ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସର୍ବବୃହତ ରେଲୱେ ଓଭରବ୍ରିଜ୍ ସେପ୍ଟେମ୍ବର 30ରେ ହେବ ଲୋକାର୍ପିତ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜଙ୍କସନ୍ର ହୋଇଥିବା ଏହି ରେଲୱେ ଓଭରବ୍ରିଜ୍କୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଲୋକାର୍ପିତ କରିବେ ।
ଏହାକୁ ଦେଶର ଦ୍ବିତୀୟ ସର୍ବବୃହତ ରେଲୱେ ଓଭରବ୍ରିଜ୍ କୁହାଯାଉଥିବାବେଳେ 197 ଦିନରେ ଏହା ଶେଷ ହୋଇଛି । 4 ଲେନ କେବୁଲ ବିଶିଷ୍ଟ ଏହି ଓଭରବ୍ରିଜ୍ରେ 300 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପିଡିଛି । ଯାହାକୁ ରେଳ ମନ୍ତ୍ରଣାଳୟ ଓ ପଶ୍ଚିମବଙ୍ଗ ସରକାର ମିଳିତ ଅନୁଦାନରେ କରିଛନ୍ତି ।