ନୂଆଦିଲ୍ଲୀ: ସାରା ଦେଶରେ ପାର୍ବଣର ପରିବେଶ । ଚାରିଆଡେ ଚାଲିଛି ଦୁର୍ଗତୀନାଶୀନି ଦୁର୍ଗାଙ୍କ ପୂଜା । ନବରାତ୍ରୀରେ ଗରବା ଓ ଦାଣ୍ଡିଆରେ ଝୁମୁଛନ୍ତି ଲୋକେ । ଆଉ ଏଥିରୁ ବାଦ ପଡିନାହିଁ ଭାରତୀୟ ସେନା ।
ନିଜ ଷ୍ଟାଇଲରେ ପାଳିଛନ୍ତି ନବରାତ୍ରୀ । ଯବାନ ମାନେ ଗୁଜୁରାଟର ପାରମ୍ପାରିକ ନୃତ୍ୟ ଗରବା ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଯବାନମାନେ ଗରବାରେ ଝୁମିଝୁମି ନାଚୁଥିବା ଦେଖାଯାଇଛି । ତେବେ ଭାଇରାଲ ଭିଡିଓ ଦେଖିବା ପରେ ଟ୍ବିଟ କରି ଭାରତୀୟ ସେନାଙ୍କୁ ଆହୁରି ଉତ୍ସାହିତ କରିଛନ୍ତି ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।