ETV Bharat / bharat

ପୁଣି ଭାରତ-ଚୀନ ମୁହାଁମୁହିଁ, 45ବର୍ଷ ପରେ LACରେ ଗୁଳିବିନମୟ - ଭାରତ ଚୀନ ସେନା ମଧ୍ୟରେ ଗୁଳିବିନିମୟ

ଚୀନ ଦାବି କରିଛି, ସୋମବାର ଦିନ ଲଦାଖର ପେଙ୍ଗାଙ୍ଗ ହ୍ରଦର ଦକ୍ଷିଣ କୂଳରେ ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିବା ପରେ ଭାରତୀୟ ସେନା ପକ୍ଷରୁ ଉତ୍ତେଜନା ତଥା ଚେତାବନୀ ଗୁଳି ଚାଳନା କରିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ ମଧ୍ୟ ଗୁଳି ଚଳାଇଛି । ଅଧିକ ପଢନ୍ତୁ...

ଡ୍ରାଗନ ସହ ବଢିଲା ଉତ୍ତେଜନା
ଡ୍ରାଗନ ସହ ବଢିଲା ଉତ୍ତେଜନା
author img

By

Published : Sep 8, 2020, 7:16 AM IST

Updated : Sep 8, 2020, 10:16 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଜାରି ଉତ୍ତେଜନା ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଗୁଳିବିନିମୟ । LAC ନିକଟରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଲାଗି ରହିଥିବା ବିବାଦକୁ କୂଟନୈତିକ ଓ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ଜାରି ରହିଛି । ଏପରି ସ୍ଥିତିରେ ଗୁଳିବିନିମୟ ସ୍ଥିତିକୁ ଆହୁରି ଜଟିଳ କରିଛି । ତେବେ 1975 ରେ ପରେ ଅର୍ଥାତ ଦୀର୍ଘ 45 ବର୍ଷ ପରେ ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି ।

ଚୀନ ପୂର୍ବ ପରି ଭାରତ ଉପରେ ଦୋଷାରୋପ କରିବାକୁ ଯାଇ ଦାବି , ସୋମବାର ଦିନ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିବା ପରେ ଭାରତୀୟ ସେନା ପକ୍ଷରୁ ଉତ୍ତେଜନା ତଥା ଚେତାବନୀ ଗୁଳି ଚାଳନା କରିିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ ମଧ୍ୟ ଗୁଳି ଚଳାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ୍ ସୀମା ସୁରକ୍ଷା କର୍ମୀମାନେ କାଉଣ୍ଟର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ପିପୁଲ୍ସ ଲିବରେସନ ଆର୍ମି ମୁଖପାତ୍ର କହିଛନ୍ତି।

ପିପୁଲ୍ସ ଲିବରେସନ୍ ଆର୍ମିର ମୁଖପାତ୍ର କହିଛନ୍ତି ଯେ ଭାରତୀୟ ସେନା ‘ବେଆଇନ ଭାବେ LAC ପାର ହୋଇ ପେଙ୍ଗାଙ୍ଗ ହ୍ରଦର ଦକ୍ଷିଣ କୂଳ ଏବଂ ଶେନପାଓ ପର୍ବତ ଅଞ୍ଚଳରେ ପ୍ରବେଶ କରିଛି’। ଏହି ଅପରେସନ ସମୟରେ ଭାରତୀୟ ସେନା ଚୀନ୍ ସୀମା ସୁରକ୍ଷା କର୍ମୀଙ୍କ ପାଟ୍ରୋଲିଂ କର୍ମଚାରୀଙ୍କୁ ଖୋଲାଖୋଲି ଭାବେ ଧମକ ଦେଇ ଗୁଳି ଚାଳନା କରିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ୍ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଳି କରିଥିଲେ ।

ଏହାକୁ ଏକ ଅତ୍ୟନ୍ତ ଖରାପ ପ୍ରକୃତିର ଗମ୍ଭୀର ଉତ୍ତେଜନା ଚୀନ କହିବା ସହ ବିପଜ୍ଜନକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଭାରତୀୟଙ୍କୁ ଅନୁରୋଧ କରିଛି।

ସୂତ୍ରରୁ ପ୍ରକାଶ ଯେ, ଚୀନ ସେନା ପୂର୍ବ ଲଦାଖର ଏଲଏସିରେ ଭାରତୀୟ ସେନା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ଭାରତୀୟ ସେନା ପକ୍ଷରୁ ସୀମାର ଅଧିକ ନିକଟକୁ ନ ଆସିବାକୁ ୱାର୍ଣ୍ଣି ଫାୟାରିଂ କରିଥିଲା । ସେପଟେ, ଏହି ଘଟଣାରେ ଭାରତ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜଣାପଡିଛି ।

Last Updated : Sep 8, 2020, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.