ETV Bharat / bharat

ରାମନାମରେ ମୁଖରିତ ହେବ ଆମେରିକା, ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ - Indians in US to celebrate Ram Mandir bhoomi pujan

ଅନ୍ତ ହେବାକୁ ଯାଉଛି ଦୀର୍ଘଦିନର ପ୍ରତୀକ୍ଷା। 500 ବର୍ଷର ପ୍ରତିକ୍ଷା ଅଗଷ୍ଟ 5 ରେ ପୂରଣ ହେବାକୁ ଯାଉଛି। କାରଣ ଅଯୋଧ୍ୟାରେ ନିର୍ମାଣ ହେବାକୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର। ସିଂହାସନରେ ପୂଜା ପାଇବେ ରାମଲାଲା। ଏହାସହ ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ ଭାରତୀୟ।

ରାମନାମରେ ମୁଖରିତ ହେବ ଆମେରିକା, ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ

author img

By

Published : Aug 4, 2020, 11:16 AM IST

ଅଯୋଧ୍ୟା: ଦୀର୍ଘ ଦିନର ପ୍ରତିକ୍ଷା ଅନ୍ତ ହେବାକୁ ଯାଉଛି। ମନରେ ଅଫୁରନ୍ତ ଆନନ୍ଦ। ପ୍ରତ୍ୟେକ ଭାରତୀୟ ହିନ୍ଦୁ ଏହି ଦିନକୁ କାହିଁ କେଉଁ କାଳରୁ ଚାହିଁ ବସିଥିଲେ। 500 ବର୍ଷର ପ୍ରତିକ୍ଷା ଅଗଷ୍ଟ 5 ରେ ପୂରଣ ହେବାକୁ ଯାଉଛି। କାରଣ ଅଯୋଧ୍ୟାରେ ନିର୍ମାଣ ହେବାକୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର। ସିଂହାସନରେ ପୂଜା ପାଇବେ ରାମଲାଲା।

ଏହାକୁ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଥିବା ବେଳେ ନବବଧୂ ବେଶରେ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ଏହି ଧର୍ମନଗରୀ ଆସନ୍ତାକାଲି ମନ୍ତ୍ର, ବେଦ ଧ୍ବନିରେ ପ୍ରକମ୍ପିତ ହେବାକୁ ଥିବା ବେଳେ କେବଳ ଭାରତୀୟ ନୁହେଁ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏହାକୁ ଟାଇମ୍ସ ସ୍କୋୟାରରେ ଥିବା ବିଶାଳ ବିଲବୋର୍ଡରେ ପ୍ରଦର୍ଶିତ କରିବେ।

ଆୟୋଜକମାନେ ଅଗଷ୍ଟ 5 ରେ ସନ୍ଧ୍ୟା 7.30 ରୁ 9:30 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଲୋକୀକରଣ ଏବଂ ଭଜନ କାର୍ଯ୍ୟକ୍ରମ, ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଭାଷଣ ଏବଂ ମିଷ୍ଠାନ ବଣ୍ଟନ ଅନ୍ତର୍ଭୁକ୍ତ। ଏହାପୂର୍ବରୁ ବିଶିଷ୍ଟ ସମ୍ପ୍ରଦାୟର ନେତା ତଥା ଆମେରିକୀୟ ଭାରତ ଜନସମ୍ପର୍କ କମିଟିର ସଭାପତି ଜଗଦୀଶ ସେୱାନୀ କହିଥିଲେ ଯେ ନ୍ୟୁୟର୍କରେ ଐତିହାସିକ ମୁହୂର୍ତ୍ତକୁ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି।

ରାମନାମରେ ମୁଖରିତ ହେବ ଆମେରିକା, ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ
ରାମନାମରେ ମୁଖରିତ ହେବ ଆମେରିକା, ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ

ଅଗଷ୍ଟ 5 ତାରିଖ ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀରେ 'ଜୟ ଶ୍ରୀ ରାମ' ଶବ୍ଦର ଚିତ୍ର, ପ୍ରଭୁ ରାମଙ୍କ ଚିତ୍ର ଏବଂ ଭିଡିଓ, ମନ୍ଦିରର ଡିଜାଇନ୍ ଏବଂ ସ୍ଥାପତ୍ୟର 3D ଚିତ୍ର ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅନେକ ବିଲବୋର୍ଡରେ ପ୍ରଦର୍ଶିତ ହେବ। ଯାହା ଟାଇମ୍ସ ସ୍କୋୟାରର ସବୁଠାରୁ ଆକର୍ଷଣୀୟ ତଥା ଲୋକପ୍ରିୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି। ଯାହା ବିଶ୍ୱର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.