ETV Bharat / bharat

ଠିକ୍ ବାଟରେ ଭାରତୀୟ ଟୀକା - ଭାରତ ବାୟୋଟେକ୍ ଓ ଜେଡସକାଡିଲାକୁ ଟୀକାର ହ୍ୟୁମାନ ଟ୍ରାଏଲ

ଭାରତ ବାୟୋଟେକ ଦ୍ବାରା କୋଭାସିନର ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ହେବ ବୋଲି ଏନଆଇଏମଏସ୍ ଘୋଷଣା କରିଛି । ଆଇସିଏମଆର୍‌, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (ଏନଆଇଭି )ର ମିଳିତ ସହଯୋଗରେ ବିକଶିତ କରାଯାଇଛି ଟୀକା । ଅଧିକ ପଢନ୍ତୁ..

ଠିକ୍ ବାଟରେ ଭାରତୀୟ ଟୀକା
ଠିକ୍ ବାଟରେ ଭାରତୀୟ ଟୀକା
author img

By

Published : Jul 13, 2020, 6:44 PM IST

ମାରାତ୍ମକ କୋରୋନା ଭାଇରସର ମୁକାବିଲା ପାଇଁ ଭାରତରେ ୧ କୋଟିରୁ ଅଧିକ ଟେଷ୍ଟ ହୋଇସାରିଲାଣି । ଏବେ ଏହି ମହାମାରୀ ଦ୍ବାରା ଦିନକୁ ୨୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଭାରତରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ଟପିଛି । ତେବେ ଆଶ୍ବସ୍ତିର ବିଷୟ ଯେ,କୋରୋନା ପଜିଟିଭଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ସୁସ୍ଥ ବି ହେଉଛନ୍ତି ।

୧୪ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଲେଖାଏଁରୁ ଅଧିକ ହୋଇଥିଲେ ହେଁ ଭାରତରେ ମହାରାଷ୍ଟ୍ର ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି । ଏହି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷରୁ ଅଧିକ ହେଲାଣି । ତାମିଲନାଡୁରେ ମଧ୍ୟ ମାମଲାଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ହେଲାଣି । ଆଉ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସଂକ୍ରମଣ ମାମଲାରେ ତୃତୀୟ ସ୍ଥାନରେ ରହିଛି । ଦୁଇ ତେଲେଗୁ ରାଜ୍ୟରେ ମଧ୍ୟ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଘଟଣାରୁ ସ୍ଥିତିର ଗମ୍ଭୀରତା ସ୍ପଷ୍ଟ ଅନୁମେୟ ।

କୋରୋନା ପାଇଁ ଔଷଧ ଓ ଟୀକା ବାହାର କରିବା ପାଇଁ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଓ ଗବେଷଣା ଜାରି ରହିଛି । ଡାକ୍ତରମାନେ ଫାବିଫ୍ଲୁ ( ଫ୍ଲୁ ନିୟନ୍ତ୍ରଣ ପାଇଁ ଏକ ଜାପାନୀ ଔଷଧ ), ରେମିଡେସିଭିର ( ଇବୋଲା ନିୟନ୍ତ୍ରଣ ପାଇଁ ବିକଶିତ ହୋଇଥିବା ଏକ ଔଷଧ) ଓ ହାଇଡ୍ରୋକ୍ସି କ୍ଲୋରୋକୁଇନ (ମ୍ୟାଲେରିଆ ରୋଗୀଙ୍କ ଔଷଧ ) ଦେଇ କୋରୋନା ରୋଗୀଙ୍କ ଆଶ୍ବସ୍ତି ପାଇଁ ଚେଷ୍ଟା କରୁଛନ୍ତି । ଏଣେ କୋଭିଡକୁ ନିୟନ୍ତ୍ରଣ ପାଇଁ ଟୀକାର ପରୀକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପହଂଚିଛି ।

