ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 15 ଲକ୍ଷ ପାର କରିଛି । ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ କୋରୋନା ସୁସ୍ଥ ହାରରେ ବୃଦ୍ଧି ଘଟୁଛି । ବର୍ତ୍ତମାନ ଦେଶରେ କୋରୋନା ସୁସ୍ଥ ହାର 64.51 ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର କହିଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ମୁତାବକ ଗତ 24 ଘଣ୍ଟାରେ ଦେଶରେ 48 ହଜାର 513ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି, ଏଥିରେ 768 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବୁଧବାର ସକାଳ ସୁଦ୍ଧା ଦେଶରେ 15 ଲକ୍ଷ 31 ହଜାର ପାର କରିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଉ ଏଥିରେ 34 ହଜାର 193 ଜଣଙ୍କର ମୃତ୍ୟୁ ହୋଇଛି ।
ସଂକ୍ରମିତଙ୍କ ମଧ୍ୟରୁ 9 ଲକ୍ଷ 88 ହଜାର 30 ଜଣ ସୁସ୍ଥ ହୋଇଥିବାବେଳେ 5 ଲକ୍ଷ 9 ହଜାର 447 ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣର ତୀବ୍ର ମାତ୍ରାରେ ବୃଦ୍ଧି ପାଉଥିବା ସଂଖ୍ୟାକୁ ଦେଖିଲେ ଲାଗୁଛି ଯେପରି ଖୁବ କମ ଦିନ ମଧ୍ୟରେ ବିଶ୍ବର ସବୁଠୁ ଅଧିକ ପ୍ରଭାବିତ ଥିବା ଦେଶ ଆମେରିକାକୁ ଟପିଯିବ ଭାରତ ।
ଜନ ହପକିନ୍ସ କୋରୋନା ରିପୋର୍ଟ ଅନୁଯାୟୀ, କୋରୋନା ମାମଲା ଦୃଷ୍ଟିରୁ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ଏହି କ୍ରମରେ ପ୍ରଥମ ରହିଛି ଆମେରିକା(4352084) ଏବଂ ଦ୍ବିତୀୟରେ ରହିଛି ବ୍ରାଜିଲ(2483191)