ETV Bharat / bharat

ଗୋଟିଏ ଦିନରେ ଦେଶରେ ସର୍ବାଧିକ 45,720 ନୂଆ ମାମଲା

24 ଘଣ୍ଟାରେ ସର୍ବାଧିକ 45720 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1120 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635କୁ ବୃଦ୍ଧି ପାଇଛି ।

_corona
ଗୋଟିଏ ଦିନରେ ଦେଶରେ ସର୍ବାଧିକ 45720 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 23, 2020, 10:17 AM IST

ନୂଆଦିଲ୍ଲୀ: ଦେଶରେ 12 ଲକ୍ଷ ପାର କଲା କୋରୋନା ମାମଲା । ମାରାତ୍ମକ କୋରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ଏହି କ୍ରମରେ 24 ଘଣ୍ଟାରେ ସର୍ବାଧିକ 45720 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1120 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635କୁ ବୃଦ୍ଧି ପାଇଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4,26,167 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 7,82,606 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ହେଉଛି ଦେଶରେ କୋରୋନା ଆକ୍ଟିଭ ମାମଲା ଠାରୁ କୋରୋନା ସୁସ୍ଥ ହାର ଦ୍ବିଗୁଣିତ ରହିଛି । ତେବେ ଏବେସୁଦ୍ଧା ଦେଶରେ 29861 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.