ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକମାନେ COVID-19 ଭାଇରସର ଏକ ମାଇକ୍ରୋସ୍କୋପ୍ ଫଟୋଗ୍ରାଫ୍ ପ୍ରକାଶ କରିଥିଲେ | ଏହା ଜାନୁଆରୀ 30 ରେ ଏହି ଫଟୋ ଗୁଡିକ ନିଆଯାଇଥିଲା । ବର୍ତ୍ତମାନ ଏହି ଫଟୋଗୁଡ଼ିକ ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚ( AJMR) ର ନୂତନ ସଂସ୍କରଣରେ ପ୍ରକାଶିତ ହୋଇଛି |
ସୂଚନା ଅନୁସାରେ ପ୍ରଥମରେ, ଭାରତୀୟ ବୈଜ୍ଞାନିକମାନେ SARS-CoV-2 ଜୀବାଣୁ (COVID19) ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କରିଛନ୍ତି | ଜାନୁଆରୀ 30 ରେ କେରଳରେ ରିପୋର୍ଟ ହୋଇଥିବା ପ୍ରଥମ କୋରୋନା ପଜେଟିଭ କେସରୁ ବୈଜ୍ଞାନିକମାନେ ସଂକ୍ରମିତ ବ୍ୟକ୍ତିଙ୍କ ଗଳାର ସ୍ବାବ ନମୁନା ନେଇଥିଲେ | ଅନୁସନ୍ଧାନଗୁଡିକ IJMR ର ନୂତନ ସଂସ୍କରଣରେ ପ୍ରକାଶିତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଏହି ଭାଇରସ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ପ୍ରିନ୍ସ ଚାର୍ଲ୍ସ,, କାନାଡିୟ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋଙ୍କ ପତ୍ନୀ ସୋଫି ଟୁଡ୍ରୋଙ୍କୁ ଆକ୍ରାନ୍ତ କରିଛି ।
ଏହି ଜୀବାଣୁ ବିଶ୍ବରେରେ 5,31,860 ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ 24,057 ଲୋକଙ୍କ ଜୀବନ ଏହି ଭାଇରସ ନେଇଛି । ତଥାପି ଏଥିରେ କୌଣସି ଚିକିତ୍ସା ଉପଲବ୍ଧ ନାହିଁ |
କୋରୋନା ଭାଇରସ୍ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଚାଇନାର ୱୁହାନ ସହରରୁ ଉତ୍ପନ୍ନ ଏହି ଜୀବାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଛି।