ନୂଆଦିଲ୍ଲୀ: 59ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ନିଷେଧାଦେଶ ଲଗାଇଛନ୍ତି ଭାରତ ସରକାର । ଆଉ ଏହା ମଧ୍ୟରେ ଇଣ୍ଡିଆନ ଆପ୍ ସେୟାର ଚାଟ୍ ଡାଉନଲୋଡ୍ କ୍ଷେତ୍ରରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଆପ୍ ପ୍ରତି ଘଣ୍ଟାରେ ପ୍ରାୟ ଅଢେଇ ଲକ୍ଷ ଥର ଡାଉନଲୋଡ୍ ହେଉଛି । ଗତ 36 ଘଣ୍ଟା ମଧ୍ୟରେ, ପ୍ରାୟ 1.50 କୋଟି ଉପଭୋକ୍ତା ଏହି ଆପ୍ ଡାଉନଲୋଡ୍ କରିଛନ୍ତି । ତେବେ ଭାରତୀୟ ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେୟାର ଚାଟ୍ ଆପ୍ ପ୍ରସ୍ତୁତ କରାଯାଇଛି ।
ଏହି ଆପର କୋ ଫାଉଣ୍ଡର ଫରିଦ ଅହସାନ କହିଛନ୍ତି, ୟୁଜର୍ସ ଏହି ଆପକୁ ପସନ୍ଦ କରୁଥିବାରୁ ଆମେ ଖୁସି ଅଛୁ । ସେୟାର ଚାଟ ଭାରତୀୟ ଲୋକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଭାରତୀୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ସଫଳତା ଆଣିବା ବୋଲି ଆମେ ଆଶା କରୁଥିବା ସେ କହିଛନ୍ତି ।
କମ୍ପାନୀର ସୂଚନା ଅନୁସାରେ, କମ୍ପାନୀ ଚାଇନାର ଆପକୁ ବ୍ୟାନ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛି । ସେୟାର ଚାଟରେ ବର୍ତ୍ତମାନ ଏକ ଲକ୍ଷରୁ ଅଧିକ ପୋଷ୍ଟ କରାଯାଉଛି । ଏହି ପୋଷ୍ଟଗୁଡିକୁ 1 ମିଲିୟନରୁ ଅଧିକ ୟୁର୍ଜସ ପସନ୍ଦ କରିଛନ୍ତି । ଏହା ବ୍ୟତୀତ ହ୍ବାଟସଆପରେ ମଧ୍ୟ ପାଞ୍ଚ ଲକ୍ଷ ପୋଷ୍ଟ ସେୟାର କରାଯାଇଛି।
କମ୍ପାନୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସେୟାର ଚାଟ୍ ସହିତ 150 ମିଲିୟନରୁ ଅଧିକ ଉପଭୋକ୍ତ ଯୋଡି ହୋଇଛନ୍ତି । ଏହାସହ 60 କୋଟି ଆକ୍ଟିଭ ଯୁର୍ଜସ ମଧ୍ୟ ଅଛନ୍ତି । ଯେଉଁମାନେ ଏହାକୁ 15 ଟି ଭାଷାରେ ବ୍ୟବହାର କରୁଛନ୍ତି ।