ଚେନ୍ନାଇ: ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ସାମ ମାନେକ୍ସାଙ୍କ ଶନିବାର ହେଉଛି ଦ୍ବାଦଶ ତିରୋଧାନ ଦିବସ । ଦ୍ବାଦଶ ମୃତ୍ୟୁ ବାର୍ଷିକୀରେ ଭାରତୀୟ ସ୍ଥଳ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ସେ 1971 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନାର ମୁଖ୍ୟ ଥିଲେ । ତାଙ୍କ ନେତୃତ୍ବରେ ଭାରତ ପାକିସ୍ଥାନକୁ ଯୁଦ୍ଧରେ ପରାଜିତ କରିଥିଲା ।
ସାମ ମାନେକ୍ସା 3 ଅପ୍ରେଲ 1914ରେ ଜନ୍ମଗ୍ରହଣ କିଥିଲେ । 27 ଜୁନ 2008ରେ ମୃତ୍ୟବରଣ କରିଥିଲେ । ସାମ ମାନେକ୍ସା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ଥିଲେ ଏବଂ ତାଙ୍କୁ 1 ଜାନୁୟାରୀ 1973 ରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା । ଫିଲ୍ଡ ମାର୍ଶଲଙ୍କୁ ପାଞ୍ଚଟି ଷ୍ଟାର ମାନ୍ୟତା ଦିଆଯାଇଥାଏ ଏବଂ ଏହା ହେଉଛି ଭାରତୀୟ ସେନାରେ ସର୍ବାଧିକ ଉପଲବ୍ଧ ମାନ୍ୟତା ପ୍ରଦାନ ।
ANI