ନୂଆଦିଲ୍ଲୀ: ଦେଶରେ ତୀବ୍ର ଗତିରେ ସୁସ୍ଥ ହେଉଛନ୍ତି କୋରୋନା ସଂକ୍ରମିତ । ସକ୍ରିୟ ମାମଲା ଠାରୁ ସୁସ୍ଥ ହାର ଦ୍ବିଗୁଣିତ ରହିଛି । ଦେଶରେ ବର୍ତ୍ତମାନ କୋଭିଡରୁ 15 ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଲେଣି । ତେବେ 10 ରାଜ୍ୟରେ ଏବେ 80 ପ୍ରତିଶତରୁ ଅଧିକ ମାମଲା ରେକର୍ଡ କରାଯାଉଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଦେଶରେ ସୁସ୍ଥ ହାର ସଂଖ୍ୟା ସକ୍ରିୟ ମାମଲା ଠାରୁ 2.36 ରେ ପହଞ୍ଚିଛି । ସମସ୍ତ କୋଭିଡ ସଂକ୍ରମିତ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ 53 ହଜାର ସଂକ୍ରମିତଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିସାରିଛି । 24 ଘଣ୍ଟାର ସୁସ୍ଥ ହାର 68.78 ରହିଛି ।ସେପଟେ ମୃତ୍ୟୁହାର ହ୍ରାସ ପାଇ 2.01 ପ୍ରତିଶତରେ ପହଞ୍ଚିଛି । ସ୍ବାସ୍ଥ୍ୟମନ୍ତ୍ରାଣାଳୟ ପକ୍ଷରୁ କୁହାଯାଇଛି, ଦେଶରେ ଏବେ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯାଇଛି । ଦୈନିକ 6 ଲକ୍ଷରୁ ଅଧିକ ପରୀକ୍ଷଣ କରାଯାଉଛି ।
ଗତ ଶନିବାର 7 ଲକ୍ଷ 19 ହଜାର 364 ନମୁନା ସଂଗ୍ରହ କରାଯାଇଥିଲା । ଯାହା ଗୋଟିଏ ଦିନର ସର୍ବାଧିକ ରହିଥିଲା । ଦେଶରେ ଗୋଟିଏ ମିନିଟରେ 500ରୁ ଅଧିକ ଟେଷ୍ଟିଂ କରାଯିବ ସହ ଗୋଟିଏ ଦିନରେ 5 ଲକ୍ଷ ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇସିଏମଆର ବୈଜ୍ଞାନିକ ତଥା ମିଡିଆ ସଂଯୋଜକ ଡ. ଲୋକେଶ ଶର୍ମା କହିଛନ୍ତି ।