ନୂଆଦିଲ୍ଲୀ: ସର୍ଭେ କହୁଛି, ଗାଁ ନୁହେଁ ସହରରେ କୋରୋନା ନେଉଛି ଭୟଙ୍କର ରୂପ। ସଂକ୍ରମଣର ମାତ୍ରା ସହର ଗୁଡିକରେ ଯଥେଷ୍ଟ ଅଧିକ ରହୁଛି। ଭାରତର 80 ପ୍ରତିଶତ କୋରୋନା ଭାଇରସ୍ କୋଭିଡ୍-19 ମାମଲା ମ୍ୟୁନିସିପାଲିଟିରେ ଦେଖିବାକୁ ମିଳିଛି। 30 ଟି ମ୍ୟୁନିସିପାଲିଟି ଅଞ୍ଚଳରୁ ଆସି ଥିବା ରିପୋର୍ଟ ସରକାରଙ୍କୁ ତାଜୁବ୍ କଲାଭଳି। ଏହାକୁ ନେଇ ସମୁଦାୟ 12 ଟି ରାଜ୍ୟ, ୟୁଟି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏହି ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ବୈଠକ କରାଯାଇଛି। ପରିସ୍ଥିତିକୁ ମୁକାଵିଲା କରିବାକୁ ନେଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଏହି ଅଞ୍ଚଳଗୁଡିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଓଡିଶାର ରହିଛି ବୋଲି ଜଣାପଡିଛି।
ସୂଚନା ଅନୁସାରେ, ସଂକ୍ରମଣରେ ସୁଧାର ଆଣିବାକୁ ରୋଗୀଙ୍କର ଠିକ ସମୟରେ ଅନୁସନ୍ଧାନ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି। ଯାହା ବର୍ତ୍ତମାନ 35.09 ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ 30,150 ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 2233 ରୋଗୀ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି। ନିଶ୍ଚିତ ହୋଇଥିବା ମୋଟ ମାମଲା ବର୍ତ୍ତମାନ 85,940। ଗତକାଲି ଠାରୁ, ଭାରତରେ କୋଭିଡ୍-19 ନିଶ୍ଚିତ ହୋଇଥିବା ମାମଲାରେ 3970 ର ବୃଦ୍ଧି ଲକ୍ଷ୍ୟ କରାଯାଇଛି।
ସମ୍ଭାବ୍ୟ ମୁକାଵିଲା ପାଇଁ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ରାଜେଶ ଭୂଷଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ, ମ୍ୟୁନିସିପାଲିଟି କମିଶନର, ଡିଏମ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି।
କୋଭିଡ୍-19 ମାମଲା ପରିଚାଳନା ପାଇଁ ମ୍ୟୁନିସିପାଲିଟିରେ ନିଗମର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା ଯାଇଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରାଯାଇଛି। ସହରାଞ୍ଚଳ ବସ୍ତିରେ କୋଭିଡ୍-19 ପରିଚାଳନା ଉପରେ ନୂତନ ନିର୍ଦ୍ଦେଶାବଳୀ ବଣ୍ଟାଯାଉଛି ବୋଲି ସୂଚନା ମିଳିଛି। ଏହି ରଣନୀତିର ମୁଖ୍ୟ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲାମାନଙ୍କରେ କୋଭିଡ୍-19 ସଂକ୍ରମଣର ବର୍ତ୍ତମାନ ସ୍ଥିତି ଉପରେ ଏକ ଉପସ୍ଥାପନା କରାଯାଇଥିଲା ଯେତେବେଳେ ଉଚ୍ଚ ବିପଦପୂର୍ଣ୍ଣ କାରଣଗୁଡିକ, ସୂଚକାଙ୍କ ଯେପରିକି ମୃତ୍ୟୁ ହାର, ଦ୍ୱିଗୁଣିତ ହାର, ପ୍ରତି ମିଲିୟନ୍ ପରୀକ୍ଷା ଇତ୍ୟାଦି ଉପରେ ଆଲୋକପାତ କରାଯାଇଥିଲା।
ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ କୋଭିଡ୍-19 ମାମଲାର ଧାରଣ ଏବଂ ପରିଚାଳନା ସହିତ ସହରାଞ୍ଚଳରେ କର୍କଟ ଚିକିତ୍ସା, ଯକ୍ଷ୍ମା ନିରୀକ୍ଷଣ, ପ୍ରତିରୋପଣ ପ୍ରୟାସ, ଭେକ୍ଟର ନିୟନ୍ତ୍ରଣ ପଦକ୍ଷେପ ଭଳି ସମସ୍ତ ଅତ୍ୟାବଶ୍ୟକ ଅଣ- କୋଭିଡ୍ ସ୍ୱାସ୍ଥ୍ୟ ସେବା ଜାରି ରଖିବା ସମଗ୍ର ଦେଶରେ ଜରୁରୀ। ସେହିପରି ମାନବ ସମ୍ବଳ ପରିଚାଳନା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସଚିବ ମତବ୍ୟକ୍ତ କରିଥିଲେ।