ETV Bharat / bharat

ଭାରତର ମାଇଲ ଖୁଣ୍ଟ ! ଆଜିଠୁ କୋରୋନା ବିନାଶର ଶେଷ ଯୁଦ୍ଧ - Indian vaccine

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତରେ ଆରମ୍ଭ ହୋଇଛି ମରାମାରୀ ବିରୋଧୀ ଅନ୍ତିମ ମହାଲଢେଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସର୍ବବୃହତ ଭ୍ୟାକ୍ସିନେସନ ଡ୍ରାଇଭକୁ ଲଞ୍ଚ କରିଛନ୍ତି । ଏପଟେ ରାଜ୍ୟ ସରକାର ମଧ୍ୟ କୋରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଭାରତର ମାଇଲ ଖୁଣ୍ଟ! ଆଜିଠୁ କୋରୋନା ବିନାଶର ଶେଷ ଯୁଦ୍ଧ

author img

By

Published : Jan 16, 2021, 11:10 PM IST

ନୂଆଦିଲ୍ଲୀ: ଲେଖା ହେଲା ନୂଆ ଇତିହାସ, ଆରମ୍ଭ ହେଲା ବିଶ୍ବର ସର୍ବବୃହତ ଟୀକକରଣ ଅଭିଯାନ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତରେ ଆରମ୍ଭ ହୋଇଛି ମରାମାରୀ ବିରୋଧୀ ଅନ୍ତିମ ମହାଲଢେଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସର୍ବବୃହତ ଭ୍ୟାକ୍ସିନେସନ ଡ୍ରାଇଭକୁ ଲଞ୍ଚ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାମାରୀ ସମୟରେ କର୍ତ୍ତବ୍ୟ ଏବଂ ମନବିକତା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ଟୀକା । 3 କୋଟି ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଦିଆଯିବ ଟୀକା । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୩ ହଜାର ୬ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଏହି ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ 10.30 ମିଟିନରେ ଏହି ଟାକାକରଣ ଅଭିଯାନକୁ ଉଦଘାଟନ କରିଛନ୍ତି ।

ଭାରତର ମାଇଲ ଖୁଣ୍ଟ! ଆଜିଠୁ କୋରୋନା ବିନାଶର ଶେଷ ଯୁଦ୍ଧ

ଏପଟେ ରାଜ୍ୟ ସରକାର ମଧ୍ୟ କୋରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛନ୍ତି । ରାଜ୍ୟର 161ଟି ଭ୍ୟାକ୍ସିନେସନ ପଏଣ୍ଟରେ ଆରମ୍ଭ ହୋଇଛି ଟୀକା ଦାନ । କୋରୋନା କାଳରେ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ଟୀକା । ଯାହାକୁ ପ୍ରତ୍ୟକ୍ଷ ତତ୍ବାବଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନ 12ଟା ସମୟରେ ମୁଖ୍ୟମନ୍ତ୍ରୀ ଟୀକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହୋଇ ସିଧାସଳଖ ଫିଡବ୍ୟାକ ନେଇଥିଲେ । ଟୀକା ନେବା ପରେ ସମସ୍ତଙ୍କୁ ଅଧଘଣ୍ଟାଏ ଲେଖାଏ ତତ୍ବାବଧାନରେ ରଖାଯାଇଥିଲା । ଏପଟେ ଟୀକାକରଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଟ୍ବିଟ କରିଛନ୍ତି । ଧର୍ମେନ୍ଦ୍ର ଲେଖିଛନ୍ତି ଏହା ଆତ୍ମନିର୍ଭରଶୀଳ ଭାରତର ଦୃଢ ଇଛାଶକ୍ତିଙ୍କୁ ପ୍ରତିପାଦିତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ବୈଜ୍ଞାନିକଙ୍କ ପ୍ରତିଯୋଗୀତାପୂର୍ଣ୍ଣ ଗବେଷଣାକୁ ସାଧୁବାଦ ଜଣାଇଛନ୍ତି । ଏପଟେ ପ୍ରଥମ ଦିନରେ ରାଜ୍ୟରେ 85 ପ୍ରତିଶତ ଟୀକାକରଣ ଲକ୍ଷ୍ୟ ହାସଲ କରିଛି ଓଡିଶା ।

