତିବର୍ଷ WTISD ପାଳନ କରିଆସୁଛି । ଚଳିତ ବର୍ଷର ଥିମ ରହିଛି "କନେକ୍ଟ 2030: ICTs for the Sustainable Development Goals (SDGs)". ଏହାର ଅର୍ଥ ICTsର ସହଯୋଗରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପୁରା କରିବା ।

ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, NDCPର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଡିଜିଟାଲ ଯୋଗାଯୋଗ ଭିତ୍ତିଭୂମି ସୃଷ୍ଟି କରିବା । ଯଦ୍ବାରା ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଶକ୍ତି, ନିଯୁକ୍ତି, ନୂତନିକରଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ବ୍ୟବହୃତ କରାଯାଇପାରିବ ।

ବର୍ତ୍ତମାନ ମହାମାରୀ କୋରୋନା ପାଇଁ ଇଣ୍ଟରନେଟ ସେବାରେ ବୃଦ୍ଧି ଘଟିଛି । ଏହି ସମୟରେ ଅର୍ଥନୀତି ଓ ଇଣ୍ଟରନେଟ ଟ୍ରାଫିକକୁ ନିୟନ୍ତ୍ରଣ କରିପାରିଛି ଟ୍ରାଇ । ଫଳରେ ଟେଲିକମ ଦୁନିଆରେ ଟ୍ରାଇର ଅଧ୍ୟକ୍ଷ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି ।

ଟ୍ରାଇ ଅଧ୍ଯକ୍ଷ କହିଛନ୍ତି, ସେବା ପ୍ରଦାନକାରୀମାନେ ସେମାନଙ୍କ ନେଟୱାର୍କକୁ ନିରନ୍ତର ସଂଯୋଗ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ ସମୟରେ ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଛି।

ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI)ର ସହଯୋଗରେ ରିସର୍ଚ୍ଚ ଫାର୍ମ ଟେକ୍ ଆରସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଇଛି ଏପରି ସ୍ଥିତିରେ ଦେଶର ଅର୍ଥନୀତିରେ ଟେଲିକମ୍ ଯୋଗାଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜିଡିପିର 6 ପ୍ରତିଶତ ସିଧାସଳଖ ଦେବା ବ୍ୟତୀତ, ମହାମାରୀ ସମୟରେ ଏହି କ୍ଷେତ୍ର 30-35 ପ୍ରତିଶତ ଜିଡିପି ଦେଉଛି ।

COAIର ଜେନେରାଲ ନିର୍ଦ୍ଦେଶକ ରାଜନ ଏସ ମାଥ୍ୟୁସ କହିଛନ୍ତି, ଦେଶର ପ୍ରଗତି କ୍ଷେତ୍ରରେ ଟେଲିକମ କ୍ଷେତ୍ରର ଅବଦାନ ଅତୁଳନୀୟ ରହିଛି । ଗତ 25 ବର୍ଷ ଧରି ଏହି ସେବା ଯୋଗାଇ ଆସିଛି । ଲକଡାଉନ ସମୟରେ 1 ବିଲିୟନ ଲୋକେ ଏବେ ଏଥିରେ ସାମିଲ ହୋଇଛନ୍ତି ।

ମାଥ୍ୟୁସ ଏହା ପୂର୍ବରୁ ମଧ୍ୟ କହିଥିଲେ, ଆର୍ଥିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ନେଟୱର୍କ ଲୋକଙ୍କୁ ନିରନ୍ତର ସେବା ଯୋଗାଇବା । ଦେଶର ଆର୍ଥିକ ସ୍ଥିତି ଓ ଯୋଗାଯୋଗ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ବଜାୟୀ ରଖିବ ।

ଆଗକୁ ନୂଆ ଟେକ୍ନୋଲୋଜି 5G, ଶିଳ୍ପାନୁଷ୍ଠାନ 4.0, IoT କୁ ଆପଣାଇବାକୁ ଯାଉଛି । ଟେଲିମେଡିସିନ୍, ଇ-ଶିକ୍ଷା, ଡ୍ରୋନ୍ ସିସିଟିଭି ଏବଂ ଇଣ୍ଡଷ୍ଟ୍ରି 4.0 ପରି କ୍ଷେତ୍ରଗୁଡିକରେ ଚାହିଦା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.