ETV Bharat / bharat

ଦେଶରେ 56 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 1085 ମୃତ - india corona news

କୋରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । 7 ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ଭାରତରେ ଏହା ବଢିବା ପରିବର୍ତ୍ତେ କମିବାର ନାଁ ନେଉନାହିଁ । ସମ୍ପୂର୍ଣ୍ଣ ପଢନ୍ତୁ...

ସେପ୍ଟେମ୍ବର 22 ସୁଦ୍ଧା ଦେଶରେ 56 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ

author img

By

Published : Sep 23, 2020, 10:19 AM IST

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ ବହୁ ସଂଖ୍ୟାର ପଜିଟିଭ ରିପୋର୍ଟ ହେଉଛି । ଯାହା ଏବେ 56 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ପାର କରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 83 ହଜାର 347ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 1,085 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 56 ଲକ୍ଷ 46 ହଜାର ଟପିଛି ଆକ୍ରାନ୍ତଙ୍କ ସଖ୍ୟା । ଏଥିରେ ବର୍ତ୍ତମାନ ସୁଦ୍ଧା 90 ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଛି ।

ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 45 ଲକ୍ଷ 87 ହଜାର 614 ଜଣ ସୁସ୍ଥ ହୋଇଥିବାବେଳେ, ଏବେବି 9 ଲକ୍ଷ 68 ହଜାର 377 ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.