30 ଜାନୁଆରୀ 2020 । ସାରା ବିଶ୍ବର ଆକାଶରେ ଖେଳିଯାଇଥିଲା କୋରୋନାର କଳାବାଦଲ । ଭାରତରେ ପଶିଲା କୋରୋନା ଭାଇରସ .. କେରଳରେ ଚିହ୍ନଟ ହେଲେ ପ୍ରଥମ ରୋଗୀ । ମହାମାରୀର ମହାଜାଲରେ ଛନ୍ଦି ହେଲା ଦେଶ । ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ସତର୍କ ହେଲେ ସରକାର । ଅନ୍ତରାଷ୍ଟ୍ରୀୟ ସହ ଘରୋଇ ବିମାନସେବା ଉପରେ ଲାଗିଲା ରୋକ । ପୁଣି 22 ମାର୍ଚ୍ଚ 2020ରେ କୋରୋନାର ଚେନ ଭାଙ୍ଗିବାକୁ ସାରା ଦେଶରେ ଜନାତା କର୍ଫ୍ୟୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାସ... ତା ପରେ ଆରମ୍ଭ ହେଲା ମହାମାରୀ ବିରୋଧୀ ମହାଯୁଦ୍ଧ । ଲଗାତାର ଲକଡାଉନ ଓ ସଟଡାଉନ ମଧ୍ୟରେ ସାରା ଦେଶରେ ଝୁଲିଲା ତାଲା । ବନ୍ଦ ହେଲା କାମ, ଠପ ପଡିଲା ଯାତାୟତ । ଜୀବିକା ହରାଇ ଘରବାହୁଡାଡିଲେ ଲକ୍ଷାଧିକ ପ୍ରବାସୀ ଶ୍ରମିକ । .. ଏତିକିରେ ସରିନଥିଲା ଦଃଖ । ବହୁ ମୂଲ୍ୟବାନ ଜୀବ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ବୁଜିଥିଲେ ଆଖି । ଆଉ ଏସବୁ ସଙ୍କଟ ମଧ୍ୟରେ ଭାରତ ଶିଖିଲା ଆତ୍ମନିର୍ଭର ହେବାର ମନ୍ତ୍ର । ଯାହାର ପ୍ରମାଣ ସ୍ବରୂପ ଆମ ବୈଜ୍ଞାନିକ ସ୍ବଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ବରେ ସୃଷ୍ଟି କରିଛନ୍ତି ଉଦାହରଣ ।

ଭାରତୀୟ ଔଷଧ ମାହନିୟନ୍ତ୍ରକ(ଡିସିଜିଆ) ଦେଶର ଦୁଇଟି କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଦେଇଥିଲା । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଥିଲା । କୋଭିସିଲ୍ଡକୁ ଅଷ୍ଟ୍ରେଜେନିକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରାଯାଇଥିବାବେଳେ କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଯାହା ଭାରତ ବାୟୋଟେକ ସହିତ ଆଇସିଏମଆର ପକ୍ଷରୁ ବିକଶିତ କରାଯାଇଛି । ଦେଶବ୍ୟାପୀ ଟୀକାକରଣ ଆରମ୍ଭ ପୂର୍ବରୁ 2 ଥର ସଫଳପୂର୍ବ ଡ୍ରାଏ ରନ କରାଯାଇଥିଲା। ଆଉ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ବସୁଧୈବ କୁଟୁମ୍ବକମର ମନ୍ତ୍ରରେ ଅଭିମନ୍ତ୍ରିତ ଭାରତ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ଦେଶକୁ ସହାୟତାର ହାତ ବଢାଇଛି । କୋରୋନା ଭ୍ୟାକ୍ସିନକୁ ନେଇ ଭାରତ ଉପରେ ସାରା ବିଶ୍ବର ଆଶା ରହିଛି । ଅନେକ ଦେଶ ଭାରତଠାରୁ କୋରୋନା ଭ୍ୟାକ୍ସିନ ଯୋଗାଣର ଦାବି କରୁଛନ୍ତି । ଭାରତ ନିଜ ପଡୋଶୀ ଦେଶଗୁଡିକୁ 20 ମିଲିଅନ ଡୋଜ ଯୋଗାଣ କରିବ ବୋଲି ଜଣାପଡିଛି ।

ଆଜି ମିଳିଛି ଦୀର୍ଘ 11 ମାସ ସଂଘର୍ଷର ସଫଳତା.. ଆଶା, ରାକ୍ଷାଶରୂପୀ ମହାମାରୀକୁ ଦମନ ପାଇଁ ପ୍ରସ୍ତୁତ ଏଇ ମହୌଷଧୀ ପୁଣି ମାନବ ସଭ୍ୟତାକୁ ଚଳଚଞ୍ଚଳ କରାଇବା, ଆତ୍ମନିର୍ଭରତାର ବାଟ ଦେଖାଇବା ସହ .... ମନର ଭୟକୁ ଦୂର କରାଇ ଆଶ୍ବସ୍ତିର ସହ ବଞ୍ଚିବାକୁ ବୁଷ୍ଟର ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.