ETV Bharat / bharat

ଭାରତୀୟ ୟୁଜର୍ସଙ୍କ ପାଇଁ ହେଲା ଜିମେଲ ସର୍ଭର ଡାଉନ

ଗୁଗୁଲର ପ୍ରସିଦ୍ଧ ଇମେଲ ସର୍ଭିସ ଜିମେଲରେ ସୋମବାର ଭାରତୀୟ ୟୁଜର୍ସ ଭୋଗିଛନ୍ତି କିଛି ଅସୁବିଧା । ଅନେକ ୟୁଜର୍ସ ଜିମେଲ ପିଓପି ସର୍ଭରରେ ଲଗ ଇନ କରିବାରେ ଅସୁବିଧା ଭୋଗିଥିବା ବେଳେ କିଛି ୟୁଜର୍ସ ଇମେଲ କମ୍ପୋଜ କରିନପାରି ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ...

author img

By

Published : May 5, 2020, 1:33 AM IST

glitch on gmail, gmail server down, indian users face gmail server down, gmail, technology news, ଜିମେଲ ଲଗଇନରେ ଅସୁବିଧା, ଜିମେଲ ସର୍ଭର ଡାଉନ, ଭାରତୀୟ ୟୁଜର୍ସଙ୍କ ପାଇଁ ଜିମେଲ ସର୍ଭର ଡାଉନ, ଜିମେଲ, ଟେକ୍ନୋଲୋଜି ନ୍ୟୁଜ୍‌
ଭାରତୀୟ ୟୁଜର୍ସଙ୍କ ପାଇଁ ହେଲା ଜିମେଲ ସର୍ଭର ଡାଉନ

ହାଇଦ୍ରାବାଦ: ଗୁଗୁଲର ପ୍ରସିଦ୍ଧ ଇମେଲ ସର୍ଭିସ ଜିମେଲରେ ସୋମବାର ଭାରତୀୟ ୟୁଜର୍ସ ଭୋଗିଛନ୍ତି କିଛି ଅସୁବିଧା । ଅନେକ ୟୁଜର୍ସ ଜିମେଲ ପିଓପି ସର୍ଭରରେ ଲଗ ଇନ କରିବାରେ ଅସୁବିଧା ଭୋଗିଥିବା ବେଳେ କିଛି ୟୁଜର୍ସ ଇମେଲ କମ୍ପୋଜ କରିନପାରି ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା । କେତେକ ମାଇକ୍ରୋସଫ୍ଟ ଆଉଟଲୁକ ଇଣ୍ଟେରୋଗେସନରେ ମଧ୍ୟ ଅସୁବିଧା ଭୋଗିଥିଲେ । ଏନେଇ ଉତ୍ତର ରଖିଛି ଜିମେଲ ।

ଜିମେଲର ଜନୈକ ଡାଉନଡିଟେକ୍ଟରଙ୍କ କହିବା ଅନୁଯାୟୀ ଏକ ସର୍ଭର ଯାହା ଲାଇଭ ଆଉଟରେଜ ବ୍ୟବହାରକୁ ଟ୍ରାକ କରେ ତାହା ସୂଚନା ଦେଇଥିଲା କି ସୋମବାର ୟୁରୋପ, ଆମେରିକା ଓ ଭାରତରେ ଜିମେଲ କିଛି ସର୍ଭର ଗ୍ଲିଚ ବା ସମସ୍ୟା ଦେଇ ଗତି କରିଥିଲା । ଫଳରେ କିଛି ସମୟ ପାଇଁ ୟୁଜର୍ସଙ୍କୁ ଅସୁବିଧା ଭୋଗିବାକୁ ପଡିଥିଲା । ଲକ୍ଷାଧିକ ୟୁଜର୍ସ ଏନେଇ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସେମାନେ ଏନେଇ ଟ୍ବିଟର ଜରିଆରେ ସୂଚନା ଦେଇଥିଲେ ।

ୟୁଜର୍ସମାନେ ପ୍ରାୟ ଦେଢ ଘଣ୍ଟା ଧରି ଜିମେଲରେ ପିଓପି3 ଆକ୍ସେସ ହେଉନଥିବା ଅଭିଯୋଗ କରିଥିଲେ । ସେପଟେ କିଛି ଅଭିଯୋଗ କରିଥିଲେ କି ଆଇଏମଏପି ଆକ୍ସେସ ମଧ୍ୟ ହୋଇପାରୁନାହିଁ । କିଛି ୟୁଜର୍ସ ଜିମେଲ ପିଓପି ସର୍ଭରରେ ଅସୁବିଧା ହେଉଥିବା କହିଥିଲେ । ସେମାନେ ଟ୍ବିଟ ଜରିଆରେ ଏହାର ସମାଧାନ ପାଇଁ ମଧ୍ୟ ଦାବି କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛରେ ପ୍ରକୃତ କାରଣ ଜଣା ପଡିପାରିନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.