ଭାରତ ବାୟୋଟେକ ଦ୍ବାରା କୋଭାସିନର ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ହେବ ବୋଲି ଏନଆଇଏମଏସ୍ ଘୋଷଣା କରିଛି । ଆଇସିଏମଆର୍‌, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (ଏନଆଇଭି )ର ମିଳିତ ସହଯୋଗରେ ବିକଶିତ କରାଯାଇଛି ଟୀକା । ଏହି ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଟୀକା ବିକଶିତ କରିବା ପାଇଁ ଆଇସିଏମଆର ଦ୍ବାରା ଜାରି କରାଯାଇଥିବା ଚିଠିକୁ ନେଇ ବିବାଦ ଦେଖାଦେଇଛି । ଏକ ନିରାପଦ ଓ ପ୍ରଭାବଶାଳୀ ଟୀକା ବିକଶିତ ହେଉ ବୋଲି ସମସ୍ତେ ଚାହାଁନ୍ତି । କିନ୍ତୁ ଗୁଣବତା ନେଇ କୌଣସି ସାଲିସ କରାଗଲେ, ତାହା ବିପର୍ଯ୍ୟୟ ହିଁ ସୃଷ୍ଟି କରିବ ।

ଭାରତ ବାୟୋଟେକ୍ ଓ ଜେଡସକାଡିଲାକୁ ଟୀକାର ହ୍ୟୁମାନ ଟ୍ରାଏଲ ଓ ଏହାର ପ୍ରଭାବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ବିଶ୍ୱବ୍ୟାପୀ ୧୨ରୁ ଅଧିକ ଟୀକାର ହ୍ୟୁମାନ ଟ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ ପହଂଚିଛି । କିଛି ଟୀକାର ପରୀକ୍ଷା ମୌଳିକ ପର୍ଯ୍ୟାୟରେ ସଫଳ ହୋଇଥିଲେ ମଧ୍ୟ ସେଗୁଡିକର ବ୍ୟବସାୟିକ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- ହୁ’ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟ ସ୍ବାମୀନାଥନଙ୍କ ଅନୁସାରେ ଚୀନ୍‌ କେବଳ ତାହାର ସେନା ପାଇଁ ଉଦ୍ଦିଷ୍ଟ ଏକ ଟୀକାର ପରୀକ୍ଷଣ କରୁଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ହିଁ ଟୀକା ସର୍ବସାଧାରଣଙ୍କ ପାଇଁ ବ୍ୟବହାର ହୋଇପାରିବ । ୧୨ରୁ ୧୮ ମାସ ମଧ୍ୟରେ ହିଁ ଟୀକା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆସିବ ବୋଲି ସ୍ପଷ୍ଟ ହୋଇଯାଇଛି । ମଣିଷଙ୍କ ଉପରେ ତିନି ପର୍ଯ୍ୟାୟ ପରୀକ୍ଷଣ ୬ ରୁ ୯ ମାସ ମଧ୍ୟରେ ଶେଷ କରିବାକୁ ହେଉଥିବା ଦାବିକୁ ସମର୍ଥନ ଜଣାଇଛନ୍ତି ସିସିଏମବି ନିର୍ଦ୍ଦେଶକ ।

ବୈଜ୍ଞାନିକମାନେ ଅଲଗା କଥା କହନ୍ତି । ଟୀକାର ପ୍ରଭାବ ଜାଣିବା ପାଇଁ ଏହାର ଅଧିକ ପରୀକ୍ଷା ଉପରେ ସେମାନେ ଜୋର ଦେଇଛନ୍ତି । ଏହାଛଡା କେତେ ମାତ୍ରାରେ ଟୀକା ନିଆଯିବ ତାହା ବି ସ୍ଥିର ହେବା ଦରକାର । ଭାଇରସ୍ ବିପଦ ଅଧିକ ଥିବା ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଟୀକାର ପରୀକ୍ଷଣ ହେବା ଦରକାର । ଏସବୁ ସଫଳ ହେଲେ ହିଁ ଉତ୍ପାଦନ ଓ ବିତରଣ ପାଇଁ ଆଗୁଆ ଯୋଜନା କରିବା ଉଚିତ । ହୋହଲ୍ଲା ପରେ ଟୀକାର ବିକାଶ ଓ ପରୀକ୍ଷଣ ନେଇ ଆଇସିଏମଆର୍ ନିଜର ପୂର୍ବ ଆଭିମୁଖ୍ୟରେ ପରିବର୍ତନ କରିଛି । ଟ୍ରାଏଲ ଷ୍ଟେଜ୍ ଶୀଘ୍ର ସାରିବାକୁ ଲକ୍ଷ୍ୟ ଥିଲା ବୋଲି ଆଇସିଏମଆର୍ କହିଛି । ଟୀକାର ବିକାଶ ଓ ପରୀକ୍ଷଣ ନେଇ ଆଇସିଏମଆର୍ ସତର୍କତା ଅବଲମ୍ବନ କରି ପଦକ୍ଷେପ ନେବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.