ETV Bharat / bharat

ଭାରତ ଫେରିବେ ଯାଆଁଳା ଭାଇ, 50 ଦିନ ହେବ ଫସିଥିଲେ ଦୁବାଇ ବିମାନବନ୍ଦରରେ

author img

By

Published : May 8, 2020, 10:06 AM IST

ଦୁବାଇ ବିମାନବନ୍ଦରରେ 50 ଦିନ ଧରି ଫସିବା ପରେ ଏବେ ଭାରତ ଫେରିବେ ଦୁଇ ଯାଆଁଳା ଭାଇ । ଏନେଇ ଦୁଇ ଭାଇଙ୍କ ଖୁସି କହିଲେ ନସରେ ।

ଭାରତ ଫେରିବେ ଯାଆଁଳା ଭାଇ, 50 ଦିନ ଧରି ଦୁବାଇ ବିମାନବନ୍ଦରରେ ଫସିଥିଲେ

ଦୁବାଇ: ଲକଡାଉନର ଯୋଗୁଁ ଦୁଇ ଯାଆଁଳା ଭାଇ ଦୁବାଇ ବିମାନ ବନନ୍ଦରରେ 50 ଦିନ ଅଟକି ରହିଥିବା ଖବର ଏବେ ସାମନାକୁ ଆସୁଛି । 30 ବର୍ଷ ବୟସର ଦୁଇ ଭାଇ ଜ୍ୟାକସନ ଏବଂ ବେନସନ ଆଣ୍ଡ୍ରିୟୁ ମାର୍ଚ୍ଚ 19 ତାରିଖରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ଭିତରେ ଫସି ରହିଥିଲେ । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ୟୁଏଇରୁ ପ୍ରଥମ 354 ଜଣ ଯାତ୍ରୀଙ୍କୁ ନେଇ ଭାରତ ଆସୁଥିବା ବିମାନରେ ସେମାନେ ଅଛନ୍ତି ଏହାପରେ ତାଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି ।

ତେବେ ଏହା ଜଣାପଡିଛି ଯେ ଏହିପରି 19 ଯାତ୍ରୀ ଥିଲେ ଯେଉଁମାନେ ମାସେ ଧରି ବିମାନବନ୍ଦରରେ ଫସି ରହିଥିଲେ । ଦୁଇ ଭାଇ ଭାରତୀୟ କନସୁଲେଟରଙ୍କ ତରଫରୁ ଏକ ଚିଠି ପାଇଥିଲେ । ଯେଉଁଥିରେ ସେ ଭାରତ ଫେରିବା ପାଇଁ ଟିକେଟ ମଧ୍ୟ ଥିଲା । ଯାହାକୁ ଦେଖି ଦୁଇଭାଇ ବେସ ଖୁସି ହୋଇଥିବା କହିଛନ୍ତି ।

ତେବେ ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ସପ୍ତାହରେ ଆସିବେ ବୋଲି ଜଣାପଡିଛି । ଯେତେବେଳେ ଦୁଇ ଭାଇ ଲିସବନରେ କାର୍ଯ୍ୟ କରୁଥିଲେ ସେହି ସମୟରେ କୋଭିଡ-19 ସମ୍ପର୍କରେ ଜଣାପଡିଥିଲା ଏବଂ ତୁରନ୍ତ ଭାରତ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରିଦେଇଥିଲା । ଜ୍ୟାକସନ କହିଛନ୍ତି ଯେ ଆମେ ଭାରତୀୟ ନାଗରିକ ଏବଂ ବର୍ତ୍ତମାନ ଦୁଇ ବର୍ଷ ହେଲା ପର୍ତ୍ତୁଗାଲରେ କାର୍ଯ୍ୟ କରୁଛୁ । ୟୁରୋପରେ ପରିସ୍ଥିତି ଦିନକୁ ଦିନ ଖରାପ ହେବାପରେ ଆମେ ଏବେ ଲିସବନ ଛାଡିବାକୁ ନିଷ୍ପତ୍ତି ନେଇଛୁ ।

ସୋମବାର ଭାରତ ସରକାର 7 ମେରୁ ବିଦେଶରେ ଥିବା ନାଗରିକଙ୍କ ପର୍ଯ୍ୟାୟକ୍ରମେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛନ୍ତି । ସରକାର ଏହା ମଧ୍ୟ କହିଛନ୍ତି ଯେ ଏୟାର ଇଣ୍ଡିଆ 7 ମେରୁ 13 ମେ ମଧ୍ୟରେ 64 ଟି ବିମାନ ଚଳାଚଳ କରିବ ଏବଂ ବିଦେଶରେ ଫସି ରହିଥିବା ପ୍ରାୟ 15,000 ଭାରତୀୟ ନାଗରିକ ଦେଶକୁ ଫେରିବେ । ୟୁଏଇରୁ ଅତି କମରେ 200,000 ଭାରତୀୟ ନାଗରିକ ପ୍ରତ୍ୟାବର୍ତ୍ତନ କରିବାକୁ ୱେବ ପୋର୍ଟାଲରେ ପଞ୍ଜୀକୃତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.